Advertisment

ବାଉଳା କଲା ମଦ ନିଶା; ସ୍ତ୍ରୀ ବଦଳରେ ଶାଶୂ ବେକରେ ପକାଇଲା ଫୁଲମାଳ

ବାଉଳା କଲା ମଦ ନିଶା। ଏତେ ପିଇ ଥିଲେ ଯେ କିଛି ଜାଣିପାରୁନଥିଲେ....ଶେଷରେ ନିଜ ସ୍ତ୍ରୀ ବଦଳରେ ଶାଶୂଙ୍କୁ ପିନ୍ଧାଇ ଦେଲେ ଫୁଲମାଳ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Viral Video

Viral Video

Advertisment

ବୋବାଲ କରିଦେଲା ମଦୁଆ ଜ୍ୱାଇଁ କନ୍ୟା ବଦଳରେ ଶାଶୂଙ୍କୁ ପିନ୍ଧାଇଲା ଗଜରା ମାଳ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ। କଥାରେ ଅଛି ମଦ ନିଶା କଣ ନକରେ? ପେଟରେ ନାଲିପାଣି ପଡ଼ିଗଲେ କଥା ସରିଲା। ସ୍ଥାନକାଳ ପାତ୍ର ସବୁ ଭୁଲି ମଣିଷ କଣ କରେ ସେ କଥା ସେ ନିଜେ ବି ଜାଣିପାରେନା।

Advertisment

ଆଉ ଠିକ୍‌ ଏମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଆଉ ଆପଣ ମଧ୍ୟ ଦେଖିନିଅନ୍ତୁ ଏହି ଭାଇରାଲ ଭିଡିଓକୁ। କେମିତି ଜଣେ ମଦ୍ୟପ ବର ନିଜର କନ୍ୟାକୁ ଫୁଲମାଲ ପକାଇବା ପରିବର୍ତ୍ତେ ନିଜ ଶାଶୂଙ୍କ ବେକରେ ବାହା ବେଦୀରେ ଫୁଲମାଳ ପକାଇ ଦେଇଛନ୍ତି। ଆଉ ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି।

ସୋସିଆଲ ମିଡିଆରେ ଆପଣ ମଦ୍ୟପ ଏବଂ ମଦ୍ୟପାନକାରୀଙ୍କ ଅନେକ ଭିଡିଓ ଦେଖିଥିବେ । କିଏ ରାସ୍ତାରେ ଶୋଇ ପଡ଼ିଥିବାର ତ ଆଉ କିଏ ଡ୍ୟାନ୍ସ ଆଦି କରୁଥିବାର । ହେଲେ ଏହି ଭିଡ଼ିଓ ପୂରାପୂରି ଭିନ୍ନ ରହିଛି। ତେବେ ଇନଷ୍ଟାଗ୍ରାମରେ ଏହି ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଛି । ଯେଉଁଥିରେ ବରପାତ୍ର ପ୍ରବଳ ମଦ ପିଇ ବିବାହ କରିବାକୁ ଯାଇଛନ୍ତି।

Advertisment

ଆଉ ଏହି ସମୟରେ ବ୍ରାହ୍ମଣ ଯେତେବେଳେ ତାଙ୍କୁ ବରଣମାଳ ଦେବା ପାଇଁ କହିଛନ୍ତି ସେତେବେଳେ ସେ ଜାଣିପାରିନାହାନ୍ତି କି କନ୍ୟା କିଏ ଏବଂ ଶାଶୂ କିଏ? ତରତର ହୋଇ ହେଉ କିମ୍ବା ମଦ ନିଶାରେ ହେଉ, ସାଙ୍ଗେ ସାଙ୍ଗେ ଶାଶୂଙ୍କ ବେକରେ ଫୁଲମାଳ ପକାଇ ଦେଇଥିଲେ।

ତେବେ ମଣ୍ଡପରେ ଛିଡ଼ା ହୋଇଥିବା ଲୋକମାନେ ଏହାକୁ ଦେଖିବା ମାତ୍ରେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ଆଉ କିଛି ସମୟ ପରେ ସେ ମୁଣ୍ଡ ହଲାଇ ଝିଅ ବେକରେ ପକାଇବାକୁ ଚେଷ୍ଟା କରୁଛନ୍ତି ହେଲେ ସେ ବିଫଳ ହୋଇ ସୋଫାରେ ପଡି ଯାଉଛନ୍ତି । ଭିଡିଓ ସେୟାର କରିବାବେଳେ କ୍ୟାପସନରେ ପଚରାଯାଇଛି ଯେ ଏହି ବର କାହାର?

Advertisment

କେହି କେହି କହୁଛନ୍ତି ଯେ ବିବାହର ସୁଖରେ ସେମାନେ ମଦ ପିଇ ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି । ସେ ଯାହା ବି ହେଉ ଜଣେ ବରପାତ୍ର ମଦ ପିଇ ବିବାହ କରିବାକୁ ଯିବା ସହ ଏମିତି କାଣ୍ଡ କରିବାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଛି ।

Viral Video Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ