Advertisment

ଅମର ସହିଦ ଭଗତ ସିଂହଙ୍କ ବୀରତ୍ୱର କାହାଣୀ

ଆଜି ସହିଦ ଭଗତ ସିଂହଙ୍କ ଜନ୍ମଦିନ। ସେ ଦେଶର ସ୍ୱାଧୀନତା ପାଇଁ କମ ବୟସରେ ଫାଶି ଖୁଣ୍ଟରେ ଝୁଲିଯାଇ ନିଜ ନାଁକୁ ମୁକ୍ତି ସଂଗ୍ରାମରେ ଲେଖିଦେଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

ଅଦ୍ୟତନ ହୋଇଛି
Bhagat Singh Birthday

The brave story of Bhagat Singh

Advertisment

ଭାରତର ଅମର ସହିଦ ତାଲିକାରେ ଦରଦାର ଭଗତ ସିଂହଙ୍କ ନାମ ସବୁଠୁ ଗୁରୁତ୍ୱ ବହନ କରେ। ସେ ଦେଶର ସ୍ୱାଧୀନତା ପାଇଁ କମ ବୟସରେ ଫାଶି ଖୁଣ୍ଟରେ ଝୁଲିଯାଇ ନିଜ ନାଁକୁ ମୁକ୍ତି ସଂଗ୍ରାମରେ ଲେଖିଦେଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Advertisment

କିଷନ ସିଂହ ଓ ବିଦ୍ୟାବତୀଙ୍କର ଔରସରୁ ଜନ୍ମ ନେଇଥିବା ଭଗତ ସିଂହ ସେମାନଙ୍କ ଦ୍ୱିତୀୟ ସନ୍ତାନ ଥିଲେ। ତାଙ୍କର ଜନ୍ମ ବେଳେ ତାଙ୍କର ବାପା କାରାଗାରରେ ଥିଲେ। ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ବିଷୟରେ ଭଲ ଭାବରେ ଜାଣିସାରିଥିଲେ। ୧୨ ବର୍ଷ ବୟସରେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ସେ ଦେଖିବାକୁ ଯାଇଥିଲେ।

ତାଙ୍କର ପିତା କିଷନ, ମହାତ୍ମା ଗାନ୍ଧୀଙ୍କର ସମର୍ଥକ ଥିଲେ । ଯେବେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡିବା ନେଇ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସ୍‌ନାଲ୍‌ କଲେଜ ଅଫ ଲାହୋର ତ୍ୟାଗ କରିଦେଇଥିଲେ । ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ସ୍ୱାଧୀନତା ମିଳିବ ବୋଲି ବିଶ୍ୱାସ ରଖିଲେ।

Advertisment

୧୯୨୬ ମସିହା ମାର୍ଚ୍ଚ ମାସରେ ଭଗତ ସିଂହ ନବ ଯୌବନ ଭାରତ ସଭା ନାମକ ଏକ ସଂସ୍ଥା ସ୍ଥାପନ କଲେ। ପରେ ସେ ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନ୍‌ରେ ଅଂଶଗ୍ରହଣ କରିଥିଲେ। ଗୋଟିଏ ବର୍ଷ ପରେ ତାଙ୍କର ବାପାମାଆ ତାଙ୍କର ବାହାଘର କରାଇବାକୁ ଚାଁହୁଥିଲେ, ହେଲେ ସେ ଘର ଛାଡି ପଳାଇଥିଲେ ଏବଂ ଏକ ଚିଠି ଛାଡି ଦେଇଥିଲେ। ସେଥିରେ ଏହା ଲେଖା ଥିଲା ଯେ

"ମୋର ଜୀବନକୁ ମୁଁ ଏକ ମହାନତମ କାମରେ ଉତ୍ସର୍ଗ କରିସାରିଛି, ତାହା ହେଉଛି ଦେଶର ସ୍ୱାଧୀନତା । ସେଥିପାଇଁ କୌଣସି ଇଛା ମୋତେ ପ୍ରଲୋଭିତ କରିପାରିବ ନାହିଁ ।”

Advertisment

ମଇ ମାସ ୧୯୨୭ ମସିହାରେ ତାଙ୍କୁ ପୋଲିସ ପ୍ରଥମଥର ବନ୍ଦୀକରି ନେଇଯାଇଥିଲା ।

୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ କରିବା ନେଇ ସାଇମନ କମିଶନ ଦଳକୁ ଭାରତ ପଠାଇଥିଲେ। କେତେକ ରାଜନୈତିକ ଦଳ ଏହି କମିଶନରେ କେହି ଭାରତୀୟ ନ ଥିବାରୁ ଏହାର ବହିଷ୍କାର କରିଥିଲେ। ଦେଶସାରା ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା। ୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ। ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ। ୧୭ ନଭେମ୍ବର ୧୯୨୮ରେ ଲାଲାଜୀ ହୃଦଘାତ ଯୋଗୁଁ ପରଲୋକ ଗମନ କରିଥିଲେ।

ପରେ ଭଗତ ସିଂହ ଶିବରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ବନ୍ଦୋବସ୍ଥ କଲେ। କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ୍‌ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସଙ୍କୁ ମାରିଦେଲ। ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା। ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ।

୭ ଅକ୍ଟୋବର ୧୯୩୦ ମସିହାରେ ବ୍ରିଟିଶ ସରକାର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ସନ୍ଦର୍ଶଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡ ଦେଇଥିଲେ। ସେ ୨୩ ମାର୍ଚ୍ଚ ୧୯୩୧ରେ ଦେଶ ପାଇଁ ଲଢ଼ି ମାତ୍ର ୨୩ ବର୍ଷ ବୟସରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିପଡିଲେ ।

Bhagat Singh Sahid Bhagat Singh Juvak Sangha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ