Advertisment

ବିଟେକ୍‌ରୁ ସଫଳ ଚାଷୀ; ଚାକିରି ପଛରେ ନ ଧାଇଁ ବି ଲକ୍ଷପତି

ବିଟେକ୍ ପାଠ ପଢ଼ିଥିଲେ। କିନ୍ତୁ ଏ ଚାକିରି-ମହଙ୍ଗା ଯୁଗରେ ସେ ଆଉ ଚାକିରି ପଛରେ ନଗୋଡ଼େଇ ନୂଆ କିଛି କରି ପଇସା ରୋଜଗାର କରିବାକୁ ଉପାୟ କଲେ। ଶେଷରେ ଫୁଲଚାଷ କରି ସେ ଏବେ ଲକ୍ଷପତି। ଏ ଭିଡିଓ ଦେଖି ଆଜିକାଲିର ଯୁବକଯୁବତୀ, ରୋଜଗାର କରିବାର ଉପାୟଟି ତାଙ୍କଠାରୁ ଶିଖି ପାରିବେ।

Farming

Farming

Advertisment

ବେଶ୍‌ ସୁନ୍ଦର ଦିଶୁଛି ଗେଣ୍ଡୁ ବଗିଚା । ଫୁଲ ଏତେ ମାତ୍ରାରେ ଫୁଟିଛି ଯେ, ତୋଳିବା ପାଇଁ ଇଚ୍ଛା ହେଉନି । ହେଲେ ବଗିଚାର ଚାଷୀଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର,ଏହି କଥାଟି ହୁଏତ ଆମେ ପିଲାବେଳୁ ଶୁଣିଆସୁଛନ୍ତି। ହେଲେ ଆଜିକା ଚାକ ଚକ୍ୟ ସମାଜ ଓ ଡିଜିଟାଲ ଯୁଗରେ ଏହି କଥାଟିକୁ ହୁଏତ ଖୁବ୍ କମ୍ ପିଲା ଗ୍ରହଣ କରୁଛନ୍ତି। କିନ୍ତୁ ଜଣେ ବିଟେକ୍‌ ଛାତ୍ର ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

Advertisment

ବିଟେକ୍‌ ଡିଗ୍ରୀ ହାସଲ କରିଛନ୍ତି, କିନ୍ତୁ ଚାକିରି ନକରି ଗାଁରେ ଚାଷ କରୁଛନ୍ତି । ପୁଣି ଏକର ନୁହେଁ କି ଦୁଇ ଏକର ନୁହେଁ ବରଂ ୭ ଏକର ଜମିରେ ଅକ୍ଲାନ୍ତ ପରିଶ୍ରମ କରି ସୁନ୍ଦର ଗେଣ୍ଡୁ ଚାଷ କରିଛନ୍ତି । ଆଉ ଚାଷରେ ଏତେ ଲାଭ ହେଉଛି ଯେ, ଚାକିରିରେ ଯେତିକି ଟଙ୍କା ପାଇନଥାନ୍ତେ ସେତିକି ଏହି ଚାଷରୁ ମିଳୁଥିବା ରମାକାନ୍ତ ପଡ଼ିଆରୀ କହିଛନ୍ତି ।

ଭଦ୍ରକ ବନ୍ତର ବିଟେକ ଛାତ୍ର ରମାକାନ୍ତ ପଡିଆରୀ। ବାରିପଦା ଇଞ୍ଜିନୟରିଂ କଲେଜରେ ରମାକାନ୍ତ ପାଠପଢା ସାରିବା ପରେ ଚାକିରି ପଛରେ ଗୋଡ଼ାଇଲେନି ବରଂ ବାପାଙ୍କୁ ଚାଷରେ ସାହାଯ୍ୟ କରିବା ପାଇଁ ସ୍ଥିର କଲେ। ପରେ ନିଜର ୭ ଏକର କମିରେ ଫୁଲ, ମାଛ, ଧାନ, ବିଭିନ୍ନ ଫଳ ଆଦି ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ରମାକାନ୍ତ।

Advertisment

ଏହି ଚାଷରେ ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହ ପାଖଆଖ ଅଞ୍ଚଳର ବେକାର ଯୁବକ-ଯୁବତୀଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି । ରମାକାନ୍ତଙ୍କ କହିବା ଅନୁସାରେ, ଆଜିକାଲି ଚାକିରି ପାଇବା ଏତେ ସହଜ ନୁହେଁ, ଅନେକ ପିଲା ଆଜିବି ପାଠପଢି ଚାକିରୀ ପଛରେ ବର୍ଷ ବର୍ଷ ଧରି ପଡି ରହି ଚାକିରୀ ନପାଇ ହତାସ ହୋଇ ବୁଲୁଛନ୍ତି। ତେଣୁ ମୁଁ ଚାକିରି ପଛରେ ନଧାଇଁ ଚାଷରେ ମନ ଦେଲି ଏବଂ ଭଲ ଦୁଇ ପଇସା ରୋଜଗାର କରୁଛି ।

ରମାକାନ୍ତ ଜଣେ ବିଟେକ ଛାତ୍ର ହୋଇଥିଲେ ମଧ୍ୟ ସହର ମୁଁହା ନ ହୋଇ ବି ଚାକିରୀ ପଛରେ ନଧାଇଁ ନିଜ ଗାଁ ମାଟିରେ ସୁନାର ଫସଲ ଫଳାଇ ପାରିଛନ୍ତି । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବା ସହ ଜଣେ ସଫଳ ଚାଷୀ ହୋଇଥିବାରୁ, ରମାକାନ୍ତଙ୍କୁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ ବିଭିନ୍ନ ମହଲରୁ ପ୍ରଶଂସା ଛୁଟି ଆସୁଛି ।

Advertisment

ରିପୋର୍ଟର- ଭଦ୍ରକରୁ ପାର୍ଥ ସାରଥୀ ନାୟକ ଓଟିଭି

Farming Special Story B-Tech Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ