Advertisment

ଅପେକ୍ଷା କରିଛନ୍ତି ସାବିତ୍ରୀ, କେବେ ଫେରିବେ ସତ୍ୟବାନ..

ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ, ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ..

Sabitri Brata

Sabitri Brata

Advertisment

ମଥାରେ ସିନ୍ଦୂର ପିନ୍ଧୁଛନ୍ତି, ପାଦରେ ଅଳତା ନାଉଛନ୍ତି। ହାତରେ ନାଲିନାଲି ମଧ୍ୟ ଶଙ୍ଖା ପିନ୍ଧିଛନ୍ତି। ନୂଆ ଶାଢୀ, ଚୁଡ଼ି, ଫଳମୂଳ ସହ ଦୀପ ଧୂପ ନେଇ ମନ୍ଦିର ଯିବାକୁ ବାହାରିଛନ୍ତି । ସାବିତ୍ରୀ ପାଇଁ ସବୁ ସଧବା ନାରୀମାନେ ଏମିତି କରନ୍ତି। ଏଥିରେ ନୂଆ କ’ଣ? କିନ୍ତୁ ଏଠାରେ କୌଣସି ଘରର ନୁହେଁ, କି ଏମାନଙ୍କର ସ୍ୱାମୀ ବି ପାଖରେ ରହୁନାହାନ୍ତି।  ସମସ୍ତେ ସ୍ୱାମୀ ପରିତ୍ୟକ୍ତା । ହେଲେ ସ୍ୱାମୀଙ୍କ ପାଇଁ ସିନ୍ଦୁର ପିନ୍ଧୁଛନ୍ତି ଅନୂ ସେଠ । ସ୍ୱାମୀ ପାଖରେ ନଥିବାରୁ ନିଜ ମେହେନତରେ ନୂଆ ଶାଢି ବି କିଣିଛନ୍ତି ଅନୂ ।

Advertisment

ଆଠ ବର୍ଷର ଘର ସଂସାର ପରେ, ସ୍ୱାମୀ ସିନା ଭୁଳିଗଲା ତାଙ୍କୁ, କିନ୍ତୁ ସେ ନିଜର କର୍ତ୍ତବ୍ୟକୁ ଭୁଲି ନାହାନ୍ତି। ସ୍ୱାମୀ ଛାଡିବା ପରେ ସ୍ୱଧାର ଗୃହରେ ରହିବା ପାଇଁ ମଜବୁର ହେଲେ ଅନୂ। ସ୍ୱାମୀ ସିନା ଛାଡ଼ିଦେଲେ କିନ୍ତୁ କୁନି ଝିଅକୁ ପାଖରେ ରଖି ତା'ର ଲାଳନପାଳନ କରୁଛନ୍ତି ଅନୁ। ଏତେ ନିର୍ଯାତିତ ହେବା ପରେ ବି ସ୍ୱାମୀଙ୍କ ଆୟୁଷ ବଢିବା ପାଇଁ ସେ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ସାବିତ୍ରୀ ବ୍ରତ ପାଳିଛନ୍ତି । ଆଉ ପୂଜା କଲା ବେଳେ ଅନୂ କାନ୍ଦି ପକାଇଥିବାର ମଧ୍ୟ ଦେଖିବାକୁ ମିଳିଛି। 

ଠିକ୍‌ ସେହିପରି ଆଉ ଏକ ଘଟଣା ଜାଣନ୍ତୁ । ନାଁ-କୁନି ରଣା ,ସ୍ୱାମୀଙ୍କୁ ଅପେକ୍ଷା କରିଥିବା ଅଭାବା ସ୍ତ୍ରୀ । ଫେସବୁକରେ ଜଣେ ଯୁବକଙ୍କ ସହିତ ବନ୍ଧୁତା ହେଲା ପରେ ସୁବ୍ରତଙ୍କ ସହ ଫେରାର ହୋଇଯାଇଥିଲେ କୁନି। କିନ୍ତୁ ସୁବ୍ରତ ଏବେ ଥାନାରେ ଅଛନ୍ତି । ନିଜର ସାମାନ୍ୟ ଭୁଲ ପାଇଁ ଶାଶୂଘର ବାପଘର ଲୋକଙ୍କ ସହ ସମ୍ପର୍କ କଟିଗଲା। ଜେଲରେ ଥିବା ସ୍ୱାମୀଙ୍କ ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଛନ୍ତି କୁନି । 

Advertisment

ଏମାନଙ୍କ ପାଖରେ ସିନା ସ୍ୱାମୀ ନାହାନ୍ତି। କିନ୍ତୁ ସେମାନଙ୍କର ମଙ୍ଗଳ ମନାସୀ ବ୍ରତ ଉପବାସ କରୁଛନ୍ତି ଏହି ସାବିତ୍ରୀମାନେ। ମନରେ ଗୋଟିଏ ଆଶା ରହିଛି, ସ୍ୱାମୀ ନିଶ୍ଚିତ ଫେରିବେ, ଆଉ ଏମାନଙ୍କୁ ଆପଣାଇ ନେବେ।

ରିପୋର୍ଟର- ମନରଂଜନ ଯୋଶୀ

Sabitri Brata Special Story Women Residing In Rehabilitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ