Advertisment

ବ୍ୟାପୁଛି ଲମ୍ପି ଭାଇରସ୍, ଚିନ୍ତାରେ ଗୋପାଳକ

ଭଦ୍ରକ ଜିଲ୍ଲାରେ ଗାଈଗୋରୁଙ୍କୁ ବ୍ୟାପୁଛି ଲମ୍ପି ଭାଇରସ୍। ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତ ଗାଈଗୋରୁଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ଗୋପାଳକ।

ଅଦ୍ୟତନ ହୋଇଛି
Spread of Lumpy skin disease in Bhadrak worries cattle farmers

Spread of Lumpy skin disease in Bhadrak worries cattle farmers

Advertisment

ଭଦ୍ରକ ଜିଲ୍ଲାରେ ଗାଈଗୋରୁଙ୍କୁ ବ୍ୟାପୁଛି ଲମ୍ପି ଭାଇରସ୍। ଜିଲ୍ଲାରେ ଏହି ରୋଗରେ ଆକ୍ରାନ୍ତ ଗାଈଗୋରୁଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତାରେ ଗୋପାଳକ। ଏଥିରେ ଆକ୍ରାନ୍ତ ହେବାପରେ ଗୋରୁଙ୍କୁ ହଠାତ୍ ଜ୍ୱର ଆସିବା, ଚର୍ମରେ ଫୋଟକା ବାହାରିବା ସହ ପୂଜ ବାହାରିବା, ଚାଲି ନପାରିବା ଭଳି ସମସ୍ୟା ଦେଖାଦେଉଛି।  ଏପରିକି ଗୋରୁଙ୍କ ମୃତ୍ୟୁ ହେଉଥିବା ଗୋପାଳକ ଅଭିଯୋଗ କରିଛନ୍ତି।

Advertisment

ଲମ୍ପି ଭାଇରସ୍ ବା ଚର୍ମ ବିଣ୍ଡି ରୋଗ ଭୂତାଣୁ ଜନିତ ହୋଇଥିବାବେଳେ ଏହାକୁ ମୁକାବିଲା କରିବାକୁ ନିର୍ଦ୍ଦିଷ୍ଟ ଭାବେ କୌଣସି ଔଷଧ ନାହିଁ। ତେବେ ଏକା ପ୍ରଜାତିର ଭାଇରସ୍ ହୋଇଥିବାରୁ ଛେଳିଙ୍କ ପାଇଁ ଉଦ୍ଦିଷ୍ଟ ଫକ୍ସ ଭ୍ୟାକସିନ୍‌କୁ ପ୍ରତିଷେଧକ ଟିକା ଭାବେ ଗୋରୁଙ୍କୁ ଦିଆଯାଇଥିବା ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ପଶୁଙ୍କ ଭ୍ୟାକସିନେସନ୍‌ ଅପେକ୍ଷା ସଚେତନତା ଓ ସତର୍କତା ଅଧିକ ଜରୁରୀ ବୋଲି ଜିଲ୍ଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ଏହାସହ ବର୍ତ୍ତମାନ ସମୟରେ ଗୋରୁଙ୍କ କିଣାବିକା ବନ୍ଦ ରଖିବା, ସୁସ୍ଥ ଗୋରୁଙ୍କୁ ଅସୁସ୍ଥ ଗୋରୁଙ୍କଠାରୁ ଦୂରେଇ ରଖିବା, ଗୁହାଳ ପରିଷ୍କାର ସହ ମଶା ଡାଆଁସ ଠାରୁ ଦୂରେଇ ରଖିବାକୁ ସେ ପରାମର୍ଶ  ଦେଇଛନ୍ତି। 

Advertisment

ଭଦ୍ରକ ବ୍ଲକରେ ସର୍ବାଧିକ ୧୭୨ ଗୋରୁ ଲମ୍ପି ଭାଇରସ୍‌ରେ ଆକ୍ରାନ୍ତ ହୋଇ ଥିବାବେଳେ ତିହିଡି ବ୍ଲକରେ ଏହି ସଂଖ୍ୟା ୧୬୯, ଭଣ୍ଡାରିପୋଖରୀରେ ୧୨୯, ବନ୍ତ ବ୍ଲକରେ ୧୦୦ ଏବଂ ଚାନ୍ଦବାଲିରେ ୩୧ ଗୋରୁ ରୋଗାକ୍ରାନ୍ତ ଅଛନ୍ତି।  

Lumpy Virus Lumpy Skin Disease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ