SuryaMahal
ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଐତିହାସିକ ସୂର୍ଯ୍ୟମହଲ । ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ୪ଟି ମହଲ ମଧ୍ୟରୁ କୋରାପୁଟ ଜିଲ୍ଲା ଜୟପୁରଠାରେ ଥିବା ସୂର୍ଯ୍ୟମହଲ ଅନ୍ୟତମ । ବିଶାଖାପାଟଣାରେ ୨ଟି ମହଲ ଓ ଜୟପୁରରେ ୨ଟି ମହଲ ରହିଛି ।
୨୦୧୨ ସେପ୍ଟେମ୍ବରରେ ଏହା ଭୁଶୁଡ଼ିବା ପରେ ସିମେଣ୍ଟରେ ମରାମତି କରାଯାଇଥିଲା । ତେବେ ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ରାଜ ପରିବାରର ସଦସ୍ୟଙ୍କ ଦାୟିତ୍ୱହୀନତା ଯୋଗୁଁ ଏବେ ଧୀରେ ଧୀରେ ସୂର୍ଯ୍ୟମହଲର ଐତିହ୍ୟ ଲୋପ ପାଇବାକୁ ଯାଉଛି ।
ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ସୂର୍ଯ୍ୟମହଲ ଭୁଶୁଡ଼ି ପଡିବା ପରେ ପୁରୀ ଗଜପତି ମହାରାଜ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଏନେଇ ଜିଲ୍ଲା ପ୍ରଶାସନ କହିଛି, ଯେହେତୁ ଏହା ରାଜ ପରିବାରର, ବ୍ୟକ୍ତିଗତ ମାଲିକାନାରେ ରହିଛି, ତେଣୁ ସରକାର କିଛି କରିପାରିବେନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/SuryaMahal_1661501506.jpg)