Advertisment

ଚିକେନ କବାବ୍‌ ଆଣିବାକୁ ଯାଇଥିଲେ, ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ !

ଚିକେନ କବାବ୍‌ କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ। କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ।

The driver gone out to buy kebabs returned home with rs 10 crore

The driver gone out to buy kebabs returned home with rs 10 crore

Advertisment

କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦେଇଥାନ୍ତି। କେତେବେଳେ କାହା ଭାଗ୍ୟରେ ଲକ୍ଷ୍ନୀ ପ୍ରସନ୍ନ ହେବେ, ତାହା କେହିବି କହିପାରିବେ ନାହିଁ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ବ୍ରିଟେନରେ ଜଣେ ବସ୍‌ ଡ୍ରାଇଭରଙ୍କ ଏପରି କିଛି ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଚିକେନ କବାବ୍‌(Chicken Kebab) କିଣିବାକୁ ଯାଇଥିଲେ, ହେଲେ ୧୦ କୋଟି ଟଙ୍କାର ମାଲିକ ହୋଇ ଘରକୁ ଫେରିଲେ। କୋଟିପତି ହେବା ପରେ ଡ୍ରାଇଭଙ୍କର ଖୁସି କହିଲେ ନସରେ। କିଭଳି ଭାବେ ସେ ଏହି ଟଙ୍କାକୁ ଖର୍ଚ୍ଚ କରିବେ ଏସମ୍ପର୍କରେ ସେ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ବ୍ରିଟେନର ଲିସେସ୍ଟରରେ ଏହି ଘଟଣା ଘଟିଛି।

Advertisment

ମିରର୍‌ ୟୁକେ ରିପୋର୍ଟ ଅନୁସାରେ, ୫୧ ବର୍ଷୀୟ ଏହି ବସ୍‌ ଡ୍ରାଇଭରଙ୍କ ନାଁ ସ୍ଟିଭ୍‌ ଗୁଡ୍‌ଭିନ୍‌। ଯାତ୍ରା କରୁଥିବା ବେଳେ ସେ ଏକ କବାବ୍‌ ଦୋକାନ ବାହାରେ ଛିଡ଼ା ହୋଇଥିଲେ। କବାବ୍‌ ପ୍ରସ୍ତୁତ ହେବା ଭିତରେ ସମୟ ଅତିବାହିତ ପାଇଁ ସେ ନିକଟରେ ଥିବା ଅନ୍ୟ ଏକ ଦୋକାନରୁ ନ୍ୟାସନାଲ୍‌ ଲଟେରୀର ଏକ ଟିକେଟ୍‌ କିଣିଥିଲେ। ପରେ ଜଣା ପଡ଼ିଥିଲା ସେ ଏହି ଲଟେରୀ ଜିତିଛନ୍ତି ଓ ୧ ମିଲିୟନ ପାଉଣ୍ଡ(୧୦ କୋଟି ୨୫ ଲକ୍ଷ ଟଙ୍କା)ର ବିଜେତା ହୋଇଛନ୍ତି।

କୋଟିପତି ହେବା ପରେ ସ୍ଟିଭ୍‌ଙ୍କ ଆଖିରେ ଖୁସିରେ ଲୁହ ଆସି ଯାଇଥିଲା। ସେ କହିଛନ୍ତି, ‘ଅର୍ଡର ଦେଇ କବାବ୍‌ ଦୋକାନ ବାହାରେ ଛିଡ଼ା ହୋଇଥିଲି। ଚା’ ଓ ଖାଇବାର ଅପେକ୍ଷା କରିଥିଲି। ଏହି ସମୟରେ ଅଚାନକ୍‌ ମୁଣ୍ଡକୁ ଏମିତି ଆସିଲା ଓ ପାଖ ଦୋକାନରୁ ଏକ ଲଟେରୀ ଟିକେଟ୍‌ କିଣିଥିଲି। ଯାହାପରେ ମୋ ଭାଗ୍ୟ ବଦଳାଇ ଦେଇଥିଲା।’

Advertisment

‘ଏହି ଟଙ୍କାରେ ପ୍ରଥମେ ଏକ ନୂଆ ଘର କିଣିବି। ପରେ ପାର୍ଟନରଙ୍କୁ ବିଦେଶ ଗସ୍ତରେ ନେବି’ ବୋଲି ସ୍ଟିଭ୍‌ କହିଛନ୍ତି। ସେ ଆହୁରି କହିଛନ୍ତି, ‘ମୋ ଲଟେରୀ ଟିକେଟ୍‌ ନମ୍ବର ୭୩ ଥିଲା। କେବିବି ସ୍ୱପ୍ନରେ ଭାବି ନଥିଲି ଏତେ ଟଙ୍କାର ଲଟେରୀ ଜିତିବି। ହେଲେ ଯେତେବେଳେ ଲଟେରୀ ଅଫିସର କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲି, ଏହା ଜାଣିବା ପରେ ମୋର ହୋସ୍‌ ଉଡ଼ି ଯାଇଥିଲା। ଆଉ ଗୋଟିଏ ଝଟ୍‌କାରେ ୧୦ କୋଟିରୁ ଅଧିକ ଟଙ୍କା ଜିତି ଯାଇଥିଲି।’

‘ଘରକୁ ଯାଇ କବାବ୍‌ ଖାଇବାକୁ ବସିଥିଲି। ହେଲେ ଖୁସିରେ ଆଉ ଭୋକ ଲାଗିଲା ନାହିଁ। ସେତେବେଳେ ଭାବିଥିଲି, ଏହି କବାବ୍‌ ପାଇଁ ଆଜି ମୁଁ କୋଟିପତି ହୋଇଗଲି। ସର୍ବପ୍ରଥମେ ମା’ଙ୍କୁ ଫୋନ୍‌ କରି ଏହି ଖୁସି ଖବର ଜଣାଇଥିଲି। ପ୍ରଥମେ ପରିବାର ଲୋକ ମୋର ଏହି କଥାକୁ ବିଶ୍ୱାସ କରିନଥିଲେ। ହେଲେ ପରେ ଜାଣିଥିଲେ ମୁଁ ସତ କହୁଛି’ ବୋଲତ ସ୍ଟିଭ୍‌ କହିଛି। କୋଟିପତି ହେବାପରେ ମଧ୍ୟ ସେ ଏବେବି ଡ୍ରାଇଭର ଚାକିରି କରୁଛନ୍ତି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ