Viral Video
ଡଙ୍ଗା ଉପରେ ଗାଡ଼ି ଥୋଇଲେ, ଆଉ ପରେ ସେହି ଡଙ୍ଗାକୁ ଛୋଟିଆ ପାଣି ଜାହାଜ ବନାଇ ଦେଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏପରି କିଛି ଭିଡ଼ିଓ । ପାଣି ଭିତରେ ଘୁଁ ଘୁଁ ହୋଇ ବୋଟ୍ ଯାଉଥିବାର ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବୋଟ୍ ଉପରେ ନିଜ ଗାଡି ରଖି ବୋଟ୍ ଚଳାଉଥିବା ଦେଖାଦେଇଛି । ଆଉ ଏହି ଡଙ୍ଗାରେ ଥିବା ଗାଡ଼ିରେ ପଛରେ ଜଣେ ବ୍ୟକ୍ତି ମଧ୍ୟ ବସିଛନ୍ତି।
ତେବେ ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ ସୋସିଆଲ୍ ମିଡିଆରେ ଦେଖିସାରିଲେଣି । ବାସ୍ତବରେ ବୋଟ୍ ଚାଲୁଛି କିନ୍ତୁ ବ୍ୟକ୍ତି ଜଣଙ୍କ ମଜାଳିଆ ଢଙ୍ଗରେ ଗାଡିର ପାର୍ଟକୁ ବୋଟ୍ ଉପରେ ରଖି ଷ୍ଟାର୍ଟ କରୁଥିବା ଦେଖାଦେଇଛି। ଏହି ମଜାଦାର ଭିଡ଼ିଓଟିକୁ ଟ୍ୱିଟରରେ ଦିପାଂଶୁ କାବ୍ରା ସେୟାର କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଣ୍ଟରନେଟ୍ ଏପରି ଏକ ଦୁନିଆ ଯେଉଁଠି ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ୍ ହେଉଛି। ସେ ଯାହା ବି ହେଉ, ବାଇକ୍ରେ ବୋଟ୍ ତିଆରି କରିଥିବାରୁ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆର ସେନସେସନ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652326515.jpg)