Advertisment

ସ୍ମାର୍ଟଫୋନରେ ନିଆଁ ଲାଗେ କାହିଁକି ?

ଆଜିକାଲି ସ୍ମାର୍ଟଫୋନ ଫାଟିଯିବା ବା ନିଆଁ ଲାଗିବା ଏକ ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ସବୁଦିନ କିଛି ନା କିଛି ଏମିତି ଖବର ସାମ୍ନାକୁ ଆସୁଛି। ବ୍ୟବହାରୀଙ୍କ ଭୁଲ ପାଇଁ ଅଧିକାଂଶ ସମୟରେ ଏମିତି ଦୁର୍ଘଟଣା ଘଟିଥାଏ ବୋଲି ଜଣାପଡିଛି।

smart phone

smart phone

Advertisment

ସ୍ମାର୍ଟଫୋନରେ ହଠାତ ନିଆଁ ଲାଗି ଯାଉଛି। ଗତ କିଛି ଦିନ ହେବ ଏମିତି ଅନେକ ମାମଲା ସାମନାକୁ ଆସିଛି। କେତେକ କହୁଛନ୍ତି ଖରାଦିନର ଅତ୍ୟଧିକ ଗରମ ଯୋଗୁ ସ୍ମାର୍ଟଫୋନରେ ନିଆଁ ଲାଗି ଯାଉଛି। ହେଲେ କେତେ ଦୂର ସତ। ଏହାର ଉତ୍ତର ପାଇବା ସହ ଜାଣନ୍ତୁ ଏହି ୫ଟି ପ୍ରମୁଖ କାରଣ ପାଇଁ ସ୍ମାର୍ଟଫୋନ୍‌ରେ ନିଆଁ ଲାଗିଥାଏ।

Advertisment

ଗରମରୁ ଦୂରେଇ ରଖନ୍ତୁ

ନିଜର ସ୍ମାର୍ଟଫୋନ୍‌କୁ ଡାଇରେକ୍ଟ ହିଟ୍‌ରେ ରଖିବା ବହୁତ ହାନିକାରକ ହୋଇପାରେ। ଏହି କାରଣ ପାଇଁ ଅନେକ ସମୟରେ ସ୍ମାର୍ଟଫୋନ ବ୍ୟାଟେରୀରେ ନିଆଁ ଲାଗିଯାଏ। ଏଥି ପାଇଁ ସ୍ମାର୍ଟଫୋନକୁ କେବେ ହେଲେ ଗରମ ଥିବା ସ୍ଥାନରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ।

ରାତିରେ ଚାର୍ଜ କରନ୍ତୁନି

ଅନେକ ଲୋକ ନିଜର ସ୍ମାର୍ଟଫୋନ୍‌କୁ ରାତିରେ ଶୋଇବା ସମୟରେ ଚାର୍ଜ କରିଥାନ୍ତି। ରାତି ସାରା ଚାର୍ଜି କରିବା ଦ୍ୱାରା ସ୍ମାର୍ଟଫୋନର ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଗରମ ହୋଇ ଯାଇଥାଏ। ଯାହା ଫୋନ୍‌ରେ ନିଆଁ ଲାଗିବାର ମୁଖ୍ୟ କାରଣ ହୋଇପାରେ। ଏଥି ପାଇଁ କେବେହେଲେ ରାତିସାରା ସ୍ମାର୍ଟଫୋନ୍‌କୁ ଚାର୍ଜରେ ବସାନ୍ତୁ ନାହିଁ।

Advertisment

ବ୍ୟାଟେରୀ ଖରାପ ଥିଲେ...

ସ୍ମାର୍ଟଫୋନ୍‌କୁ ଯତ୍ନ ସହକାରେ ରଖିବା ଜରୁରୀ ହୋଇଥାଏ। ଯଦି ଆପଣଙ୍କ ସ୍ମାର୍ଟଫୋନ ହାତରୁ ଖସିପଡ଼ୁଛି ତା ହେଲେ ବ୍ୟାଟେରୀ ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିଥାଏ। ବ୍ୟାଟେରୀ ଖରାପ ଯୋଗୁ ନିଆଁ ଲାଗିବାର ସମ୍ଭାବନା ଥିବାରୁ ତୁରନ୍ତ ବ୍ୟାଟେରୀକୁ ଚେକ କରିବା ଦରକାର।

ଅନେକ କାମ କରନ୍ତୁ ନାହିଁ

ସ୍ମାର୍ଟଫୋନରେ ଏକା ସାଙ୍ଗରେ ଅନେକ କାମ କେବେ ହେଲେ କରନ୍ତୁ ନାହିଁ। ଗେମିଂ ଓ ମଲଟି-ଟାସ୍କିଂରେ ଫୋନ୍‌ର ପ୍ରୋସେସର ବହୁତ ଶୀଘ୍ର ଗରମ ହୋଇଥାଏ, ଯେଉଁଥି ପାଇଁ ସ୍ମାର୍ଟଫୋନରେ ନିଆଁ ଲାଗିପାରେ। ଯେମିତି କାମ କରିବା ପରେ ଆମକୁ ବିଶ୍ରାମ ଦରକାର ହୋଇଥାଏ, ସେମିତି ସ୍ମାର୍ଟଫୋନ୍‌କୁ ଆରାମ ଦେବା ଜରୁରୀ।

Advertisment

ସ୍ମାର୍ଟଫୋନକୁ ଚାର୍ଜ କରିବା ସମୟରେ କେବଳ କମ୍ପାନୀର ବ୍ରାଣ୍ଡେଡ୍‌ ଚାର୍ଜର ହିଁ ବ୍ୟବହାର କରନ୍ତୁ। ଥାର୍ଡ ପାର୍ଟି ଚାର୍ଜରରେ ନିଜର ସ୍ମାର୍ଟଫୋନକୁ ଚାର୍ଜ କରନ୍ତୁ ନାହିଁ। ଏହା ଦ୍ୱାରା ବ୍ୟାଟେରୀ ବହୁତ ଖରାପ ହୋଇ ଯାଇଥାଏ ଓ କୌଣସି ସମୟରେ ବ୍ୟାଟେରୀରେ ନିଆଁ ଲାଗିପାରେ।

ସ୍ମାର୍ଟଫୋନକୁ ଅନେକ ଖେଳଣା ଭଳି ବ୍ୟବହାର କରିଥାନ୍ତି। ଯାହାକି କୌଣସି ସମୟରେ ଘାତକ ସାବ୍ୟସ୍ତ ହୋଇଥାଏ। ଏଥିପାଇଁ ସ୍ମାର୍ଟଫୋନ ବ୍ୟବହାର କରିବା ବେଳେ ଏମିତି କିଛି ଜରୁରୀ ନିୟମ ମାନିବା ଉଚିତ।

Smartphone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ