Advertisment

ଏଇଠି ମିଳୁଛି ‘ଓଲ୍ଡ ମଙ୍କ୍‌ ଟି’; କିଏ କହୁଛି ଚମତ୍କାର, କିଏ କହୁଛି ସ୍ୱାଦିଷ୍ଟ

ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ମିଳୁଛି ଏହି ଚା’। ଏହାର ନାଁ ରହିଛି ‘ଓଲ୍ଡ ମଙ୍କ୍‌ ଟି’। ଜାଣନ୍ତୁ କେଉଁଠି ମିଳୁଛି।

Tea with a shot of old monk goes viral in goa

Tea with a shot of old monk goes viral in goa

Advertisment

ଆପଣମାନେ ନିଶ୍ଚୟ ମସଲା ଚା’ ପିଇଥିବେ। ଏହାଛଡା ନିଶ୍ଚୟ ବରଫ ଚା’ ମଧ୍ୟ ଉପଭୋଗ କରିଥିବେ। କିନ୍ତୁ ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି। କିନ୍ତୁ ଏହା ସତ ଯେ ଏବେ ଏମିତି ଏକ ଚା’ ଆସିଛି ଯାହାର ନାମକୁ ‘ଓଲ୍ଡ ମଙ୍କ୍ ଟି’ ରଖାଯାଇଛି।

Advertisment

ଏବେ ଆପଣ ପୁଣି ଚିନ୍ତାରେ ପଣିବେଣି ଯେ ଏହି ଚା’ କେଉଁଠି ମିଳୁଛି? ତେବେ ଏହି ଚା’ର ସ୍ୱାଦ ନେବାକୁ ହେଲେ ଆପଣଙ୍କୁ ଗୋଆ ଯିବାକୁ ପଡ଼ିବ। ଏହା ଏମିତି ଏକ ସହର ଯେଉଁଠି ରହିଛି ସୁନ୍ଦର ବେଳାଭୂମି, ଫ୍ୟାନ୍ସି ରେଷ୍ଟୁରାଣ୍ଟ ଏବଂ ମଦ୍ୟ ସହିତ ଛୁଟି କାଟିବାର ଏକ ପସନ୍ଦର ଜାଗା।

ଗୋଆର କାଣ୍ଡୋଲିମର ସିଂକ୍ୱେରିମ୍ ବିଚ୍‌ରେ ଚା ଏବଂ ଓଲ୍ଡ ମଙ୍କ ରମ୍‌ର ଏକ ଅଦ୍ଭୁତ ମିଶ୍ରଣ ବିକ୍ରି ହେଉଛି। ରାସ୍ତା କଡ଼ରେ ଏହି ମିଶ୍ରଣ ତିଆରି ହେବାର ଏକ ଭିଡିଓ ବର୍ତ୍ତମାନ ଟ୍ୱିଟର୍‌ରେ ଭାଇରାଲ ହେଉଛି।

Advertisment

ଏହି ଭାଇରାଲ ଭିଡିଓରେ, ରାସ୍ତା କଡରେ ଥିବା ଏକ ଦୋକାନୀ ଓଲ୍ଡ ମଙ୍କ୍‌ ରମ୍ ସହିତ ଚ’ ପ୍ରସ୍ତୁତ କରୁଛନ୍ତି। ସେ ଏକ ମାଟି ପାତ୍ରକୁ ଗରମ କରି ଚୁମୁଟାରେ ବାହାର କରୁଛନ୍ତି ଓ ତା’ପରେ ବୋତଲରୁ କିଛି ଓଲ୍ଡ ମଙ୍କ୍‌ ରମ୍ ଢାଳୁଛନ୍ତି। ତା’ପରେ ଏହି ମିଶ୍ରଣରେ ସେ ଚା’ ମିଶାଉଥିବା ଦେଖାଯାଏ। ଥରେ ପ୍ରସ୍ତୁତ ହୋଇଗଲେ, ସେ ଏହାକୁ ଏକ ପିତଳତ ଧୂପଦାନୀରେ ରଖି ମାଟି ଗ୍ଲାସ୍‌ରେ ପରଶୁଛନ୍ତି। କୁହାଯାଉଛି ଯେ ଏହି ଭିଡିଓ କାଣ୍ଡୋଲିମର ସିଂନ୍‌ରିମ୍ ବିଚ୍‌ରେ କରାଯାଇଛି। ଏହି ପୋଷ୍ଟର କ୍ୟାପସନ୍‌ରେ ଲେଖାଯାଇଛି, 'ଗୋଆରେ ଓଲ୍ଡ ମଙ୍କ୍ ଟି’।

Advertisment

ସୋସିଆଲ୍ ମିଡିଆରେ ଏହି ଭିଡିଓ ପଡିବାର ଖୁବ କମ ସମୟ ମଧ୍ୟ ଭାଇରାଲ ହେବାରେ ଲାଗିଛି ଆଉ ଲାଇକ୍, କମେଣ୍ଟର ସୁଅ ଛୁଟିଛି। ଏହି ଭିଡିଓକୁ ଶେୟାର କରି ଜଣେ ଲେଖିଛନ୍ତି, 'ଏହା ଚମତ୍କାର! ବାସ୍ତବରେ, ଗରମ କଫିରେ ଅଧା ଚାମଚ ଓଲ୍ଡ ମଙ୍କ ଏକ ଭଲ ରେସିପି। ଅନ୍ୟ ଜଣେ ଲେଖିଛନ୍ତି, ‘ଏହା ଖୁବ ସ୍ୱାଦିଷ୍ଟ ଲାଗୁଛି।’

ତେବେ କିଛି ଲୋକ ଏଭଳି ଧାରଣା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଣେ ଲେଖିଛନ୍ତି, "ଏକାସାଙ୍ଗରେ ଦୁଇଟି ପାନୀୟ ବର୍ବାଦ କଲାଭଳି।" ଆଉ ଜଣେ ଚା' ପ୍ରେମୀ ଲେଖିଛନ୍ତି, “ଏ ସବୁ ମୂଲ୍ୟହୀନ। ଚା ଏକ ଚା, ସାଧା ଏବଂ ସରଳ”।

ଏହାକୁ ଏକ ବିଜ୍ଞାନ ଦୃଷ୍ଟିକୋଣରୁ ଜଣେ ଲେଖିଛନ୍ତି, “ଏହାକୁ ରସାୟନ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ... ମଦ୍ୟ ନିଶ୍ଚିତ ଭାବେ ଜଳି ଯାଉଛି କାରଣ ଏହା ଅତ୍ୟଧିକ ଜ୍ୱଳନ୍ତ ଅଟେ। ଚା’ରେ ନିଶ୍ଚିତ ଭାବରେ କୌଣସି ମଦ୍ୟ ସାମଗ୍ରୀ ନାହିଁ ... କେବଳ ସ୍ୱାଦ ରହିଛି।”

Viral Video Goa Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ