Advertisment

ଡାକ୍ତରଙ୍କ ବଦଳରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁଇପର

ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା

ଅଦ୍ୟତନ ହୋଇଛି
Sweeper treats patient

Sweeper treats patient

Advertisment

ଡାକ୍ତର ନାହାନ୍ତି, ଆଉ ରୋଗୀ ଆସିଲେ ତାଙ୍କର ମେଡ଼ିକାଲ ସୁଇପର ଚିକିତ୍ସା କରୁଛନ୍ତି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଛି । କିନ୍ତୁ ଏହି ଘଟଣାଟି ପୂରାପୁରି ସତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଦୃଶ୍ୟ । ଜଣେ ସୁଇପର କରୁଛି ହାଡ଼ ଭଙ୍ଗା ରୋଗୀର ଚିକିତ୍ସା । ଆଉ ଚିକିତ୍ସା ପାଇଁ ପୁଣି ଜଣେ ରୋଗୀ ପିଛା ନେଉଛନ୍ତି ୫୦୦ ଟଙ୍କା।

Advertisment

ଏମିତି ଘଟଣା ଦିନେ କି ଦୁଇଦିନ ନୁହେଁ ବରଂ ୬ ମାସ ହେଲା ଚାଲିଥିବାର ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରୋଗୀମାନେ ମଧ୍ୟ ସୁଇପର ବାବୁଙ୍କୁ ୫୦୦ ଟଙ୍କା ଦେଇ ଚିକିତ୍ସା କରାଉଛନ୍ତି । ସ୍ଥାନୀୟ ସାରଣା ଗାଁର ଜଣେ ବୃଦ୍ଧ ବାଇକ୍‌ରେ ପଡ଼ିଯାଇଥିବାରୁ ମେଡ଼ିକାଲ ଆସିଥିଲେ। ପରେ ଏକ୍ସରେ ରିପୋର୍ଟରୁ ଜଣାପଡ଼ିଲା କି ତାଙ୍କର ହାତ ଭାଙ୍ଗିଯାଇଛି । ଆଉ ଏହାପରେ ସୁଇପର ସୁବାସ ବିଶ୍ୱାଳ ତାଙ୍କ ହାତ ପ୍ଲାଷ୍ଟର କରିବା ସହିତ ତାଙ୍କ ଠାରୁ ଖର୍ଚ୍ଚ ବାବଦକୁ ୫୦୦ଟଙ୍କା ନେଇଥିବା ଅଭଯୋଗ ହୋଇଛି ।

ଏନେଇ ସୁଇପରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମେଡ଼ିକାଲରେ ଷ୍ଟାଫ୍‌ ନାହାନ୍ତି । ପ୍ଲାଷ୍ଟର କରିବାକୁ ମେଡ଼ିକାଲ ଅଫିସର ତାଙ୍କୁ କହିଥିବାର ସେ କହିଛନ୍ତି। ତେବେ ଘଟଣା ସମ୍ପର୍କରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କୁ ପଚରାଯାଇଥିଲା । ସେ କହିଛନ୍ତି, ଏନେଇ ଆମ ପାଖରେ କୌଣସି ଖବର ନଥିଲା । ଯଦି ଏମିତି ହେଉଥିବ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ରିପୋର୍ଟର- ବାସୁଦେବ ଦାସ

Special Story Sweeper Treats Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ