Advertisment

ମାଛଧରା ବିବାଦରୁ ଅଭିଯୁକ୍ତଙ୍କୁ ପୋଲିସର ଥାର୍ଡ ଡିଗ୍ରୀ : ପିଟି ପିଟି ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ

ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ

 police

police

Advertisment

ମାଛଧରା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ କୋଣାର୍କ ପୋଲିସ ପିଟି ପିଟି ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ । ଏପରି ଅଭିଯୋଗ ଆଣିଛନ୍ତି କୋଣାର୍କ ଥାନା ଅନ୍ତର୍ଗତ ଆମ୍ବେଳି ଗାଁର କାଳନ୍ଦୀ କାଣ୍ଡି । କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକଙ୍କ ବିରୋଧରେ କାଳନ୍ଦୀ ଅଭିଯୋଗ କରିଛନ୍ତି । ଘଟଣା ଗତ ଜାନୁୟାରୀ ମାସର ବୋଲି ଜଣାପଡ଼ିଛି ।

Advertisment

କାଦୁଆ ନଦୀରେ ମାଛ ଧରାକୁ କେନ୍ଦ୍ର କରି କାଳନ୍ଦୀଙ୍କ ସହ କିଛି ଲୋକଙ୍କର ଝଗଡ଼ା ହୋଇଥିଲା । ଏନେଇ କୋଣାର୍କ ଥାନାରେ ତାଙ୍କ ନାଁରେ ମାମଲା ହୋଇଥିଲା । ଅଭିଯୋଗ ହେବା ପରେ କୋଣାର୍କ ଥାନା ଆଇଆଇସି ଓ ଅନ୍ୟ ପୁଲିସମାନେ କାଳନ୍ଦିଙ୍କୁ ଘରୁ ଉଠାଇ ଆଣି ଥାନାରେ ଥାର୍ଡ ଡିଗ୍ରୀ ଦେଇଥିଲେ । ଏପରିକି ଲୁହା ପାଇପରେ ତାଙ୍କୁ ପିଟିଥିଲେ। ପୁଲିସ ବାବୁଙ୍କ ମାଡ଼ରେ କାଳନ୍ଦିଙ୍କ ବାମ ଗୋଡ଼ଟି ଭାଙ୍ଗିଯାଇଥିଲା।

ପରେ କାଳନ୍ଦୀଙ୍କୁ ଗୋପ କାକଟପୁର ଓ ତାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଚିକିତ୍ସା କରାଇଥିଲେ ଥାନା ଅଧିକାରୀ । କିନ୍ତୁ ଗତ ୩ମାସ ହେବ କାଳନ୍ଦୀ କୋଣାର୍କରେ ଏକ ଭଡା ଘରେ ରହୁଥିବାବେଳେ କାମ ଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ହୋଇ ପାରୁନଥିବା କହିଛନ୍ତି । ତାସହ ନ୍ୟାୟ ମାଗିଛନ୍ତି । ଏ ସମ୍ପର୍କରେ କୋଣାର୍କ ଥାନା ଅଧିକାରୀ କିମ୍ବା ଜିଲ୍ଲା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Police 'third Degree'
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ