Advertisment

କରୋନା ଦେଖେଇଦେଲା ବାଟ; ୮ ମାସରେ ୪ ଲକ୍ଷ ରୋଜଗାର

କରୋନା ବେଳେ ଜଣେ ୬୫ ବର୍ଷ ବୟସ୍କା ମହିଳା ତାଙ୍କ ୨୧ ବର୍ଷର ନାତୁଣୀ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ବ୍ୟବସାୟରୁ ପ୍ରଚୁର ଲାଭ କରିଥିଲେ। ଆଇମା’ର କୌଶଳ ଓ ନାତୁଣୀର ଶିକ୍ଷା ପ୍ରତ୍ୟେକ ମହିଳାଙ୍କୁ ଆଗକୁ ବଢିବାକୁ ଏବଂ ପରିସ୍ଥିତି ସାମ୍ନାରେ ହାର ନ ମାନିବାକୁ ପ୍ରେରଣା ଦିଏ।

ଅଦ୍ୟତନ ହୋଇଛି
Sweet business started by nani and natin also becoming popular in foreign

Sweet business started by nani and natin also becoming popular in foreign

Advertisment

କରୋନା ସମୟ କେବଳ ଯେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥିଲା ତାହା ନୁହେଁ, ଘରର ଅର୍ଥନୀତି ମଧ୍ୟ ଦୋହଲି ଯାଇଥିଲା। ଅନେକ ପରିବାର ନିଜର ଜୀବିକା ହରାଇଥିଲେ। ଚାକିରି ହରେଇ ଅନେକ ଲୋକ ଘରେ ଆସି ବସିଥିଲେ। କିନ୍ତୁ ଏହି ପରିସ୍ଥିତିରେ ବି କିଛି ଲୋକ ନିଜର ଭିନ୍ନ ରାସ୍ତା ତିଆରି କରିଥିଲେ। ସେମାନେଙ୍କ କାମ ଲୋକଙ୍କୁ ପ୍ରେରଣା ଦିଏ।

Advertisment

ଏପରି ଏକ ପ୍ରେରଣାଦାୟକ କାହାଣୀ କୋଲକାତାର ଏକ ଗଳିରୁ ଆସିଛି। ଜଣେ ୬୫ ବର୍ଷ ବୟସ୍କା ମହିଳା ତାଙ୍କ ୨୧ ବର୍ଷର ନାତୁଣୀ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ କିଛି ମାସ ମଧ୍ୟରେ ବ୍ୟବସାୟରୁ ପ୍ରଚୁର ଲାଭ ମଧ୍ୟ କରିଥିଲେ। ଆଇମା’ର କୌଶଳ ଓ ନାତୁଣୀର ଶିକ୍ଷା ପ୍ରତ୍ୟେକ ମହିଳାଙ୍କୁ ଆଗକୁ ବଢିବାକୁ ଏବଂ ପରିସ୍ଥିତି ସାମ୍ନାରେ ହାର ନ ମାନିବାକୁ ପ୍ରେରଣା ଦିଏ। ଆସନ୍ତୁ ଜାଣିବା କୋଲକାତାର ଏହି ବ୍ୟବସାୟୀ ଜେଜେମା’ଙ୍କ ସଫଳତାର କାହାଣୀ।

ଆଇମା’ - ନାତୁଣୀଙ୍କ ବ୍ୟବସାୟ ଆରମ୍ଭ:

କୋଲକାତା ସହରରେ ମଞ୍ଜୁ ପୋଦାର ନାମକ ଜଣେ ୬୫ ବର୍ଷ ବୟସ୍କା ଗୃହିଣୀ ରହୁଥିଲେ। ଏହି ସମୟରେ ମଞ୍ଜୁ ପୋଡାନଙ୍କ 21 ବର୍ଷର ନାତୁଣୀ ୟାଶୀ ତାଙ୍କ ପାଖକୁ ରହିବାକୁ ଆସିଥିଲେ। ଆଇମା’ ରୋଷେଇ କରିବାକୁ ଭଲ ପାଉଥିଲେ। ସେ ଅନେକ ପ୍ରକାରର ମିଠା ତିଆରି କରିବା ଜାଣିଥିଲେ। ନାତୁଣୀ ପାଇଁ ପ୍ରତିଦିନ ସେ କିଛି ନା କିଛି ମିଠା ତିଆରି କରୁଥିଲେ। ୟାଶୀ ମଧ୍ୟ ଆଇମା’ର ହାତରେ ପ୍ରସ୍ତୁତ ସୁସ୍ୱାଦୁ ମିଠାକୁ ଖୁସିରେ ଖାଉଥିଲେ।

Advertisment

ତାଙ୍କ ହାତ ତିଆରି ମିଠାକୁ ପରିବାର, ସମ୍ପର୍କୀୟ ତଥା ପଡ଼ୋଶୀ ସମସ୍ତେ ପସନ୍ଦ କରୁଥିଲେ। ଏଭଳି ପରିସ୍ଥିତିରେ ଏହାକୁ ବାଣିଜ୍ୟିକ ସ୍ତରକୁ ଆଣିବାର କଳ୍ପନା ୟାଶୀଙ୍କ ମନକୁ ଆସିଥିଲା। ସେ ଏ ବିଷୟରେ ତାଙ୍କ ଆଇମା’ ସହ କଥା ହୋଇଥିଲେ। ପ୍ରଥମେ ମଞ୍ଜୁ ପୋଦାର ଅରାଜି ହୋଇଥିଲେ ବି ୟାଶୀ ତାଙ୍କୁ ରାଜି କରେଇ ଦେଇଥିଲେ।

ଆରମ୍ଭ ହେଲା ବ୍ୟବସାୟ:

୨୦୨୦ ମସିହା ଜନ୍ମାଷ୍ଟମୀଙ୍କ ପୂର୍ବରୁ ୟାଶୀ ଓ ମଞ୍ଜୁ 'ନାନୀଜ୍ ସ୍ପେଶାଲ୍' ନାମରେ ଘରେ ମିଠା ତିଆରି କରିବାର ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଥମେ ଛୋଟ ଆକାରରେ ଆରମ୍ଭ ହେଲା। ପରେ ଏହାର ଲୋଗ ତିଆରି ହେଲା। | ହ୍ୱାଟ୍ସଆପ୍ ଜରିଆରେ ପରିବାର ଏବଂ ବନ୍ଧୁମାନଙ୍କୁ ଏ ବିଷୟରେ ଜଣାଗଲା। ଯେଉଁମାନଙ୍କର ମିଠା ଆବଶ୍ୟକ ସେମାନେ ଅର୍ଡର କରିବାକୁ କୁହାଗଲା।
ବ୍ୟବସାୟରେ ସଫଳତା:

Advertisment

ଏହାପରେ ସେମାନେ ମିଠା ପାଇଁ ଅର୍ଡର ମିଳିବା ଆରମ୍ଭ ହେଲା। ସେହିବର୍ଷ ତାଙ୍କୁ ୪୦ ଥାଳି ମିଠା ପାଇଁ ଏକ ଅର୍ଡର ମିଳିଥିଲା। ଥାଳିରେ ଚାରି ପ୍ରକାରର ମିଠା ଥିଲା, ଯାହା ଆଇମା’ ନିଜେ ପ୍ରସ୍ତୁତ କରିଥିଲେ। ମିଠା ପ୍ୟାକିଂ କରିବା ଓ ଏହାର ବିତରଣ ପାଇଁ ୟାଶୀ ଦାୟୀତ୍ୱ ନେଇଥିଲେ। ତାଙ୍କ ମିଠାକୁ ଗ୍ରାହକମାନେ ଖୁବ ପସନ୍ଦ କଲେ। ଏଠାରୁ ବ୍ୟବସାୟର ସଫଳତା ଆରମ୍ଭ ହେଲା।

ବ୍ୟବସାୟ ଏତେ ବଢିଗଲା ଯେ ଦୀପାବଳି ଏବଂ ମକର ସଂକ୍ରାନ୍ତି ପରି ପର୍ବପର୍ବାଣୀରେ ହଂକଂ ଏବଂ ଆମେରିକାରୁ ମଧ୍ୟ ସେ ଅର୍ଡର ପାଇବା ଆରମ୍ଭ କଲେ। ଅନ୍ୟ ରାଜ୍ୟ ତଥା ବିଦେଶ ପାଇଁ, ସେ କେବଳ ସେହି ଜିନିଷଗୁଡ଼ିର ଅର୍ଡର ନେଇଥାନ୍ତି ଯାହା ନଷ୍ଟ ହୋଇ ନଥାଏ।

ସେ ବ୍ୟବସାୟ ଆରମ୍ଭ କରିବାର ମାତ୍ର ୮ ମାସ ମଧ୍ୟରେ ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାରେ ସଫଳ ହୋଇଛନ୍ତି।

Women Empowerment Inspiring Story Women Entrepreneurship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ