Advertisment

ରେକର୍ଡ ଭାଙ୍ଗିଲା ପକ୍ଷୀ : ଉଡିଲା ୧୨,୮୭୪ କିମି

ସାମାନ୍ୟ ପକ୍ଷୀ ଭାଙ୍ଗିଲା ବିଶ୍ୱ ରେକର୍ଡ। ଆଲାସ୍କାରୁ ଅଷ୍ଟ୍ରେଲିଆ ବିନା ବିଶ୍ରାମରେ ଉଡିଲା। ୨୩୯ ଘଣ୍ଟା ଆର୍ଥାତ୍ ୧୦ ଦିନରେ ଉଡିଲା ୧୨,୮୭୪ କିମି।

The bird made a record by flying non stop

The bird made a record by flying non stop

Advertisment

ନୂଆଦିଲ୍ଲୀ : ଦୂର ଯାତ୍ରା ସମସ୍ତଙ୍କ ପାଇଁ କଷ୍ଟକର ହୋଇଥାଏ। ସେ ମଣିଷ ହେଉ, ପଶୁ ପକ୍ଷୀ ହୁଅନ୍ତୁ ବା ଯାନ ବି ହଉ। ଦୀର୍ଘ ଯାତ୍ରା ସମୟରେ ସମସ୍ତେ ମଝିରେ ମଝିରେ ବିଶ୍ରାମ ନେଇଥାନ୍ତି। ସାଧାରଣତଃ ଯଦି ଏକ ବିମାନ ବି ଦୂର ଯାତ୍ରାରେ ଯାଏ ଥରେ ହେଉ ପଛେ ଅବତରଣ କରିଥାଏ। କିନ୍ତୁ ଏକ ପକ୍ଷୀ ଆକାଶ ମାର୍ଗରେ ଏମିତି ଏକ ଅଜବ ଯାତ୍ରା କରିଛି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଏହି ପକ୍ଷୀଟି ଆଲାସ୍କାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଦୀର୍ଘ ୧୨,୮୭୪ କିଲୋ ମିଟର ଯାତ୍ରା କରିଛି, ତାହା ପୁଣି ବିନା ବିଶ୍ରାମରେ।

Advertisment
The bird made a record by flying non stopରେକର୍ଡ ଭାଙ୍ଗିଲା ପକ୍ଷୀ : ଉଡିଲା ୧୨,୮୭୪ କିମି

ବାର ଟେଲ୍ଡ ଗଡ୍‌ୱିଟ୍ ନାମକ ଏହି ପକ୍ଷୀଟିର ଆକାର ଏତେ ଏମିତି ଯେ ଏହାକୁ ଗୋଟେ ଫାଇଟର ଜେଟ୍ ସହିତ ତୁଳନା କରାଯାଉଛି। ଏହି ଅନବରତ ଯାତ୍ରା କରି ପକ୍ଷୀଟି ନିଜେ ନିଜର ବିଶ୍ୱ ରେକର୍ଡ ଭାଙ୍ଗିଦେଇଛି। ପ୍ରକାଶଥାଉ ଯେ ପକ୍ଷୀଟି ପୂର୍ବରୁ ମଧ୍ୟ ଦୀର୍ଘ ଦୂରତା ଯାତ୍ରା କରି ବିଶ୍ୱ ରେକର୍ଡ ତିଆରି କରିଥିଲା। ଗତି ଆଉ ଦୂରତାକୁ ଜାଣିବା ପାଇଁ ତା’ ଶରୀରରେ ଏକ ଟ୍ରାକର ଖଞ୍ଜା ଯାଇଥିଲା। ତା’ ଶରୀରରେ ଏକ ଛୋଟ ସୌର ସଂଚାଳିତ ଉପଗ୍ରହ ଟ୍ରାକର ବ୍ୟବହାର କରାଯାଇଥିଲା। ପକ୍ଷୀଟି ସେପ୍ଟେମ୍ବର ୧୭ରେ ଆମେରିକା ଛାଡିଥିଲା ଏବଂ ୧୦ ଦିନ ପରେ ଅଷ୍ଟ୍ରେଲିଆ ମାଟିରେ ତଳକୁ ଆସିଥିଲା। ସେ ପ୍ରାୟ ୨୩୯ ଘଣ୍ଟା ଧରି ଉଡିଥିଲା

ଗଡ୍‌ୱିଟ୍ ପକ୍ଷୀଟି ଗଲା ବର୍ଷ ମଧ୍ୟ ଆଲାସ୍କାରୁ ନ୍ୟୁଜିଲ୍ୟାଣ୍ଡ୍ ବିନା ବିଶ୍ରାମରେ ଉଡି ବିଶ୍ୱରେକର୍ଡ ଭାଙ୍ଗିଥିଲା। ୪୦୦ ଗ୍ରାମର ଏହି ପକ୍ଷୀଟି ସାରା ଦୁନିଆରେ ଦୀର୍ଘ ବାଟ ଉଡିବା ନେଇ ଜଣାଶୁଣା। ଏହି ପକ୍ଷୀଟି ନିଜର ଖାଦ୍ୟ ଭାବେ ପୋକ ଜୋକ ଆଦି ଖାଇଥାଏ।

Advertisment

ଏହି ପକ୍ଷୀକୁ ନେଇ ବିଶେଷଜ୍ଞମାନେ କୁହନ୍ତି ଯେ ଉଡିବା ସମୟରେ ଏହାର ଆକାର ସତେଯେପରି ଏକ ଯୁଦ୍ଧ ବିମାନ ଭଳି ଦେଖାଯାଏ। ଏହାର ଲମ୍ବା ଆଉ ତୀକ୍ଷ୍ଣ ଡେଣା ତାକୁ ଆକାଶ ମାର୍ଗରେ କ୍ଷିପ୍ର ଗତିରେ ଉଡିବାରେ କ୍ଷମତା ପ୍ରଦାନ କରେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଉଡିବା ସମୟରେ ଏହି ପକ୍ଷୀ ନା କିଛି ଖାଏ ନା କିଛି ପିଏ। ଏହା ପୂର୍ବରୁ ବି ଏହି ପକ୍ଷୀଟି ଲଗାତର ହଜାର ହଜାର କିଲୋମିଟର ଉଡି ରେକର୍ଡ ସୃଷ୍ଟି କରିଥିଲା।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ