Advertisment

ନେତା ହେବା ପରେ ବି ବଦଳି ନାହାନ୍ତି ? ବୁଲି ବୁଲି ମାଗଣାରେ ଲୋକଙ୍କ ସେବା କରୁଛନ୍ତି ରଙ୍ଗାଧର

ଏମିତି ନେତା ଥିଲେ ଲୋକଙ୍କ ଚିନ୍ତା କଣ? ରାତି ପାହିଲା ମାତ୍ରେ କାନ୍ଧରେ କଳା ବ୍ୟାଗ ଧରି ବାହାରି ପଡନ୍ତି ଲୋକଙ୍କ ଦୁଃଖ ଶୁଣିବାକୁ। ରୋଗୀଙ୍କ ଡ୍ରେସିଂ କରନ୍ତି ପୁଣି ସ୍ୱାସ୍ଥ୍ୟକର୍ମୀ ଥିବାରୁ ଇଂଜେକସନ୍‌ ବି ଦିଅନ୍ତି। କାହାଠୁ ରଖନ୍ତିନି ଟଙ୍କା...ପରିଣତ ବୟସରେ ବି ଲୋକଙ୍କ ସେବାରେ ଅଛନ୍ତି ରଙ୍ଗାଧର

Samiti Member

Samiti Member

Advertisment

ସକାଳ ହେଲେ ନିଇତି ବ୍ୟାଗ୍‌ ଧରି ଭାରି ପଡନ୍ତି ଗଙ୍ଗାଧାର । ଆଉ ସେହି କାଳିଆ ବ୍ୟାଗରେ ଥାଏ ଭଳିକି ଭଳି ଔଷଧ, ମଲମ ଆଉ ଡ୍ରେସିଂ ସାମଗ୍ରୀ । ଚିକିତ୍ସା ପାଇବାକୁ ଅପେକ୍ଷା କରିଥିବା ରୋଗୀ ପାଇଁ ଜଡିବୁଟି ନେଇ ଠିକ୍‌ ସମୟରେ ପହଞ୍ଚି ଯାଆନ୍ତି ରଙ୍ଗାଧର। ଦିନେ ଇଏ ସ୍ୱାସ୍ଥ୍ୟକର୍ମୀ ଥିଲେ, ଏବେ ନେତା ହେଲେଣି। ସମୟ ବଦଳିଛି ଆଉ ପଦବୀ ବି ବଦଳିଛି । ହେଲେ ବଦଳିନାହାନ୍ତି ରଙ୍ଗାଧର । ସ୍ୱାସ୍ଥ୍ୟକର୍ମୀ ଥିବା ବେଳେ ଯେମିତି ଲୋକଙ୍କ ସେବା କରୁଥିଲେ ଆଜି ନେତା ହେବା ପରେ ବି ଠିକ୍‌ ସେମିତି ସେବା ମନୋବୃତ୍ତି ଜାରି ରଖିଛନ୍ତି ।

Advertisment

କେନ୍ଦୁଝର ତେଲକୋଇ ପଞ୍ଚାୟତର ସମିତି ସଭ୍ୟ ରଙ୍ଗାଧର ଓରାମ । ସକାଳ ହେବା ମାତ୍ରେ କାନ୍ଧରେ ବ୍ୟାଗ ପକାଇ ବାହାରିଯାଉଛନ୍ତି ଅନ୍ୟର ସେବା କରିବା ପାଇଁ । କିଏ ଯଦି କେତେବେଳେ ଗାଡିରେ ନେଲା ତ ନେଲା ନହେଲେ ନିଜେ ଚାଲି ଚାଲି ଯାଆନ୍ତି ଅନ୍ୟର ସେବା କରିବା ଲାଗି । ଯାହାର ଡ୍ରେସିଂ ଦରକାର ତା’କୁ ଡ୍ରେସିଂ କରିଦିଅନ୍ତି ଆଉ ଯାହାକୁ ଇଂଜେକସନ୍‌ ଦରକାର ତାକୁ ଇଂଜେକସନ୍‌ ମଧ୍ୟ ଦିଅନ୍ତି । ଖାଲି ଏତିକି ନୁହେଁ ବରଂ ପୂରା ଅଂଚଳର ଲୋକଙ୍କ ସହ ବେଶ ଭଲରେ କଥା ହୁଅନ୍ତି ରଙ୍ଗାଧର ।

ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଟେଣ୍ଡାଣ୍ଟ ଭାବେ ମାତ୍ର ଦୁଇଶହ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ରଙ୍ଗାଧର । ଚାକିରି ସରିବା ବେଳକୁ ଦରମା ଥିଲା ୩୦ ହଜାର । ଆଉ ଏତିକି ଟଙ୍କାରେ ନିଜ ପାଇଁ ଖଣ୍ଡିଏ ଘର ଛଡା ଆଉ କିଛି କରିନାହାନ୍ତି ରଙ୍ଗାଧର । ନିଜର ସରଳିଆ ମନୋଭାବ ପାଇଁ ଚଳିତ ପଂଚାୟତ ନିର୍ବାଚନରେ ସମିତିସଭ୍ୟ ଭାବରେ ନିର୍ବାଚିତ ବି ହେଲେ । କିନ୍ତୁ ଏବେ ଦୁଇଟି କାମକୁ ବେଶ୍‌ ଭଲରେ କରୁଛନ୍ତି ରଙ୍ଗାଧର । ଏମିତିକି କାହାର ଦେହ ଖରାପ କଥା ଶୁଣିବା ମାତ୍ରେ ସେ ସାହାଯ୍ୟ ପାଇଁ ପହଞ୍ଚିଯାଆନ୍ତି ।

Advertisment

ସମିତିସଭ୍ୟ ସହ ସ୍ୱାସ୍ଥ୍ୟକର୍ମୀ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାମ କରିବା ପରେ ବି ସେ ଥକୁନାହାନ୍ତି । ବରଂ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି। ଏପରି ବ୍ୟକ୍ତିତ୍ୱ ନିଶ୍ଚିନ୍ତ ଭାବେ ବିରଳ । କାରଣ ଏବେ ରାଜନୀତିରେ ପଦ ପାଇଲେ ଲୋକେ ଭୋଟରଙ୍କୁ ଭୁଲି ଯାଉଥିବା ବେଳେ ରଙ୍ଗାଧର କିନ୍ତୁ ଲୋକଙ୍କ ଦୁଃଖକୁ ଭୁଲି ନାହାନ୍ତି । ବରଂ ତାଙ୍କ କର୍ତ୍ତବ୍ୟକୁ ଅତି ଉତ୍ତମ ଭାବରେ କରୁଛନ୍ତି ।

(ରିପୋର୍ଟ- ଚିନ୍ମୟ କୁମାର ସାହୁ, ତେଲକୋଇ)

Special Story Samiti Member Provides Free Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ