କ’ଣ ହେବ ଭବିଷ୍ୟତ ? ସ୍କୁଲରେ ପାଚିକା ନଥିବାରୁ ନିଜେ ରୋଷେଇ କରୁଛନ୍ତି ପିଲା

ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି

ପାଠ ନପଢି ରୋଷେଇ କରୁଛନ୍ତି ପିଲା

ବହି ବସ୍ତାନୀ ଛାଡ଼ି ଛାତ୍ରଛାତ୍ରୀ ଧରୁଛନ୍ତି ରୋଷେଇ ସରଞ୍ଜାମ । ବର୍ଷ ବର୍ଷ ଧରି କୋରାପୁଟ ଜିଲ୍ଲା ନନ୍ଦପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଥିବା ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ପାଚିକା ନିଯୁକ୍ତି ହୋଇନାହାନ୍ତି । ଫଳରେ ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି । ପାଠ ପଢ଼ିବେ କ’ଣ ବିପଦପୂର୍ଣ୍ଣ ଭାବେ ନିଜ ପାଇଁ ନିଜେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । କେତେବେଳେ ଯେ କ’ଣ ହେବ କିଏ କହିବ ? 

ପାଚିକା ନିଯୁକ୍ତି ନିମନ୍ତେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି, ନନ୍ଦପୁର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସ୍କୁଲ ପରିଦର୍ଶନ କରିଛନ୍ତି । ତେବେ ବେସରକାରୀ ଭାବେ ପୂର୍ବରୁ ନିଯୁକ୍ତ ଥିବା ୪ ଜଣ ପାଚିକା ଦୁଇ ବର୍ଷର ଦରମା ପାଇନଥିବାରୁ କାର୍ଯ୍ୟ ବନ୍ଦ୍ କରିଥିବା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି ଖୁବ ଶୀଘ୍ର ନୂଆ ପାଚିକା ରଖାଯିବ ବୋଲି ସେ କହିଛନ୍ତି ।

ହେଲେ ଏଇଠି ପ୍ରଶ୍ନ ଉଠୁଛି ଆଜି ଯଦି ପିଲାମାନଙ୍କର କିଛି ହୋଇଯାଏ ଦାୟୀ କିଏ ରହିବ ?