Advertisment

ପ୍ରାଚୀନ ଐତିହ୍ୟକୁ ନେଇ ଏଏସ୍ଆଇକୁ ଟାର୍ଗେଟ୍

ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।

Target ASI for ancient heritage

Target ASI for ancient heritage

Advertisment

୪ ଦିନ କାଳ ହୋହଲ୍ଲା, ଘନ ଘନ ଖବର ପ୍ରସାରଣ ପରେ ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଇଛି ମାଟି ତଳୁ ବାହାରି ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି। ଗୋଟିଏ ପୂର୍ଣ୍ଣାବୟବର ସିଂହ ମୂର୍ତ୍ତି ହୋଇଥିବା ବେଳେ ଅନ୍ୟଟି ଆଉ ଏକ ସିଂହ ମୂର୍ତ୍ତିର ଭଗ୍ନାବଶେଷ।

Advertisment

ଏଏସ୍ଆଇର ଟେକ୍ନିକାଲ୍ ଟିମ୍ ଉପସ୍ଥିତିରେ ଦୁଇ ଐତିହ୍ୟ କିର୍ତ୍ତୀରାଜିକୁ ବଳିଆପଣ୍ଡା ସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି। କିନ୍ତୁ ସିଂହମୂର୍ତ୍ତିକୁ ଏଏସ୍ଆଇ କାର୍ଯ୍ୟାଳୟକୁ ସ୍ଥାନାନ୍ତରକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ଭକ୍ତ ପରିଷଦ। ଏହାର ଆବାହକ ସୂର୍ଯ୍ୟନାରାୟଣ ରଥ ସିଂହ ମୂର୍ତ୍ତି ଉପରେ ବସିପଡ଼ି ଦାବି କରିଥିଲେ ଯେ ଏ ଦୁଇ କୀର୍ତ୍ତିରାଜିକୁ ଏମାର ମଠ ପରିସରରେ ରଖାଯାଉ। ଏଏସ୍ଆଇ ପ୍ରଥମେ ଶ୍ରୀମନ୍ଦିର ଚାରିପାଖର ଜିପିଆରଏସ୍ କରୁ ଆଉ କି କି ଐତିହ୍ୟ କୀର୍ତ୍ତିରାଜି ମାଟି ତଳେ ରହିଛି, ତା’ର ଅନୁଧ୍ୟାନ କରାଯାଉ ବୋଲି ସେ କହିଥିଲେ। ତେବେ ପୋଲିସ୍ ତାଙ୍କୁ ସେଠାରୁ ଉଠାଇ ନେବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା।

ଏମାର ମଠ ପରିସର ଖନନ ସ୍ଥଳରୁ ମିଳିଥିବା ଏହି ସିଂହ ମୂର୍ତ୍ତି ଗଙ୍ଗବଂଶ ରାଜତ୍ୱ ବେଳର ବୋଲି ଅନୁମାନ କରିଥିଲେ ଏଏସ୍ଆଇର ଆଞ୍ଚଳିକ ଅଧୀକ୍ଷକ ଅରୁଣ ମଲ୍ଲିକ। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ମିଳିଥିବା ଦୁଇ ସିଂହ ମୂର୍ତ୍ତି ଭିତରୁ ଅନ୍ୟ ସିଂହ ମୂର୍ତ୍ତିର ବାକି ଅବଶେଷ ଗଲା କୁଆଡ଼େ ? ମାଟି, ମଳମା ସହ ବାହାରେ ଫିଙ୍ଗା କିମ୍ବା ବାହାରକୁ ଚାଲାଣ ହୋଇ ଯାଇନି ତ ଏମିତି ଅନେକ ଐତିହ୍ୟ ? ଜେସିବି ମାଡ଼ରେ ଧ୍ୱଂସ ପାଇଯାଇନି ତ ମାଟିତଳର ବହୁ କିର୍ତ୍ତିରାଜୀ? ଐତିହ୍ୟର ଏଭଳି ଭୂଲୁଣ୍ଠନ, ଅନାଦର ପାଇଁ କିଏ ଦାୟୀ ?

Advertisment

ବିବାଦ ସତ୍ତ୍ୱେ ପରିକ୍ରମା ପ୍ରକଳ୍ପ କାମ ଆଗେଇ ଚାଲିଥିଲା ବେଳେ କେବେ ଏଏସ୍ଆଇ କରିବ ଜିପିଆରଏସ୍ ? ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଏଥିପାଇଁ ଏଏସ୍ଆଇର ଅବହେଳାକୁ ଦାୟୀ କରି ୨୦୦ ମିଟର ପର୍ଯ୍ୟନ୍ତ ଖନନ ଲାଗି ଦାବି କରିଛନ୍ତି।

ଏପଟେ ସିଂହମୂର୍ତ୍ତି ଗଙ୍ଗବଂଶ ଶାସନ ସମୟର ବୋଲି ଦେଇଥିବା ବୟାନ ପାଇଁ ଏଏସ୍ଆଇ ଆଞ୍ଚଳିକ ଅଧୀକ୍ଷକଙ୍କ ବିରୋଧରେ ଭଏସ୍ ଅଫ୍ କମନ୍ ମ୍ୟାନ୍ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ହୋଇଛି। ସଂଗଠନ ଅଭିଯୋଗ ହୋଇଛି ଯେ ଗତ ଏପ୍ରିଲ ୨୯ ତାରିଖରେ ହାଇକୋର୍ଟରେ ଫଟୋ ଚିତ୍ର ସହ ଏସ୍ଆଇ ସତ୍ୟପାଠ ଦାଖଲ କରିଥିଲା। ହେଲେ ସେତେବେଳେ ସିଂହମୂର୍ତ୍ତିକୁ କାହିଁକି ସ୍ଥାନାନ୍ତରଣ କରାଗଲାନି, ଏବେ ଏହାକୁ ଗଙ୍ଗବଂଶର ବୋଲି କହି ବିଭ୍ରାନ୍ତ କରାଯାଉଥିବା ନେଇ ଏତଲାରେ ଉଲ୍ଲେଖ କରିଛି ସଂଗଠନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ