କ'ଣ ଥିଲା 'କଳାପାଣି ଦଣ୍ଡ'? ଯାହାର ନାଁ ଶୁଣିଲେ ଥରିବାକୁ ଲାଗୁଥିଲେ କଏଦୀ

ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...

କ'ଣ ଥିଲା 'କଳାପାଣି ଦଣ୍ଡ'? ଯାହାର ନାଁ ଶୁଣିଲେ ଥରିବାକୁ ଲାଗୁଥିଲେ କଏଦୀ

‘କଳାପାଣି’ ଯାହାର ନାଁ ଶୁଣିଲେ ଦେହ ଥରେ । ମନରେ ଖେଳିଯାଏ ଅଜଣା ଆତଙ୍କ । ଯେଉଁ ଯାଗାର ନାଁ ଶୁଣିଲେ ଦେହ ଓ ମନ ସବୁ କିଛି ଥରେ। ଅତୀତରେ "କଳାପାଣି ଦଣ୍ଡ"ର ନା ଶୁଣିଲେ କଏଦୀମାନେ ଥରୁଥିଲେ। ବାସ୍ତବରେ ଏହା ଏକ ଜେଲ୍, ଯାହା ସେଲ୍ୟୁଲାର ଜେଲ ନାଁରେ ବେଶ୍‌ ଜଣାଶୁଣା। ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ପୋର୍ଟ ବ୍ଲେୟରରେ ଏହି କଳାପାଣି ରହିଛି।

ଭାରତ ଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ଏହି ଜେଲକୁ ଇଂରେଜମାନେ ତିଆରି କରିଥିଲେ। ଯେଉଁଠାରେ ଭାରତର ସ୍ୱତନ୍ତ୍ରତା ସଂଗ୍ରାମୀଙ୍କୁ ବନ୍ଦୀ କରି ରଖା ଯାଉଥିଲା। ହେଲେ ସସ୍କୃତ ଭାଷାରେ କଳା ପାଣିର ଅର୍ଥ ହେଉଛି ମୃତ୍ୟୁର ସ୍ଥାନ। ଯେଉଁ ଯାଗାରୁ ଥରେ ଯିଏ ଯାଏ, କେହି କେବେ ହେଲେ ଫେରି ପାରେ ନାହିଁ। ତେବେ ଇଂରେଜମାନେ ଏହାର ନାମ ସେଲ୍ୟୁଲାର ରଖିବା ପଛରେ ଏକ ଆଶ୍ଚର୍ଯ୍ୟଜନକ କାରଣ ମଧ୍ୟ ରହିଛି ।

ସୂଚନା ଅନୁସାରେ, ୧୮୯୭ ଖ୍ରୀଷ୍ଟାବ୍ଦରେ କଳାପାଣିର ଏହି କାରାଗାରର ମୂଳଦୁଆ ପଡି ୧୯୦୬ ମସିହାରେ କାମ ଶେଷ ହୋଇଥିଲା। ସେତେବେଳେ କଏଦୀଙ୍କ ପାଇଁ ତିଆରି ହୋଇଥିବା ଏହି ସେଲ୍ୟୁଲାର ଜେଲରେ ୬୯୮ଟି କୋଠରୀ ଥିଲା। ପ୍ରତ୍ୟେକ କୋଠରୀ ୧୫X୮ ଫୁଟର ରହିଥିଲା ବେଳେ କଏଦୀମାନେ ପରସ୍ପର ସହ କଥା ନ ହେବା ପାଇଁ କଠୋରୀ ଗୁଡିକର ୩ ମିଟର ଉଚ୍ଚରେ ସ୍କାଇଲାଇଟ ତିଆରି ହେଇଥିଲା। ଏଠିକୁ ଯିଏ ଯାଉଥିଲା, ଇଂରେଜମାନେ ତାକୁ ଖୁବ ଅତ୍ୟାଚାର କରୁଥିଲେ ବୋଲି କୁହାଯାଇଥାଏ ।

କଏଦୀଙ୍କ ପାଇଁ ପାଲଟିଥିବା କଳାପାଣି ଜେଲର ଚର୍ତୁପାର୍ଶ୍ୱରେ ରହିଛି ଗଭୀର ସମୁଦ୍ର। ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିବା ଏହି ଅତଳ ସମୁଦ୍ରକୁ ପାରି କରିବା କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ। ଯଦି କୌଣସି କଏଦୀ ଜେଲରୁ ଖସି ପଳେଇବାକୁ ଚେଷ୍ଟା କରେ, ତେବେ ସେ ସେହି ସମୁଦ୍ରର ଗଭୀର ପାଣି ଭିତରେ ବୁଡି ମରିବା ସାର ହୋଇଥାଏ। ଏମିତିକି କଏଦୀଙ୍କ ପାଇଁ ଏଠାରେ ସ୍ୱତନ୍ତ୍ର କଠୋରୀ ରହିଥିଲା ଯେଉଁଠି କଏଦୀମାନେ ଅଲଗା ଅଲଗା ରହୁଥିଲେ। କେହି କାହା ସହ କଥା ହୋଇ ପାରୁନଥିଲେ। ଏହି କାରଣରୁ କଳାପାଣି ଜେଲକୁ ସ୍ୱତନ୍ତ୍ର ସେଲ୍ୟୁଲାର ଜେଲ୍‌ ବୋଲି କୁହାଯାଇଥାଏ।

ଏତେ ସବୁ ବାଦ ଏହି ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନେକ ଭାରତୀୟଙ୍କୁ ଫାସୀ ଦିଆଯାଇଛି। ଆଜି ବି ଏଠାରେ ବହୁ ବନ୍ଦୀଙ୍କ ମୃତ୍ୟୁ ହୋଇଛି। ଯାହାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଭାରତୀୟଙ୍କ ଲହୁ ଓ ଲୁହରେ ଏହି ଜେଲ ଜର୍ଜରିତ ହୋଇଥିବାରୁ ଭାରତ ଇତିହାସରେ ଏହି ଜେଲକୁ ଏକ ଅନ୍ଧକାରର ଅଧ୍ୟାୟ ବୋଲି କୁହାଯାଏ।