Advertisment

ଜେଲ ଭିତରେ ପୁଞ୍ଜିଲାଲଙ୍କ ପାଠଶାଳା : କଏଦୀଙ୍କୁ ଇଂରାଜୀ ପଢ଼ାଉଛନ୍ତି ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ

ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ରହି ପାଠଶାଳା ଖୋଲିଛନ୍ତି।

ଅଦ୍ୟତନ ହୋଇଛି
punjilal

punjilal

Advertisment

ଜେଲ ଭିତରେ ପାର୍ସଲ ବୋମା ବିସ୍ଫୋରଣର ଦୋଷୀ ପୁଞ୍ଜିଲାଲଙ୍କ ପାଠଶାଳା । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଜିଂଲାଲ ମେହେର ଏବେ ବଲାଙ୍ଗିର ଜେଲରେ କଏଦୀଙ୍କୁ ପଢାଉଛନ୍ତି ପାଠ । ଜେଲର ଜନମଂଗଳ ଅଧିକାରୀ ଓ ଜେଲ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ କଏଦୀଙ୍କୁ ଇଂରାଜୀ ପଢାଉଛି ପୁଜିଂଲାଲ । ପୂର୍ବରୁ ପାଟଣାଗଡ଼ ଜେଲ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବାପରେ ତାଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଜିଂଲାଲ ମେହେର ଜଣେ ଇଂରାଜୀ ଅଧ୍ୟାପକ ହୋଇଥିବାରୁ ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ଶିକ୍ଷାଦାନ ପାଇଁ ତାଙ୍କୁ ନିୟୋଜିତ କରିଛନ୍ତି ।

Advertisment

ତେବେ ଏସମ୍ପର୍କରେ ଜେଲ ଅଧିକ୍ଷକ କହିଛନ୍ତି, ପୁଞ୍ଜିଲାଲ ଜଣେ ଅଧ୍ୟାପକ ହୋଇଥିବାରୁ ତାଙ୍କୁ ପାଠ ପଢ଼ାଇବା କାମରେ ଲଗାଯାଇଛି । ଏଥିପାଇଁ ଜେଲରେ ବନ୍ଦ ଥିବା ଆସାମୀଙ୍କୁ ସମସ୍ତ ପ୍ରକାର ବହି ଯୋଗାଇ ଦିଆଯାଇଛି । ସବୁଦିନ କଏଦୀଙ୍କୁ ପାଠ ପଢ଼ାଉଥିଲେ ପୁଞ୍ଜିଲାଲ । ହେଲେ ବର୍ତ୍ତମାନ ଜେଲ ସ୍କୁଲ ମରାମତି କାମ ଚାଲୁଥିବାରୁ ବନ୍ଦ ରହିଛି ପାଠପଢ଼ା । ମରାମତି କାମ ଶେଷ ହେଲେ ପୁଣି ପାଠପଢ଼ା ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ ପ୍ରତି ପର୍ଯ୍ୟାୟରେ ୨୦ ଜଣ ଅପରାଧୀଙ୍କୁ ପାଠ ପଢ଼ାଯାଉଥିବା କହିଛନ୍ତି ଜେଲ ଅଧୀକ୍ଷକ ।

ସୂଚନାଯୋଗ୍ୟ ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ଭୟଙ୍କରେ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ବୋମା ଭର୍ତ୍ତି ପାର୍ସଲ ବିସ୍ଫୋରଣ ହୋଇଥିଲା । ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ସୌମ୍ୟଶେଖରଙ୍କ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା ।

Advertisment
Parcel Bomb Mastermind Punjilal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ