Advertisment

ୟୁଟ୍ୟୁବକୁ ଗୁରୁ କରି ପାହାଡ଼ିଆ ଜମିରେ ଫଳାଇଲେ ଆପଲ୍ ଓ ବେରୀ

ବଡ଼ ସାହାଯ୍ୟ କଲା ୟୁଟ୍ୟୁବ। ଗୋଟିଏ ଏକର ପାହାଡ଼ିଆ ଜମିରେ ଚାଷ କଲେ ଆପଲ୍ ଓ ବେରୀ। ଯଦିଓ ଏ ସବୁ କେବଳ କାଶ୍ମୀରରେ ଫଳେ ବୋଲି ଆମର ଧାରଣା। କିନ୍ତୁ ଏ ଚାଷୀଭାଇ ଜଣକ କମାଲ୍ କରି ଦେଖାଇଲେ। ଏତେ ପରିମାଣରେ ଫଳ ଫଳୁଛି ଯେ ଡାଳ ଭାଙ୍ଗିବା ଉପରେ। ଆଉ ରୋଜଗାର ବି ଭଲ ହେଉଛି।

Apple Berry Farming

Apple Berry Farming

Advertisment

ଗଛ ଡାଳରେ ଝୁଲୁଛି ଶହଶହ ଆପେର ବେରୀ । ଫଳରେ ଡାଳ ନଇଁ ପଡୁଛି । ଇଏ ପୁଣି କେଉଁ ଉପକୂଳିଆ ଅଞ୍ଚଳର ଜମି ନୁହେଁ ବରଂ ପାହାଡ଼ିଆ, ପଥୁରିଆ ଜମିରେ ଫଳିଛି ଏତେ ପରିମାଣରେ ଫଳ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୟୁଟ୍ୟୁବ୍‌ରୁ ଦେଖି ଏହି ଚାଷ ପ୍ରଥମେ ଆରମ୍ଭ କରାଯାଇଥିଲା। ଆଉ ଏବେ ଦେଖନ୍ତୁ କେତେ ପରିମାଣରେ ଫଳୁଛି ଫଳ। ଏମିତି ଚାଷ କରି ଏବେ ଚର୍ଚ୍ଚାରେ ବଣାଇ ଗୁରୁଣ୍ଡିଆ ବ୍ଲକ୍‌ ସାନ ବଡ଼ଗାଁର ଜଣେ ଯୁବଚାଷୀ ଅଶୋକ ଖାଲକ ।

Advertisment

ବାପାଙ୍କ ମୃତ୍ୟୁ ପରେ ପରିବାର କେମିତି ଚଳାଇବେ ସେ ଚିନ୍ତାରେ ରହି ରହି ରାଉରକେଲା ଯାଇ ଏକ ମୋବାଇଲ ରିପ୍ୟାରିଂ ଦୋକାନ କଲେ। ଆଉ ଯେତିକି ଟଙ୍କା ରୋଜଗାର କଲେ ସେତିକିରେ ପୂରା ପରିବାର ଚଳାଇବା କଷ୍ଟକର ହେଲା। ଏହାପରେ ୟୁଟ୍ୟୁବ୍‌ ଦେଖି ଆପେଲବେରୀ ଚାଷ କରିବାକୁ ସେ ମନ ବଳାଇଲେ।

ଚାଷ କରିବାର ନିଶା ୟାଙ୍କୁ ଏମିତି ପାଗଳ କରିଦେଲା କି ଚାଷ କେମିତି କରିବେ ସେନେଇ କଲିକତା ଗଲେ ଟ୍ରେନିଂ ପାଇଁ। ପାହାଡ଼ିଆ ଏଇ ଜଙ୍ଗଲର ଏକରେ ଜମିରେ ପ୍ରଥମେ ଆପେଲ ବେରୀ ଚାଷ ଆରମ୍ଭ କରିଥିଲେ। ଫଳ ଭଲ ହେବା ପରେ ଏବେ ଘରୁ କିଲୋ ୧୦୦ ଟଙ୍କା ଲେଖାଏଁ ଦେଇ ଲୋକ ନେଇ ଯାଉଛନ୍ତି।

Advertisment

କେବଳ ଏତିକି ନୁହେଁ ବରଂ ୟାଙ୍କ ଚାଷକୁ ଦେଖି ଅନେକ ଆପେଲ ବେରୀ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେଣି। ଏହାସହ କେମିତି ଅଧିକରୁ ଅଧିକ ଚାଷ ହେବ ସେନେଇ ଚେଷ୍ଟା ଚାଲିଥିବା ଅଶୋକ କହନ୍ତି। ସରକାରୀ ସାହାଯ୍ୟକୁ ଅପେକ୍ଷା ନକରି କିପରି ପରିବାର ଚଳାଇବେ ସେଇ ଚିନ୍ତା କରି ଆଜି ଜଣେ ସଫଳ ଆପେଲ ବେର ଚାଷୀ ଭବେ ପରିଚିତ ଥିବା ବେଳେ ସରକାରୀ ସାହାଯ୍ୟ ମିଳିଲେ, ଆଗକୁ ଆମ୍ବ, ପିଜୁଳି ପରି ଅନେକ ଫଳ ଚାଷ କରିପାରିବି ବୋଲି ଅଞ୍ଚଳବାସୀ ଧିରେନ କହନ୍ତି।

ସେପଟେ ଏନେଇ ବଣାଇ ବିଧାୟକ କହିଛନ୍ତି ପାହାଡ଼ ଉପରେ ଏହି ବିରଳ ଚାଷ କରିପାରିଛନ୍ତି ତାଙ୍କୁ ଧନ୍ୟବାଦ। ସେ କିପରି ସରକାରୀ ସାହାଯ୍ୟ ପାଇବେ ଏବଂ ଆହୁରି ଅନ୍ୟ ଚାଷ କରିବେ ତାଙ୍କୁ ସରକାରୀ ସାହାଯ୍ୟ ଲାଗି ଚେଷ୍ଟା କରିବି ।

Advertisment

ରିପୋର୍ଟର - ରଞ୍ଜିତ ଚୌଧୁରୀ

Special Story Apple Berry Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ