These Odisha villagers alleges Naveen Patnaik govt fails to fulfil bridge demand
ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି। ଯାଜପୁର ଏବଂ ଢେଙ୍କାନାଳରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଦୀର୍ଘ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଶାସନରେ ଥିବା ବିଜେଡି ସରକାର ଲୋକଙ୍କୁ କିପରି ଭାବେ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି, ତାହା ଏହି ପୋଲକୁ ଦେଖିଲେ ସହଜରେ ଅନୁମେୟ କରିହେବ। ଜୀବନକୁ ବାଜି ଲଗାଇ ଲୋକେ ଏମିତି ଭୁଟୁଭୁଟି ଡଙ୍ଗାରେ ନଦୀ ପାର୍ ହେଉଛନ୍ତି। ସରକାରଙ୍କୁ କହିକହି ଥକିଗଲା ପରେ ଗାଁ ଲୋକେ ନିଜେ ବାଉଁଶ ପୋଲ ବାନ୍ଧିଥିଲେ। ଯାଜପୁର ଜିଲ୍ଲାର ବିଝାଂରପୁର ଓ ବରୀ ବ୍ଲକକୁ ସଂଯୋଗ କରୁଥିବା ଚିଙ୍ଗୁଡିଆ ନାଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ନାଳ ହିଁ ଦୁଇଟି ବ୍ଲକର ଜୀବନ ରେଖା। ଦୀର୍ଘ ୫ ବର୍ଷ ହେବ ଏଠି ବ୍ରିଜ୍ କାମ ଅଧାପନ୍ତରିଆ ହୋଇ ପଡ଼ିରହିଥିବା ବେଳେ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି।
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ସହୀଦ ବୀର ବାଜି ରାଉତଙ୍କ ଗାଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଠି ବି ଲୋକଙ୍କ ଭରସା ନବୀନ ବାବୁଙ୍କ ବିକାଶର ବାଉଁଶ ଧଡ଼ା। ଗୋଟିଏପଟେ ନୀଳକଣ୍ଠପୁର ଗାଁ, ଅନ୍ୟପଟେ ଚାଷୀଙ୍କ ଶହଶହ ଏକର ଜମି ମଝିରେ ପ୍ରତିବନ୍ଧକ ସାଜି ବହି ଯାଉଛି ରଙ୍ଗମାଟିଆ ନାଳ। ପୋଲ ନିର୍ମାଣ ପାଇଁ ଗାଁ ଲୋକେ କହି କହି ଥକିଗଲେ। ଶେଷରେ ବାଧ୍ୟହୋଇ ବାଉଁଶ ଖଣ୍ଡେଖଣ୍ଡେ ଆଣି ନିଜେ ଅସ୍ଥାୟୀ ପୋଲ ବାନ୍ଧିଥିଲେ। ଲୋକଙ୍କ କହିବା କଥା ଚାଷ ହିଁ ତାଙ୍କ ଭାତ ହାଣ୍ଡି। ଏଠୁ ପ୍ରଚୁର ପରିମାଣର ପନିପରିବା ସ୍ଥାନୀୟ ମାର୍କେଟକୁ ଯାଉଛି। ୨୨ ବର୍ଷର ସ୍ଥିର ସରକାର ଯଦି ପୋଲ ଖଣ୍ଡେ କରିପାରୁ ନାହାନ୍ତି ତା’ହଲେ ଏ ସରକାର ଥାଇ କେତେ ନ ଥାଇ କେତେ ?
ବିକାଶର ଢୋଲ ପିଟୁଥିବା ନବୀନ ସରକାର ଥରେ ଏ ବାଉଁଶ ପୋଲକୁ ଦେଖିବା ଦରକାର ଯେଉଁଠି ଜୀବନକୁ ବାଜି ଲଗାଇ ଜୀବିକା ଖୋଜନ୍ତି ନୀରିହ ଜନତା।
(ଯାଜପୁରରୁ ସଞ୍ଜୀବ ନାୟକ ଏବଂ ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1671351202.jpg)