Advertisment

ପୂରା ଦେଶୀ ଷ୍ଟାଇଲ୍‌; ଶଗଡ଼ ଚକ, ଦୌଡ଼ି ସାହାଯ୍ୟରେ କୂଅରୁ ଉଠିଲା ପଙ୍କ

ପୂରା ଦେଶୀ ଷ୍ଟାଇଲ୍‌। ଗୋଟିଏ ଶଗଡ଼ ଚକ, ଦୌଡ଼ି, ଟିଣକୁ ବ୍ୟବହାର କରି କୂଅରୁ ଖାଲି ହୋଇଗଲା ସବୁ ପଙ୍କ। ବିନା କୌଣସି ଖର୍ଚ୍ଚରେ ନିଜସ୍ୱ ବୁଦ୍ଧିରେ କୂଅରୁ ବାହାରିଲା ପଙ୍କ। ଦେଶୀ ଯୁଗାଡ଼କୁ ଦେଖିବା ପାଇଁ ଲୋକଙ୍କର ଲାଗିଲା ଗହଳି...ଦେଖନ୍ତୁ କେମିତି କଢା ଯାଉଛି ପଙ୍କ

ଅଦ୍ୟତନ ହୋଇଛି
Special Story | Villagers adopt ‘desi’ technique to clean well

Special Story | Villagers adopt ‘desi’ technique to clean well

Advertisment

ଦେଶୀ ଶୈଳୀରେ କୂଅ ଭିତରୁ କଢାଯାଉଛି ପଙ୍କ। ଅଳ୍ପ ଖର୍ଚ୍ଚରେ ଅତି ସହଜରେ ଚାଲିଛି ପଙ୍କ କଢା। ଆଉ ଗହୀରିଆ କୂଅ ମଧ୍ୟରୁ ପଙ୍କ କାଢିବାରେ କୌଣସି ଅସୁବିଧା ମଧ୍ୟ ହେଉନି। ବରଂ ସହଜରେ ପଙ୍କ ସହ ଅଦରକାରୀ ସାମଗ୍ରୀ ସବୁ ଉପରକୁ ବାହାରି ଆସୁଛି। ଆଉ ପୂରା ଦେଶୀ ଷ୍ଟାଇଲ୍‌ରେ କରାଯାଉଛି ଏହି କାମ ।

Advertisment

ଶଗଡ଼ ଚକ ଓ ଖଣ୍ଡେ କାଠ ଗଣ୍ଡିରେ କୂଅରୁ ପୂରା ଦେଶୀ ଷ୍ଟାଇଲରେ କଢାଯାଉଛି ପଙ୍କ। ହୁଏତ ଏଭଳି ଘଟଣା ପୂର୍ବରୁ ଆପଣମାନେ କେବେ ଦେଖିନଥିବେ। କିନ୍ତୁ ବୌଦ୍ଧ ଜିଲ୍ଲା ଶଗଡା ପଂଚାୟତରେ ପଙ୍କ ଉଦ୍ଧାର ହେଉଛି । କୂଅରେ ପଙ୍କ ଭର୍ତ୍ତି ହୋଇଯିବାରୁ ପାଣିକୁ ବ୍ୟବହାର କରିବା ସମ୍ଭବ ହେଉନଥିଲା। ତେଣୁ ବାଧ୍ୟ ହୋଇ ପଙ୍କ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଲେ ପରିବାର ଲୋକେ। ହେଲେ ସାମାନ୍ୟ ପଙ୍କ ଉଦ୍ଧାର କରିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜଣାପଡ଼ିଲା ତାହା ବହୁତ ଅଧିକ ଥିଲା। ତେଣୁ ନିଜସ୍ୱ ବୁଦ୍ଧିରେ କୂଅରୁ ପଙ୍କ ଉଦ୍ଧାର ପାଇଁ ଚିନ୍ତା କରାଗଲା।

ତେବେ ସେହି ମେସିନ୍‌ ତିଆରି କରିଥିବା ବ୍ୟକ୍କି  ସ୍ୱଳ୍ପ ଖର୍ଚ୍ଚରେ ଘରେଥିବା ଗୋଟିଏ ଶଗଡ ଗାଡିର ଚକ,ଗୋଟିଏ ଦଣ୍ଡ,ଅଖ,କଣ୍ଠି ଓ ୨ଟି ଦଉଡି ଏବଂ ଗୋଟିଏ ଡଲା ଏବଂ ଗୋଟିଏ ଟିଣର ବ୍ୟବହାର କରି ତିଆରି ହୋଇଛି ଏହି ଯନ୍ତ୍ର । ଏହାକୁ ଥରେ ବୁଲାଇଲେ କୂଅ ଭିତରର ମାଟି ବା ପଙ୍କକୁ ଡଲା ସାହାଯ୍ୟରେ କୂଅ ଭିତରୁ ଉପରକୁ ଅତି ସହଜରେ ଅଣାଯାଇପରୁଛି।

Advertisment

ସେହିଭଳି ଆଉଥରେ ଘୁରାଇଲେ ବାହାରେ ଥିବା ଖାଲି ଡଲାଟି କୂଅ ଭିତରକୁ ଯାଉଥିବାବେଳେ ଭିତରେ ଥିବା ଟିଣରେ ପାଣି ବାହାରକୁ ଆସୁଛି । ଆଉ ଅତି ସହଜରେ ପଙ୍କ ବି ଉଦ୍ଧାର ହୋଇଯାଉଛି। ସେ ଯାହା ବି ହେଉ, କୂଅରୁ ପଙ୍କ ଉଦ୍ଧାର ହେଉଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଦେଶୀ ମେସିନ୍‌କୁ ଦେଖିବାକୁ ଲୋକଙ୍କ ଜମିଥିଲା ଭିଡ଼ ।

ରିପୋର୍ଟର- ରବିନ୍ଦ୍ର ହୋତାଙ୍କ ରିପୋର୍ଟ, ଓଟିଭି

Special Story Desi Technique
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ