Advertisment

ପାଣି ଟ୍ୟାପ୍‌ରୁ ବାହାରୁଛି ଗରମା ଗରମ ଚା’

ପାଣି ଟ୍ୟାପ୍‌ରୁ ପାଣି ତ ବାହାରିବା ଏକ ସାଧାରଣ କଥା। କିନ୍ତୁ କେବେ ଦେଖିଛନ୍ତି କି ଚା’ ବାହାରିବାର। କିନ୍ତୁ ଏଠି ଯେଉଁ ପାଣି ଟ୍ୟାପ୍ ଅଛି, ଖୋଲିବା ମାତ୍ରେ ବାହାରୁଛି ଗରମ ଗରମ ଚା’। ଯିଏ ଯାଉଛି ସିଏ ପିଉଛି।

ଅଦ୍ୟତନ ହୋଇଛି
Tea supply from water tap

Tea supply from water tap

Advertisment

ଦେଶର ଉତ୍ତର ପ୍ରଦେଶରେ ଆଜିକାଲି ଥଣ୍ଡା ଖୁବ ବୃଦ୍ଧି ପାଇଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ମଧ୍ୟ ହେଉଛି। ଚାରିଆଡେ କୁହୁଡିର ଆସ୍ତରଣ ଘେରି ରହିଛି। ଖାଲି ଉତ୍ତର ପ୍ରଦେଶ ନୁହେଁ ମୁମ୍ବାଇରେ ମଧ୍ୟ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ଏବଂ ଥଣ୍ଡା ବୃଦ୍ଧି ପାଇଛି। ଅନେକ ରାଜ୍ୟରେ ମଧ୍ୟ ବର୍ଷା ହେଉଛି।

Advertisment

ଏଭଳି ପରିସ୍ଥିତିରେ ବିଭିନ୍ନ ସହରରେ ପ୍ରବଳ ଥଣ୍ଡା ଯୋଗୁଁ ଅସୁବିଧାର ସମ୍ମୁଖିନ ହେଉଥିବା ଲୋକଙ୍କ ଚିତ୍ର ମଧ୍ୟ ସୋସିଆଲ ମିଡିଆରେ ଦେଖାଯାଉଛି। ଥଣ୍ଡା ହେତୁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ପାହାଡିଆ ଅଞ୍ଚଳରେ ଥଣ୍ଡା ଯୋଗୁଁ ପାଣି ମଧ୍ୟ ଜମା ହୋଇଯାଉଛି।

ଏହି ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ସହର ହେଉ କି ଗାଁ ହେଉ ଜନହୀତରେ ସରକାରଙ୍କ ତରଫରୁ ବିଭିନ୍ନ ପାଣି ଟ୍ୟାପ୍ ବସିଛି। ବିଭିନ୍ନ ରେଳ ଷ୍ଟେସନ୍ ହେଉ କି ବସ୍‌ଷ୍ଟାଣ୍ଡ୍ ଆମେ ଏହି ପାଣି ଟ୍ୟାପ୍ ସବୁ ଦେଖୁ। ଏଥିରୁ ପାଣି ବାହାରିବା ଆମେ ଜାଣିଛେ। କିନ୍ତୁ ପାଣି ଟ୍ୟାପ୍‌ରୁ ଚା’ ବାହାରିବା କେବେ ଦେଖିଛନ୍ତି କି?

Advertisment

ସୋସିଆଲ ମିଡିଆରେ କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ପାଣି ବଦଳରେ ଟ୍ୟାପରୁ ଚା’ ବାହାରୁଛି। ଏହା ଶୁଣି ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେଣି। ଆପଣ ଏହି ଭିଡିଓରେ ଦେଖିନେବା ପରେ ନିଶ୍ଚିର ବିଶ୍ୱାସ କରିବେ। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଆପଣ ସ୍ପଷ୍ଟ ଦେଖି ପାରିବେ ଯେ ଟ୍ୟାପ ମାଧ୍ୟମରେ କିପରି ଗରମ ଗରମ ଚା’ ଯୋଗାଇ ଦିଆଯାଉଛି ଏବଂ ଲୋକମାନେ ଧାଡିରେ ଠିଆ ହୋଇ ଚା ’ନେଉଛନ୍ତି।

Advertisment

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଅନେକ ଲୋକ ଏହି ଅଦ୍ଭୁତ ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି। କିଛି ଲୋକ ଭିଡିଓ ଦେଖିବା ପରେ ସେମାନଙ୍କ ହସକୁ ଅଟକେଇ ପାରି ନାହାନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୧୨ ଲକ୍ଷରୁ ଅଧିକ ଲୋକ ଲାଇକ୍ କରିସାରିଥିଲେ। କିଛି ଲୋକ ପ୍ରତିକ୍ରିୟା ଦେଇ ‘ଏହି ଚା ଭଣ୍ଡାର କୋଉଠି ଅଛି’ ବୋଲି ମଧ୍ୟ ପଚାରିଛନ୍ତି।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ