Advertisment

ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର ଟଙ୍କା

ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍‌ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ।

The Shrimandira's money will kept in The Union Bank of India

The Shrimandira's money will kept in The Union Bank of India

Advertisment

ୟୁନିଅନ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର ଟଙ୍କା। ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍‌ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ।

Advertisment

ପ୍ରତିବର୍ଷ ଏସ୍‌ବିଆଇ ବ୍ୟାଙ୍କରେ ମାତ୍ର ୩ ପ୍ରତିଶତ ସୁଧହାରରେ ଏହି ଫାଉଣ୍ଡେସନ୍‌ ଫଣ୍ଡ୍‌ ଡିପୋଜିଟ ରହୁଥିଲା। ଏଣୁ ଫାଉଣ୍ଡେସନ୍‌ ଫଣ୍ଡ୍‌ ଜମା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟେଣ୍ଡର କରାଯାଇଥିଲା। ଯାହାକୁ ହାତେଇଛି ୟୁନିୟନ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଠଟି ବ୍ୟାଙ୍କ୍‌ର ଜେନେରାଲ୍‌ ମ୍ୟାନେଜରଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଏହି ଟେଣ୍ଡର୍‌ ପ୍ରକ୍ରିୟାରେ ସାମିଲ ହୋଇଥିଲେ।ଆସନ୍ତା ୩୦ତାରିଖରେ ଟେମ୍ପଲ୍‌ ଫଣ୍ଡ୍‌ ଓ କର୍‌ପସ୍‌ ଫଣ୍ଡ୍‌ର ୫୮୦କୋଟି ଟଙ୍କା ଜମା ପାଇଂ ବିଡିଂ କରାଯିବ ବୋଲି ସୂଚନା ଦିଆଯାଇଛି।

Advertisment

ପ୍ରକାଶଥାଉ ଯେ ୨୦୨୦ରେ ମହାପ୍ରଭୁଙ୍କ ଜମା ଟଙ୍କା ୟେସ୍‌ ବ୍ୟାଙ୍କରୁ ଉଠି ଏସ୍‌ବିଆଇ ଆକାଉଣ୍ଟକୁ ଆସିଥିଲା। ସେତେବେଳେ ୩୯୭ କୋଟି ଟଙ୍କା ଫେରିଥିଲା। ଇ-ଟ୍ରାନ୍ସଫର ମାଧ୍ୟମରେ ଆସିଥିଲା ଟଙ୍କା। ୩୮୯ କୋଟି ଟଙ୍କା ମାଚ୍ୟୁରିଟି ହୋଇଥିବାରୁ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ସୁଧ ସହ ମୋଟ୍‌ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଥିଲା। ଏସ୍‌ବିଆଇ ପୁରୀ ମୁଖ୍ୟ ଶାଖାରେ ଥିବା ଶ୍ରୀମନ୍ଦିର କର୍‌ପସ୍‌ ଫଣ୍ଡ୍‌ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ ହୋଇଥିଲା।

ତେବେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ୟେସ୍‌ ବ୍ୟାଙ୍କ୍‌ କାରବାର ଉପରେ କଟକଣା ଲଗାଇବା ପରେ ମହାପ୍ରଭୁଙ୍କ ଟଙ୍କା ଫେରିବା ନେଇ ଆଶଙ୍କା ଉପୁଜିଥିଲା। ଏହି ଘରୋଇ ବ୍ୟାଙ୍କ୍‌ରୁ ଏତେ ଟଙ୍କା କିଭଳି ଫେରସ୍ତ ଅଣାଯିବ ତାହାକୁ ନେଇ ବୁଦ୍ଧିଜୀବୀ, ସେବାୟତ ଓ ଜଗନ୍ନାଥପ୍ରେମୀ ସନ୍ଦେହରେ ରହିଥିଲେ। ଶେଷରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

Advertisment
Odisha News Shrimandir Fund
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ