Advertisment

୧୫ ବର୍ଷ ହେଲାଣି ପିଠିରେ ଅଟକି ରହିଥିଲା ଗୁଳି, ଆଉ ତା ପରେ...

ଗତ ୧୫ ବର୍ଷ ହେବ ମହିଳାଙ୍କ ପିଠିରେ ଏକ ଗୁଳି ଅଟକି ରହିଥିଲା । ଆମେରିକାରେ ରହୁଥିବା ଜଣେ ମହିଳା ନର୍ସିଂ ଆସିଷ୍ଟାଣ୍ଟ ଏରିକା ମାଇଲସ୍‌ଙ୍କ ସହ ଏହି ଅବିଶ୍ୱସନୀୟ ଘଟଣା ଘଟିଛି ।

ଅଦ୍ୟତନ ହୋଇଛି
Strange woman living with bullet in back for 15 years know detail

Strange woman living with bullet in back for 15 years know detail

Advertisment

ଦୁନିଆରେ ଏମିତି ଅନେକ ଘଟଣା ରହିଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ବେଳେବେଳେ କିଛି ଘଟଣାକୁ ବିଶ୍ୱସ କରିବା ବି ଅସମ୍ଭବ ହୋଇପଡିଥାଏ । ଠିକ୍‌ ଏହିପରି ଏକ ଘଟଣା ଆମେରିକାରେ ରହୁଥିବା ଜଣେ ମହିଳାଙ୍କ ସହ ଘଟିଛି । ଯାହା ଜାଣିଲେ ହୁଏ ତ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

Advertisment

ଆମେରିକାରେ ରହୁଥିବା ଜଣେ ମହିଳା ନର୍ସିଂ ଆସିଷ୍ଟାଣ୍ଟ ଏରିକା ମାଇଲସ୍‌ଙ୍କ ସହ ଏକ ଅବିଶ୍ୱସନୀୟ ଘଟଣା ଘଟିଛି । ଯାହାକୁ ସେ ଆମେରିକାର ସିରିଜ୍ ‘ଷ୍ଟକ୍ ଅନ୍ କ୍ୱେଷ୍ଟ୍ ରେଡ୍’ (Stuck on Quest Red)ରେ ସେୟାର କରିଛନ୍ତି ।

ଗତ ୧୫ ବର୍ଷ ହେବ ମହିଳାଙ୍କ ପିଠିରେ ଏକ ଗୁଳି ଅଟକି ରହିଥିଲା ହେଲେ ଏହା ସତ୍ତ୍ୱେ ବି ସେ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଉଥିଲେ । ଘଟଣାର ପ୍ରାୟ ୧୫ ବର୍ଷ ପରେ ଏବେ ତାଙ୍କ ଶରୀରରୁ ଏହି ଗୁଳିକୁ ବାହାର କରାଯାଇଛି । ଗୁଳି ବାହାର କରିବା ପରେ ହିଁ ତାଙ୍କୁ ସ୍ମରଣ ହେଲା କି ତାଙ୍କ ଶରୀରରେ ଏହି ଗୁଳି କିପରି ଭାବରେ ବାଜିଥିଲା ।

Advertisment

ଏନେଇ ମହିଳା ଜଣକ କହିଛନ୍ତି ଯେ, ଦୀର୍ଘ ୧୫ ବର୍ଷ ହେବ ଏକ ଗୁଳି ତାଙ୍କ ପିଠିରେ ଅଟକିଥିଲା । ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ଶରୀରରେ ଗୁଳି ବାଜିଥିବା ସହ ଅଟକି ରହିବା ବିଷୟରେ ସେ ଆଦୌ ଜାଣିନଥିଲେ ।

Strange woman living with bullet in back for 15 years know detail( ମହିଳାଙ୍କ କ୍ସରେ ରିପୋର୍ଟ )

କିପରି ହୋଇଥିଲା ଏହି ଦୁର୍ଘଟଣା

ଏରିକା ନିଜ ସହ ଘଟିଥିବା ଏକ ଘଟଣାକୁ ମନେ ପକାଇ କହିଛନ୍ତି ଯେ, ୨୦୦୫ ମସିହାରେ ଏକ ଫୁଟବଲ୍ ମ୍ୟାଚ୍ ସରିବା ପରେ ସେ ତାଙ୍କ କାର ଆସିବାର ଅପେକ୍ଷା କରିଥିଲେ। ସେହି ସମୟରେ ହଠାତ୍‌ କୌଣସି ଏକ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଯାହା ପରେ ସେମାନେ ନିଜ ଭିତରେ ଗୁଳି ଚଳାଚଳ କରିବା ଆରମ୍ଭ କରିଥିଲେ।

Advertisment

ଗୁଳି ବିନିମୟରେ ଏରିକାଙ୍କ ସମେତ ଆଉ କିଛି ନିରୀହ ଲୋକ ମଧ୍ୟ ଫସି ରହିଥିଲେ। ଠିକ୍‌ ସେହି ସମୟରେ ତାଙ୍କ ପିଠିରେ ଏକ ଗୁଳି ଆସି ବାଜିଥିଲା ଯାହା ସିଧା ମେରୁଦଣ୍ଡ ନିକଟରେ ଅଟକି ରହିଗଲା ।  ସେହି ସମୟରେ ତାଙ୍କୁ କେବଳ କିଛି ପୋଡାଜଳା ହେବାର ଅନୁଭବ ହୋଇଥିଲା ହେଲେ ଘଟଣାର ପ୍ରାୟ ୧୫ ବର୍ଷ ମଧ୍ୟରେ ଗୁଳିକୁ ନେଇ ତାଙ୍କୁ କୌଣସି ଅସୁବିଧା ହୋଇନଥିଲା ।

କିନ୍ତୁ ସମୟ ବିତିବା ସହ ଗୁଳିଟି ମହିଳାଙ୍କ ଅଣ୍ଟାର ତଳ ଅଂଶକୁ ଗତି କରିବାକୁ ଲାଗିଲା । ହଠାତ୍‌ ଯନ୍ତ୍ରଣା କାରଣରୁ ସେ ଡାକ୍ତରଙ୍କ ପାଖକୁ ଚେକ୍‌ଅପ୍‌ ପାଇଁ ଯାଇଥିଲେ । ସେଠାରେ ହିଁ ସେ ଏସମ୍ପର୍କରେ ଅବଗତ ହୋଇଥିଲେ । 

Strange woman living with bullet in back for 15 years know detail(ଗତ ୧୫ ବର୍ଷ ହେବ ମହିଳାଙ୍କ ଦେହରେ ଅଟକିଥିଲା ଗୁଳି)
Woman Living With Bullet In Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ