ଅବକ୍ଷୟମୁଖୀ ମୃତ୍ତିକା: ୪୦ରୁ ୬୦ ବର୍ଷ ପରେ ଅମଳକ୍ଷମ ହେବନି ମାଟି

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ

ସଦଗୁରୁଙ୍କ ମୃତ୍ତିକା ବଞ୍ଚାଅ ଅଭିଯାନ

ମୃତ୍ତିକା ବା ମାଟି, ସମସ୍ତଙ୍କ ମା’ ପରି । ପବିତ୍ର,ଅମୃତଦାୟିନୀ, ଜୀବନ ରକ୍ଷାକାରୀ ।‘ମା’ ଭଳି ଜୀବଜଗତକୁକୋଳରେଆଶ୍ରୟଦେଇଛି ମାଟି ମାଆ। ସମଗ୍ର ଜୀବଜଗତ ଓ ପରିବେଶ ପାଇଁ ବରଦାନ ସଦୃଶ । ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଖାଦ୍ୟ ଓ ଆଶ୍ରୟ ପାଇଁ ମୃତ୍ତିକା ଉପରେ ନିର୍ଭରଶୀଳ। ହେଲେ ମୃତ୍ତିକା ଏବେ ବିପଦରେ । ଧୀରେ ଧୀରେ ମାଟି ଅବକ୍ଷୟ ହେଉଛି । ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ପୂର୍ବ ପରି ଅମଳକ୍ଷମ ହୋଇପାରୁନି ମାଟି । ଏହାକୁ ଦୃଷ୍ଟିରେ ରଖି ମୃତ୍ତିକା ସଂରକ୍ଷଣ ଲାଗି ଚେଷ୍ଟା କରୁଛନ୍ତି ସଦଗୁରୁ ।

ଇଶା ଫାଉଣ୍ଡେସନର ପ୍ରତିଷ୍ଠାତା ସଦଗୁରୁ ମୃତ୍ତିକା ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ଲଣ୍ଡନର ଟ୍ରାଫାଲଗଡ ସ୍କୋୟାରରୁ ସେ ୧୦୦ ଦିନିଆ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ସମୟରେ ୨୬ଟି ଦେଶ ଓ ୩୦ ହଜାର କିଲୋମିଟର ଦୂରତା ଅତିକ୍ରମ କରିବେ ସଦଗୁରୁ। ତାଙ୍କ ଗସ୍ତର ମୂଳ ଉଦ୍ଦେଶ୍ୟ ମୃତ୍ତିକା କ୍ଷୟକୁ ରୋକିବା ଏବଂ ମୃତ୍ତିକାର ଉର୍ବରତା ରକ୍ଷା କରିବା ।

ସଦଗୁରୁଙ୍କ କହିବା ଅନୁସାରେ ଗତ ଚାଳିଶ ବର୍ଷ ମଧ୍ୟରେ ପୃଥିବୀର ଚାଳିଶ ପ୍ରତିଶତ ମୃତ୍ତିକାର ଉପରି ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମିଳିତ ଜାତିସଂଘ ଅନୁସାରେ ଆମ ପାଖରେ ବର୍ତ୍ତମାନ ମାତ୍ର ଚାଳିଶରୁ ଷାଠିଏ ବର୍ଷ କୃଷି କରିବା ପାଇଁ ମାଟି ରହିଛି । ଏହା ପରେଖାଦ୍ୟ ଉତ୍ପାଦନ ପାଇଁ ମାଟି ରହିବ ନାହିଁ । ନା ଚାଷ ହେବ, ନା ଖାଇବାକୁ ମିଳିବ । ସ୍ଥିତି ଆହୁରି ଭୟଙ୍କର ହେବ ।

ବର୍ତ୍ତମାନ ଭାରତର ତିରିଶ ପ୍ରତିଶତ ଜମି ଖରାପ ହୋଇସାରିଛି ଏବଂ ଭାରତର ୯୦ ପ୍ରତିଶତ ମୃତ୍ତିକା ମରୁଭୂମିରେ ପରିଣତ ହୋଇସାରିଥିବା ସେ କହିଛନ୍ତି । ତେଣୁଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତ ପିଢ଼ି ପାଇଁ ମାଟିର ସୁରକ୍ଷା ହେଉଛି ସବୁଠାରୁ ବଡ଼ ଆହ୍ୱାନ ।