Advertisment

ଏହି ହ୍ରଦ ଉପରେ ଶୂନ୍ୟରେ ଝୁଲେ ପଥର ଖଣ୍ଡ

ଏ ଦୁନିଆରେ ଏମିତି ହ୍ରଦ ଅଛି ଯେଉଁଠି ଅଜବ ଜିନିଷ ଦେଖିବାକୁ ମିଳେ। ପ୍ରକୃତିର ଏହି ରହସ୍ୟ ଏଠାରେ ନିଆରା ଲାଗେ। ଏହି ହ୍ରଦର ପାଣି ଉପରେ ପଥରଗୁଡିକ ସତେ ଯେପରି ପବନରେ ଝୁଲିଲା ଭଳି ଦେଖାଯାଏ। ତେବେ ଏହା କେଉଁଠି, କାହିଁକି ଓ କେତେବେଳେ ହୁଏ ଆସନ୍ତୁ ଜାଣିବା।

Stones hanging in the air on this lake

Stones hanging in the air on this lake

Advertisment

ବେଳେବେଳେ ଏମିତି ଖବର ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିହୁଏ ନାହିଁ। ଏହିସବୁ ଖବର ସବୁଦିନ ପାଇଁ ଚର୍ଚ୍ଚାର ବିଷୟ ହୋଇ ରହିଯାଏ। ଏହିଭଳି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ପ୍ରକୃତି ବେଳେ ବେଳେ ଅଜବ ଓ ଆଶ୍ଚର୍ଯ୍ୟ କଲା ଭଳି ରହସ୍ୟ ଦେଖାଏ। ଯେମିତିକି ଦୁନିଆର ସବୁଠାରୁ ବଡ ହ୍ରଦ ଉପରେ ଶୀତ ଦିନେ ଅନେକ ପଥର ପବନରେ ଉଡିଲା ଭଳି ଦେଖାଯାଏ। ଏହା ଲାଗେ ସତେ ଯେପରି ପାଣିର କୌଣସି ବୁନ୍ଦା।

Advertisment

ଦୂରରୁ ତ ଦେଖିଲେ ଲାଗେ ସତେଯେମିତି ଏହି ପଥରଗୁଡିକ ପବନରେ ଝୁଲୁଛି। କିନ୍ତୁ ଏବେ ଏହି ରହସ୍ୟର କାରଣ ଜଣାପଡିଛି। ଏହା ହେଉଛି ପ୍ରକୃତିର ଏକ ଅଜବ ଖେଳ। ଏହି ରହସ୍ୟ ପୂର୍ବରୁ ଉନ୍ମୋଚିତ ହୋଇ ପାରି ନ ଥିଲା। ଏବେ ଦେଖାଯାଇଛି ଯେ ପ୍ରକୃତରେ ଏହି ପଥର ବରଫର ଏକ ସରୁ ଅଗ୍ରଭାଗରେ ଲାଖି ରହିଥାଏ। ତେବେ ଏହା କେଉଁଠି ଓ କିପରି ହେଉଛି ଆସନ୍ତୁ ସେ ବିଷୟରେ ଜାଣିନେବା।

Stones hanging in the air ଶୂନ୍ୟରେ ଝୁଲୁଛି ପଥର ଖଣ୍ଡ

ସାଧାରଣତଃ ଆମେ ଜାଣିଛେ ଯେ ପଥରର ଓଜନ ଖୁବ ଭାରି ହୋଇଥାଏ। ପଥର ଆକାରରେ ଯେତେ ଛୋଟ ହେଲେ ବି ଏହା ପାଣିରେ ବୁଡିବା ଥୟ। ଋଷ୍‌ର ସାଇବେଇଆରେ ରହିଛି ଦୁନିଆର ସବୁଠାରୁ ବଡ ହ୍ରଦ ‘ଲେକ୍ ବେକାଲ୍’ । ଏଠାରେ ଶୀତଋତୁରେ ଏକ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ପାଣି ଉପରେ ପଥର ରହିଥିବା ଦେଖାଯାଏ।

Advertisment

ଏହି ହ୍ରଦରେ ଶୀତ ଦିନେ ଯେତେବେଳେ ବରଫ ଜମାଟ ବାନ୍ଧେ ଏହା ବିଭିନ୍ନ ଆକୃତି ଧାରଣ କରେ। ଏହା ମଧ୍ୟରୁ ଏକ ପ୍ରକ୍ରୀୟା ହେଉଛି ଉର୍ଦ୍ଧ୍ୱୀକରଣ। ଏହି ମାଧ୍ୟମରେ ବରଫ ଉପରକୁ ଚାଲିଆସେ। ଶୀତଦିନେ ତାପମାତ୍ରା ତଳକୁ ଆସେ ଏହି ହ୍ରଦର ପାଣି ବରଫରେ ପରିବର୍ତ୍ତନ ହୁଏ। ତଳେ ଜମି ରହିଥିବା ବରଫ ଯେତେବେଳେ ଉପରକୁ ଆସେ ଏହା ଉପରେ ଥିବା ସବୁ ବସ୍ତୁକୁ ଉପରକୁ ନେଇ ଆସେ ଓ ଏହା ପବନରେ ଝୁଲିଲା ଭଳି ଦେଖାଯାଏ।

Advertisment

ଏହି ରହସ୍ୟକୁ ନେଇ ନାସାର ଏମ୍ସ ରିସର୍ଟ ସେଣ୍ଟରର ବୈଜ୍ଞାନିକ ଜେଫ୍ ମୁର୍ କହିଛନ୍ତି ଯେ ଏହି ତଥ୍ୟ ଭୁଲ୍ ଯେ ବରଫ ଜମି ଉପରକୁ ଆସିଯିବା ଫଳରେ ଏହି ପଥର ଉପରକୁ ଚାଲିଆସେ। କାରଣ ହ୍ରଦର ଏତେ ତଳକୁ ବରଫ ଜମେ ନାହିଁ, ବରଂ ଏହା ଉପରେ ହିଁ ଜମାଟ ବାନ୍ଧେ। ନିମ୍ନ ଭାଗରେ ପାଣିର ପ୍ରବାହ ଥାଏ, ଆଉ ଚଲା ପାଣି ସେତିକି କ୍ଷିପ୍ର ନ ହେବା ଯାଏ କୌଣସି ବି ଭାରି ଜିନିଷକୁ ଅଧିକ ଦୋହଲାଇ ପାରେ ନାହିଁ।

Stones hanging in the air on this lakeଏହି ହ୍ରଦ ଉପରେ ଶୂନ୍ୟରେ ଝୁଲେ ପଥର ଖଣ୍ଡ

ଏହା ଛଡା ଏହି କଥାକୁ ପ୍ରମାଣ କରିବା ନେଇ ନିକୋଲାସ ଟେବରଲେ ତାଙ୍କ ଲ୍ୟାବ୍‌ରେ ଏକ ଏକ୍ସପେରିମେଣ୍ଟ କରିଛନ୍ତି। ସେ ୩୦ ମିମି ଚୌଡାର ଏକ ଧାତୁର ଏକ ପ୍ଲେଟକୁ କିଛି ଟୁକୁରା ବରଫ ଉପରେ ରଖି ଏହାକୁ ଫ୍ରିଜ୍‌ରେ ରଖିଲେ। ଏହା ପରେ ବାୟୁ ନିଷ୍କାସନ କରି ଆଦ୍ରତାକୁ କମ କଲେ। ଏହା ପରେ ବରଫ ଉର୍ଦ୍ଧ୍ୱୀକରଣ ପ୍ରକ୍ରୀୟାକୁ ଆରମ୍ଭ କଲେ। ଏହା ପରେ ଯାହା ଦେଖିବାକୁ ମିଳିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦେଖିଲେ ଯେ ଏହି ଧାତୁର ପ୍ଲେଟ ତଳେ ଥିବା ବରଫ ଉର୍ଦ୍ଧ୍ୱୀକରଣ ହେଉ ନାହିଁ। କିନ୍ତୁ ଏହାର ନିମ୍ନ ଭାଗ ପ୍ରତି ଦିନ ହିସାବରେ ୮ରୁ ୧୦ ମିମି ଉର୍ଦ୍ଧ୍ୱୀକରଣ ହେଉଛି। କିଛି ଦିନ ପରେ ଲ୍ୟାବରେ ସେହି ଜିନିଷ ଦେଖିବାକୁ ମିଳିଲା ଯେପରି ବେକାଲ୍ ହ୍ରଦରେ ଦେଖାଯାଏ।

ଏହା ପରେ ଟେବରଲେ ଓ ତାଙ୍କ୍ ଟିମ୍ ଏହି ନିଷ୍କର୍ଷରେ ପହଞ୍ଚିଲେ ଯେ ଶୀତ ଦିନେ ହ୍ରଦ ଉପରର ପବନ ଓ ଉଷ୍ମତା ହ୍ରାସ ପାଏ। ଏନେଇ ଆଦ୍ରତା କମିଯାଏ ଓ ଧିରେ ଧିରେ ପଥର ତଳେ ଥିବା ବରଫ ଉର୍ଦ୍ଧ୍ୱୀକରଣ ହେବାକୁ ଲାଗେ। ଏହା ପରେ ପଥର ଏକ ଛତା ଭଳି ବରଫ ଉପରେ ଲାଖିଯାଏ। ଏହି ପଥରର ଚାରିପାଖରେ ଥିବା ବରଫ ମିଳେଇ ଯାଏ କିନ୍ତୁ ଏହାର ଠିକ୍ ନିମ୍ନରେ ଥିବା ବରଫ ତରଳେ ନାହିଁ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ