Advertisment

ଅନାଥ ଶିଶୁଙ୍କ ସଂଘର୍ଷ, ୧୪ବର୍ଷ ଝିଅ ମୁଣ୍ଡରେ ପରିବାରର ବୋଝ

ଅଧା ମାଟି କାନ୍ଥକୁ ନୁଆଁଣିଆ ଚାଳଘର । ଘର ଭିତରକୁ ଦିନରେ ଖରା ଆଉ ରାତିରେ ଦିଶୁଛି ତାରା...କାରଣ ଦୀର୍ଘଦିନ ଧରି ଘର ଛପର ହୋଇନଥିବାରୁ ଚାଳ ଫୁଟି ଆଁ କରିଛି । ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଖୁରୀଭଙ୍ଗା ଗାଁ ର ମିଲୁ ବେହେରାଙ୍କ ଘର...ଯେଉଁଠି ଏବେ ଦୁଃଖର କଳାବାଦଲ...

ଅଦ୍ୟତନ ହୋଇଛି
orphan children

orphan children

Advertisment

ଅଧା ମାଟି କାନ୍ଥକୁ ନୁଆଁଣିଆ ଚାଳଘର । ଘର ଭିତରକୁ ଦିନରେ ଖରା ଆଉ ରାତିରେ ଦିଶୁଛି ତାରା...କାରଣ ଦୀର୍ଘଦିନ ଧରି ଘର ଛପର ହୋଇନଥିବାରୁ ଚାଳ ଫୁଟି ଆଁ କରିଛି । ଢେଙ୍କାନାଳ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ ଖୁରୀଭଙ୍ଗା ଗାଁ ର ମିଲୁ ବେହେରାଙ୍କ ଘର...ମିଲୁ ଏବଂ ତାଙ୍କ ସ୍ତ୍ରୀ ନାନ୍ଦୀ ବେହେରା ଆରପାରିକୁ ଚାଲିଯାଇଥିବାବେଳେ ବାପ ମାଆ ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ଝିଅ ଏବଂ ଗୋଟିଏ ପୁଅ ।

Advertisment

ଜୀବନର କଷଟି ପଥରରେ ଚାପି ହୋଇ ଯାଇଛି ନିରୀହ,ନିଷ୍ପାପ ଶିଶୁଙ୍କର ଭାଗ୍ୟ । ଆଗ୍ନେୟଗିରର ଉଦଗିରଣ ଜ୍ୱାଳାରେ ଜଳୁଛି ଭୋକିଲା କ୍ଷୁଧାର ଆତୁର ଉଦର । ଦୁଃଖିନୀ ହତଭାଗା ଅନାଥ ଶିଶୁଙ୍କ କୋହ ଭରା ଲୁହ କହି ଦେଉଛି କଷ୍ଟପୂର୍ଣ୍ଣ ଜୀବନର କଣ୍ଟକିତ ଅସହ୍ୟ ବେଦନା । ସତରେ କେତେ ଯନ୍ତ୍ରଣା ସେ ମୁହୂର୍ତ୍ତ ! ବାପ ମାଆ ଛେଉଣ୍ଡ ୩ ଅନାଥ ଶିଶୁ ଆଜି ଯାତନାରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ।

୧୪ବର୍ଷ ଝିଅ ମୁଣ୍ଡରେ ପରିବାରର ବୋଝ। ପର ଘର ଭାତ ଲୁଣରେ ବିତୁଛି ସେମାନଙ୍କ ଜୀବନ । ବାପା ମାଆଙ୍କୁ ହରାଇ ଭାଙ୍ଗିପଡିଛନ୍ତି ତିନି ଶିଶୁ । ବଡ଼ଝିଅ ନନ୍ଦିନୀକୁ ୧୪ବର୍ଷ ,ମଝିଆଁ ପୁଅ ଅର୍ଜୁନ ୧୧ ବର୍ଷ ଓ ସାନ ଝିଅ ସୁକାନ୍ତିକୁ ୭ବର୍ଷ ବୟସ। ହେଲେ ଭାଗ୍ୟର ବିଡମ୍ବନା ପିଲା ମାନେ ପାଠ ପଢିବା ପାଇଁ ଇଛା ଥିଲେ ସୁଦ୍ଧା ପରିସ୍ଥିତି ପାଠ ପଢାରେ ଡୋରି ବାନ୍ଧି ଦେଇଛି।

Advertisment

ଏବେ କୁନି ଝିଅ ନନ୍ଦିନୀ କାନ୍ଧରେ ପରିବାରର ବୋଝ। ୧୪ବର୍ଷର ଏହି ଝିଅ, ପର ଦୁଆରକୁ ଯାଇ ପେଟକୁ ମୁଠାଏ ଦାନା ପାଇଁ ଭିକ୍ଷା ମାଗୁଛି । ଏ ନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେହି ପିଲାମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ସେ ପ୍ରତିଶ୍ରୁତି ଦେଇଥିବା ବେଳେ ସରକାର ଏହି ପରିବାର ତଥା କୁନି କୁନି ଶିଶୁଙ୍କର ଦାୟିତ୍ବ ବହନ କରିବାକୁ ସେ ନିବେଦନ କରିଛନ୍ତି ।

ବଞ୍ଚିବା ପାଇଁ ରାହା ଖୋଜୁଥିବା ତିନି ଅନାଥ ଶିଶୁଙ୍କ ପ୍ରତି ସରକାରଙ୍କ ସହାୟତା ଏବଂ ତାଙ୍କର ଶିକ୍ଷାର ବିକାଶ ନିମନ୍ତେ ସହଯୋଗ ଏକାନ୍ତ ଲୋଡ଼ା ହୋଇ ପଡିଛି ।

Advertisment
Kamakhyanagar Orphan Children
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ