ରୋଜଗାରିଆ ପୁଅର ଜୀବନ ପାଇଁ ବାର ଦୁଆରେ ହାତ ପାତୁଛନ୍ତି ପରିବାର

ମୋ ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମୋ ପରିବାରକୁ ବଞ୍ଚାଇ ଦିଅ । ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ ଏମିତି କାନି ପାତି କାନ୍ଦୁଛି ସ୍ତ୍ରୀ । ଅପରେସନ୍‌ ହେଲେ ସ୍ୱାମୀ ବଞ୍ଚିବେ । ହେଲେ ଏତେ ଗୁଡାଏ ଟଙ୍କା ତାଙ୍କ ପାଖରେ ନାହିଁ । ଭେଣ୍ଡିଆ ପୁଅକୁ ଦେଖି ମାଆ ଆଖିରୁ ବି ଲୁହ ଶୁଖୁନି। ପରିବାରର ଗୋଟିଏ ଗୁହାରି, ଆମକୁ ସାହାଯ୍ୟ କର, ଅକ୍ଷୟଙ୍କୁ ବଞ୍ଚାଇ ଦିଅ ।

Wife Begging

ସ୍ୱାମୀର ଜୀବନ ବଞ୍ଚାଇବା ପାଇଁ କାନ୍ଦି କାନ୍ଦି ଟଙ୍କା ମାଗୁଛି ସ୍ତ୍ରୀ । କହୁଛି, ମୋ କାନିରେ ଟଙ୍କା ଦିଅ, ଆଉ ମୋ ସ୍ୱାମୀକୁ ବଂଚାଇ ଦିଅ । ହୁଏତ ଏ ଦୃଶ୍ୟ ଦେଖିଲେ ଆପଣ ଆଖିରେ ଲୁହ ଜକାଇ ଆସିପାରେ କିନ୍ତୁ ସ୍ୱାମୀର ଜୀବନ ବଂଚାଇବାକୁ ଗୋଟିଏ ସ୍ତ୍ରୀ ଯେ କେତେ ବିକଳ ହୋଇପାରେ, ତାହାକୁ ଆମେ ଶବ୍ଦରେ କହିବା ସମ୍ଭବ ନୁହେଁ।

ସ୍ତ୍ରୀ କାନ୍ଦୁଛି, ମାଆ ବି କାନ୍ଦୁଛି । ବାପର ଏ ଅବସ୍ଥା ଦେଖି ପୁଅ ଆଖି ବି ଛଳଛଳ । ହେଲେ କିଛି କରିବାର ଏମାନଙ୍କ ପାଖରେ ଉପାୟ ନାହିଁ । ଏମାନେ କରିବେ ବା କଣ ? ଘରର ରୋଜଗାରିଆ ପୁଅ ଯେତେବେଳେ ରୋଗରେ ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଛି ସେତେବେଳେ ତାଙ୍କୁ ବଂଚାଇବା ପାଇଁ ପ୍ରାର୍ଥନା କରିବା ଛଡ଼ା ଉପାୟ ବି କିଛି ନାହିଁ ।

ବିଛଣାରେ ପଡ଼ି ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ଅକ୍ଷୟ ସେନାପତି । ଘର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ । ଭଲ ଥିଲା ବେଳେ ଚାଷ କରିବା ସହ ବାହାର ରାଜ୍ୟରେ କାମ କରି ବେଶ୍‌ ହସଖୁସିରେ ପରିବାର ଚଳାଉଥିଲେ । କିନ୍ତୁ ଦୈବ ଏମିତି ଦୁଃଖ ଦେଲା ଯେ ବିଛଣାରୁ ଉଠିବା ଆଉ ତାଙ୍କ ପକ୍ଷରେ ସମ୍ଭବ ହେଉନି । ହାଇଦ୍ରାବାଦ୍‌ରେ କାମ କରୁଥିବା ବେଳେ ହଠାତ୍‌ ମୁଣ୍ଡ ବୁଲାଇ ଦେଇ ତଳେ ପଡ଼ିଗଲେ। ପରେ ଚିକିତ୍ସା ବି ହେଲା । କିନ୍ତୁ ବାରମ୍ବାର ଏମିତି ହେବା ପରେ ତାଙ୍କର ସ୍ୱାସ୍ଥ ପରୀକ୍ଷା କରାଇଲେ ପରିବାର । ଆଉ ରିପୋର୍ଟ ସମସ୍ତଙ୍କୁ ଦୋହଲାଇ ଦେଲା । କାରଣ ରକ୍ତ କର୍କଟରେ ଘାଂଟି ହେଉଛନ୍ତି ଅକ୍ଷୟ।

 

ରକ୍ତ କର୍କଟ ହେବା ପରେ ଅକ୍ଷୟଙ୍କର ଏକ ଘରୋଇ ମେଡିକାଲରେ ଚିକିତ୍ସା ବି କରାଗଲା । ଧାରଉଧାର କରି ୫ ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଗଲା ହେଲେ ଭଲ ହେଲେନି ଅକ୍ଷୟ । ବର୍ତ୍ତମାନ ଭୁବନେଶ୍ୱର ଏମସ୍‌ରେ ଅକ୍ଷୟଙ୍କର ଚିକିତ୍ସା ଚାଲିଛି । ଡାକ୍ତର କହୁଛନ୍ତି ବୋନ୍‌ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେବ। ଆଉ ଅପରେସନ୍‌ ପାଇଁ ଦରକାର ୨୫ ରୁ ୩୦ ଲକ୍ଷ ଟଙ୍କା । ଦୀର୍ଘଦିନ ହେବ ଅସୁସ୍ଥତା କାରଣରୁ ପରିବାର ଚଳିବାରେ ଅନେକ ଅସୁବିଧା ହେଉଛି। ଆଉ ତାହାରି ମଧ୍ୟରେ ୩୦ ଲକ୍ଷ ପରିବାର ଆଣିବ କେଉଁଠୁ?

ସେପଟେ ଭେଣ୍ଡିଆ ପୁଅର ଏ ଅବସ୍ଥା ଦେଖି ବୁଢୀ ମାଆ କାନ୍ଦି କାନ୍ଦି କଣ କହୁଛି ତାହା ବୁଝିବା ସମ୍ଭବ ନୁହେଁ । ଆଉ ଦଶମ ପାସ୍‌ କରିଥିବା ପୁଅ ଆଗକୁ ପାଠ ପଢିବାର ଯେଉଁ ସୁନେଲୀ ସ୍ୱପ୍ନ ଦେଖିଛି ତାହା କେମିତି ପୂରଣ ହେବ ଆଉ ବାପା କେମିତି ଭଲ ହେବେ ସେଇ ଚିନ୍ତାରେ ଦିନ କାଟୁଛନ୍ତି ଦୁଇ ପୁଅ ।

ସେପଟେ ଅକ୍ଷୟଙ୍କୁ ସରକାରୀ ସହାୟତା ମିଳିଲେ ସେ ଭଲ ହେବା ସହ ପରିବାର ବଂଚିଯାଆନ୍ତି ବୋଲି କହିବା ସହ ସମସ୍ତେ ସହଯୋଗ କଲେ ଅକ୍ଷୟ ନୂଆ ଜୀବନ ପାଇବେ ବୋଲି କହିଛନ୍ତି ଗାଁ ଲୋକେ ।

ଦର୍ଶକ ବନ୍ଧୁ ଆପଣ ଯଦି ଅକ୍ଷୟଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ...

AC NO -540810110027013

IFSC -BKID0005408

NAME -ABHISEK SENAPATI

Google pay & Phone pe 7606063019

ରିପୋର୍ଟର- ମୁନ୍ନା ସିଂ