Advertisment

ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Tension erupts at a private hospital in Bhubaneswar after a patient dies

Tension erupts at a private hospital in Bhubaneswar after a patient dies

Advertisment

ଚିକିତ୍ସା ଅବହେଳା ରୁ ରୋଗୀ ମୃତ୍ୟୁ ଅଭିଯୋଗ । ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।

Advertisment

ସୂଚନା ଅନୁସାରେ, ଖୋର୍ଦ୍ଧା ନାଚୁଣି ଅଂଚଳର ଶିବରାମ ସାହୁ ଗତ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳେ ଅସ୍ତ୍ରୋପଚାର ପରେ ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ହସ୍ପିଟାଲର ନର୍ସ ପରିବାର ଲୋକଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ରୋଗୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।

ତେବେ ଏନେଇ ପରିବାର ଲୋକେ ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ହସ୍ପିଟାଲ ଗେଟକୁ ରୋଗୀଙ୍କ ସମ୍ପର୍କୀୟ ତାଲା ପକାଇ କ୍ଷତିପୂରଣ ଦାବିରେ ହୋହାଲ୍ଲା କରିଥିଲେ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ରୋଗୀଙ୍କ ସଂପର୍କୀୟଙ୍କୁ ବୁଝାସୁଝା କରୁଛି । ସେପଟେ ସଂପୃକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ