ଅନର୍ଗଳ ପଢ଼ାଇ ଚାଲିଛନ୍ତି ଗଣିତ, ବତାଇ ଚାଲୁଛନ୍ତି ଇଂରାଜୀ ବାକ୍ୟ ଗଠନର ଫର୍ମୁଲା । ସାହିତ୍ୟ ହେଉ କି ବିଜ୍ଞାନ, ସବୁ ବିଷୟ ପଢ଼ାଇ ମଜବୁତ କରାଉଛନ୍ତି ପିଲାଙ୍କୁ । କିଏ ଅଷ୍ଟମ ତ ଆଉ କିଏ ନବମ-ଦଶମ ପିଲା ଅଛନ୍ତି । ସେମାନଙ୍କ ପାଠ୍ୟ ଖସଡ଼ା ଅନୁଯାୟୀ, ବୁଝାଇ ଦେଉଛନ୍ତି ଗୋଟିଏ ପରେ ଗୋଟିଏ ବିଷୟକୁ । ଭଦ୍ରକ ବାସୁଦେବପୁର ବ୍ଲକ ଲୁଙ୍ଗ ପଞ୍ଚାୟତ ନୂଆସାହିର ଭାସ୍କର ମଲ୍ଲିକ । ବୟସ ପାଖାପାଖି ୭୦ ହେଲାଣି। ଜାଣି ଆଶ୍ଚର୍ଯ୍ୟ ହେବେ ଦୄଷ୍ଟିଶକ୍ତି ନଥାଇ ବି ପିଲାଙ୍କୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । କେତେବେଳେ ଗପ ଓ କାହାଣୀ ଶୁଣାଇ ତ ଆଉ କେତେବେଳେ ଗୀତ ଗାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ଜଟିଳ ପାଠ ।
ଭାସ୍କର ସାରଙ୍କ ଜୀବନୀ ବି ବଡ଼ ଚମତ୍କାର । ସେଦିନର ମେଧାବୀ ଛାତ୍ର ଭାସ୍କର ୧୯୮୦ରେ ଭଦ୍ରକ କଲେଜରୁ ଏକାଦଶ ପାସ୍ ପରେ ଭୁବନେଶ୍ୱର ବିଜେବିରେ ବାଣିଜ୍ୟରେ ପିଜି କରୁଥିଲେ । ଏହି ସମୟରେ ଚାଲିଗଲା ତାଙ୍କ ଦୄଷ୍ଟିଶକ୍ତି । ସ୍ୱପ୍ନ ଆଉ ଆଶା ସବୁ ପାଣିରେ ମିଳେଇଗଲା । ତେଣୁ ଗାଁକୁ ଫେରି ଆସିଥିଲେ। ଶେଷରେ ନିଷ୍ପତ୍ତି ନେଲେ ଆଖପାଖ ପିଲାଙ୍କୁ ପାଠ ପଢ଼ାଇବେ । ଆଉ ସେହି ଶିକ୍ଷାଦାନର ଝୁଙ୍କ ଭିତରେ ଆଜି ବିତିଯାଇଛି ୩୪ ବର୍ଷ। ଭାସ୍କର ସାରଙ୍କ ଅଗଣା ସାଜିଛି ଚାଟଶାଳୀ । ଯାହାଙ୍କଠୁ ପାଠପଢ଼ି ଅନେକ ଆଜି ବଡ଼ ମଣିଷ ହୋଇଛନ୍ତି । ଯିଏ ଯାହା ଖୁସିରେ ପାରିଶ୍ରମିକ ଦେଲେ ଗ୍ରହଣ କରୁଛନ୍ତି ।
ଇଚ୍ଛା ଆଉ ଆବେଗ ଅଛି ବୋଲି ପିଲାଙ୍କୁ ସ୍ୱପ୍ନର ବାଟ ଦେଖାଇବା ପାଇଁ ନିଇତି ଏଭଳି ପାହାଡ଼ ଚଢ଼ିଯାଉଥିବା ଏ ହେଲେ କଳେବର ମହାନ୍ତ । ଜଙ୍ଗଲି ରାସ୍ତା ଭିତରେ ଜୀବଜନ୍ତୁଙ୍କ ପ୍ରତି ଭୟ ନାହିଁ କି ଦୁର୍ଗମ ପଥକୁ ଖାତିର ନାହିଁ । କାରଣ ଏହି ପାହାଡ଼ ପଟେ ତାଙ୍କୁ ଅନାଇ ରହିଛି ଅନ୍ଧାରୀ ମୂଲକର ଗାଁ ଉପର କାଦକଳା। କେନ୍ଦୁଝର ବାଂଶପାଳ ବ୍ଲକ ଏହି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ କଳେବର ଆଦିବାସୀ ପିଲାଙ୍କ
Also Read
ୟେ ବି ଜଣେ ଗୁରୁ । ହେଲେ ହାତରେ ନାହିଁ ବହି, ଖଡ଼ି କି କଲମ । ଖଣ୍ଡିଏ ହକି ଷ୍ଟିକ୍ ଧରି ଶୁଖିଲା ମୈଦାନରେ ତିଆରି କରିଛନ୍ତି ଅନେକ ଉଜ୍ଜଳ ତାରିକା । ନୀଳିମା ମିଞ୍ଜ ହୁଅନ୍ତୁ ଅବା ଅନୁପା ବାର୍ଲା । ଏକାଧିକ ହକି ତାରକା ଗଢ଼ା ହୋଇଛନ୍ତି ତାଙ୍କ ହାତରେ । ରାଜଗାଙ୍ଗପୁର କୁକୁଡ଼ା ଗାଁର ଡୋମନିକ୍ ଟପ୍ପୋ । ବୟସ କହିଲେ ପ୍ରାୟ ୭୪ ବର୍ଷ। ଟିକେ ବି ଥକିନାହାନ୍ତି, କି ବୟସ ଆଗରେ ହାରିନାହାନ୍ତି । ଅର୍ଥାଭାବ ସହ ନାନା ପ୍ରତିବନ୍ଧକ ପାଇଁ ସିନା ସେ ନଖେଳିପାରିଲେ ନାହିଁ, କିନ୍ତୁ ଅଞ୍ଚଳର ଝିଅଙ୍କୁ ହକିଶିକ୍ଷା ଦେଇ ଆଜି ସେ ପାଲଟିଛନ୍ତି ଦ୍ରୋଣାଚାର୍ଯ୍ୟ। ତା’ପୁଣି ବିନା ପାଉଣାରେ। କାହା ପାଇଁ ପାଉଣା ତୁଚ୍ଛ ହୋଇଛି ତ ଆଉ କାହା ଆଗରେ ବୟସ ହାର ମାନିଛି । ତେଣୁ ସବୁରି ମୁହଁରେ ଗୋଟିଏ କଥା, ଗୁରୁ ହେବ ତ ଏମିତି।