Advertisment

ପୃଥିବୀରେ ଥିବା କେତେକ ବିଚିତ୍ର ଗଛ

ମାନବ ଜୀବନରେ ଗଛ ଲତାର ବହୁ ମହତ୍ତ୍ୱ ରହିଛି। ଗଛ ଲତା ଯୋଗୁଁ ଆମକୁ ପବନ, ବର୍ଷା, ଖାଦ୍ୟ ଆଦି ମିଳେ। ବାତାବରଣକୁ ସଫା ରଖିବା ନେଇ ବି ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁନିଆରେ ଅନେକ ପ୍ରକାର ଗଛ ଲତା ରହିଛି ଯାହା ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଭିନ୍ନ ହୋଇଥାଏ। କିଛି ଗଛ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ କିଛି ବିଚିତ୍ର ଦେଖାଯାଆନ୍ତି। ସେହିପରି କିଛି ଗଛରେ ବିଶେଷ ଗୁଣ ମଧ୍ୟ ଦେଖାଯାଏ। ଲୋକେ ଏ ସବୁ ଗଛର ଫୁଲ, ଫଳ, ପତ୍ର ଆଦିକୁ ପସନ୍ଦ କରିଥାନ୍ତି।

Strange trees

Strange trees

Advertisment

ମାନବ ଜୀବନରେ ଗଛ ଲତାର ବହୁ ମହତ୍ତ୍ୱ ରହିଛି। ଗଛ ଲତା ଯୋଗୁଁ ଆମକୁ ପବନ, ବର୍ଷା, ଖାଦ୍ୟ ଆଦି ମିଳେ। ବାତାବରଣକୁ ସଫା ରଖିବା ନେଇ ବି ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁନିଆରେ ଅନେକ ପ୍ରକାର ଗଛ ଲତା ରହିଛି ଯାହା ଆକାର ଓ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଭିନ୍ନ ହୋଇଥାଏ। କିଛି ଗଛ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ କିଛି ବିଚିତ୍ର ଦେଖାଯାଆନ୍ତି। ସେହିପରି କିଛି ଗଛରେ ବିଶେଷ ଗୁଣ ମଧ୍ୟ ଦେଖାଯାଏ। ଲୋକେ ଏ ସବୁ ଗଛର ଫୁଲ, ଫଳ, ପତ୍ର ଆଦିକୁ ପସନ୍ଦ କରିଥାନ୍ତି। ଅନ୍ୟପକ୍ଷରେ ପୃଥିବୀରେ ଏମିତି ଅନେକ ଗଛ ଅଛି ଯାହାକୁ ଦେଖିଲେ ଆପଣ ହଇରାଣରେ ପଡିଯାଇ ପାରନ୍ତି। ତେବେ ଏହିସବୁ ଗଛକୁ ଦେଖିବା ନେଇ ଦେଶ ବିଦେଶରୁ ଅନେକ ଲୋକ ମଧ୍ୟ ଆସନ୍ତି।

Advertisment

ଡ୍ରାଗନ ଟ୍ରୀ(କେନରୀ ଦ୍ୱୀପ)

Dragan Treeଡ୍ରାଗନ ଟ୍ରୀ

ଡ୍ରାଗନ ଟ୍ରୀ ସାଧାରଣ ଗଛ ଠାରୁ ବହୁ ବିଚିତ୍ର। ଏହାର ଆକାର ଠିକ୍ ଛତା ଭଳି। ଏହା ସାଧାରଣତଃ କେନରୀ ଦ୍ୱୀପରେ ଦେଖାଯାଏ। ପୂର୍ବରୁ ଏଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ ଏହି ଗଛ ପ୍ରତି ଧାର୍ମିକ ଭାବନା ଥିଲା। କେନରୀ ଦ୍ୱୀପ ଛଡା ଏହି ଗଛ ମେକ୍ସିକୋର କିଛି କିଛି ସ୍ଥାନରେ ମଧ୍ୟ ଦେଖିବାକୁ ମିଳେ। ଏହି ଗଛ ପାଖାପାଖି ୬୫୦ରୁ ୧୦୦୦ ବର୍ଷର ହେବ।

ସିଲ୍କ କଟନ ଟ୍ରୀ(କମ୍ବୋଡିଆ)

Silk Cotton Treeସିଲ୍କ କଟନ ଟ୍ରୀ

ଏହି ବିଚିତ୍ର ଗଛ ସୀମ୍ ରୀମ୍ ପ୍ରଦେଶ, କମ୍ବୋଡିଆରେ ମିଳେ। ସିଲ୍କ କଟନ୍ ଟ୍ରୀ ଭିତରେ ଅନେକ ବିଶେଷତା ଦେଖାଯାଏ। ଏହି ଗଛର ଚେର ଆଖପାଖରେ ଥିବା ସବୁ ବସ୍ତୁକୁ ନିଜ ଆଡକୁ ଟାଣିଥାଏ। ଦୁନିଆରେ ଥିବା ବିଚିତ୍ର ଗଛ ମଧ୍ୟରେ ଏହାକୁ ମଧ୍ୟ ଗଣାଯାଏ।

Advertisment

ବାଓବାବ ଟ୍ରୀ(ମେଡାଗାସ୍କର)

Baobabବାଓବାବ

ଏହି ଗଛ ଆଫ୍ରିକାରୁ ଭିନ୍ନ ହୋଇଥିବା ଅଞ୍ଚଳ ମେଡାଗାସ୍କରରେ ଦେଖିବାକୁ ମିଳେ। ଏଠାରେ ଆପଣଙ୍କୁ ଏହି ଗଛର ବିଭିନ୍ନ ଆକାର ଓ ପ୍ରକାର ଦେଖିବାକୁ ମିଳିବ। କିଛି ଲୋକଙ୍କ କହିବା କଥା ଯେ ଏହି ଗଛ ପାଖାପାଖି ୧୦୦୦ ବର୍ଷର ପୁରୁଣା। ଏହା ପ୍ରାୟ ୧୬ ରୁ ୧୮ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହାର ବିଚିତ୍ର ଆକାରକୁ ଦେଖିବା ପାଇଁ ଅନେକ ଲୋକ ଦେଶ ବିଦେଶରୁ ମେଡାଗାସ୍କରକୁ ଆସିଥାନ୍ତି।

ଗ୍ରେଟ୍ ସିକୁଆ ଟ୍ରୀ

Grate Sikua Treeଗ୍ରେଟ୍ ସିକୁଆ ଟ୍ରୀ

ପୃଥିବୀରେ ଥିବା ସବୁ ଗଛଗୁଡିକ ମଧ୍ୟରେ ଗ୍ରେଟ୍ ସିକୁଆ ଟ୍ରୀ ସବୁଠାରୁ ବଡ ହୋଇଥାଏ। ଏହା ପାଖାପାଖି ୨୭୫ ଫୁଟ ଲମ୍ବା ହୋଇଥାଏ। ଏହାର ବିଚିତ୍ର ଆକାର ଦେଶ ଦୁନିଆର ପର୍ଯ୍ୟଟକମାନଙ୍କୁ ନିଜ ଆଡକୁ ଆକର୍ଷଣ କରିଥାଏ। ଅନେକ ଲୋକ କୁହନ୍ତି ଯେ ଏହା ପାଖାପାଖି ୨୩୦୦-୨୭୦୦ ବର୍ଷର ପୁରୁଣା ଗଛ।

Advertisment
Special Story Strange Tree
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ