Advertisment

ଜୀବନ ବଦଳାଇ ଦେଲା କଣ୍ଢେଇ, ଏବେ ମାସକୁ ରୋଜଗାର ୨୦ ହଜାର..

ଦିନେ ମୂଲମଜୁରୀ ଲାଗୁଥିଲେ, ଦାଦନ ବି ଯାଉଥିଲେ। କିନ୍ତୁ ଏମାନଙ୍କ ଜୀବନ ବଦଳାଇ ଦେଲା କଣ୍ଢେଇ...ଏମିତି ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରି ମାସକୁ ରୋଜଗାର କରୁଛନ୍ତି ୨୦ ହଜାର

Toys Making

Toys Making

Advertisment

ଏକ ଲୟରେ ମନଧ୍ୟାନ ଦେଇ ତିଆରି କରୁଛନ୍ତି କଣ୍ଡେଇ । ଆଉ ଏହି କଣ୍ଢେଇ ତିଆରି କରି ମାସକୁ ଏବେ ଏମାନେ ରୋଜଗାର କରୁଛନ୍ତି ୧୫ ରୁ ୨୦ ହଜାର ଟଙ୍କା । ମହିଳାମାନେ ଏତେ ସୁନ୍ଦର ସୁନ୍ଦର କଣ୍ଢେଇ ତିଆରି କରୁଛନ୍ତି ଯେ ଲୋକ ଘରୁ ଆସି ନେଇଯାଉଛନ୍ତି କଣ୍ଢେଇ।

Advertisment

ଦିନ ଥିଲା ଏଇ ମହିଳାମାନେ ବେକାର ଆଉ ବେରୋଜଗାର ଥିଲେ । କଣ୍ଢେଇ ତିଆରି କରୁଥିବା ମହିଳାଙ୍କ ମଧ୍ୟରୁ ଅନେକ ଦାଦନ ଖଟିବାକୁ ଯାଉଥିଲେ । ଆଉ କିଛି କୁଲିମଜୁରୀ କାମ ଧନ୍ଦା ବି କରୁଥିଲେ । କିନ୍ତୁ ଏବେ ଏମାନଙ୍କ ସମସ୍ୟା ଦୂର ହୋଇଯାଇଛି । ଏମାନେ ଏବେ ଆଉ ବେକାର କି ବେରୋଜଗାରିଆ ନାହାନ୍ତି । ଏମାନେ ଏବେ ସ୍ୱାବଳମ୍ବୀ ହୋଇଛନ୍ତି ।

ଏହି ମହିଳାମାନେ ହେଉଛନ୍ତି ନୂଆପଡା ମାଆ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ । ଏନଏସି ସହ ଯୋଗାଯୋଗ କରିବା ପରେ SHG ଗ୍ରୁପ କରି ସଫ୍ଟ ଟୟେ ତିଆରି ପାଇଁ ତାଲିମ ବି ନେଲେ । ଆଉ ଏବେ ସେଇ କଣ୍ଢେଇ ତିଆରି କରି ମାସିକ ୧୫ ରୁ୨୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ନିଜେ ତ ରୋଜଗାର କରୁଛନ୍ତି ଆଉ ପାଖ ଅଂଚଳର ଅନେକ ମହିଳା ଓ ବେକାର ଯୁବକ-ଯୁବତୀଙ୍କୁ ବି ରୋଜଗାର ଦେଉଛନ୍ତି । ଖାଲି ସଫ୍ଟ ଟୟେ ନୁହେଁ ଏହାସହ ପା-ପୋଛ, ତକିଆ କଭର ଆଦି ତିଆରି ବି କରୁଛନ୍ତି । ତେବେ ଚାହିଦାକୁ ନଜରରେ ରଖି ଏମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜାର କରିବାକୁ ଏନଏସି ନିଷ୍ପତ୍ତି ନେଇଛି ।

Advertisment

ତେବେ ଯିଏ ଦିନେ ଟଙ୍କା ପାଇଁ ଅନ୍ୟ ଉପରେ ନିର୍ଭର କରୁଥିଲା ଆଜି ସିଏ ହିଁ ନିଜେ ଆତ୍ମନିର୍ଭର ହୋଇପାରିଛି। ମୋଟ୍‌ ଉପରେ ସଫ୍ଟ ଟୟେ ବଦଳାଇ ଦେଇଛି ଏମାନଙ୍କ ଜୀବନ।

ରିପୋର୍ଟର- ମାୟାଧର ସରାଫ

Special Story Toys Making
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ