Advertisment

ଫିଲ୍ମ RRR ପ୍ରେମରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ

ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣବି ପଢିନିଅନ୍ତୁ କଣ ଲେଖିଛି ଏସ୍‌ଟିଏ ଓଡ଼ିଶା।

RRR Movie

RRR Movie

Advertisment

ତେଲୁଗୁ ଫିଲ୍ମ RRR କୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ହ୍ୱାଟ୍ସଆପ୍‌ ଷ୍ଟାଟସ, ଫେସବୁକ ଷ୍ଟୋରୀ, ଇନଷ୍ଟା...ଯୁଆଡ଼େ ଦେଖିବେ ଏହି ଫିଲ୍ମର କ୍ରେଜ୍‌। ବାହୁବଳୀ ନିର୍ଦ୍ଦେଶକ ରାଜମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ RRR ଥିଏଟରରେ ବୋବାଲ କରୁଛି। ଫିଲ୍ମ ବକ୍ସ ଅଫିସର ୨୦୦ କ୍ଲବର ନିକଟତର ହେଲାଣି ଏହି ଫିଲ୍ମ ।

Advertisment

ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣବି ପଢିନିଅନ୍ତୁ କଣ ଲେଖିଛି ଏସ୍‌ଟିଏ ଓଡ଼ିଶା।

ବୁଧବାର ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗର ଟ୍ୱିଟ କରି କହିଛି, ମଟର ସାଇକେଲ ଚଳାଇବା ବେଳେ ହେଲମେଟର ବ୍ୟବହାର କରିବାକୁ ହିଁ ପଡ଼ିବ। ଆଉ ଏପରି ସଚେତନ କରିବା ସହ RRRର ପ୍ରତ୍ୟେକ ଅକ୍ଷରର ଅର୍ଥକୁ Memesରେ କୁହାଯାଇଛି । ଆଉ ଖୋଦ୍ ପରିବହନ ବିଭାଗର ଏପରି ପଦକ୍ଷେପକୁ ଲୋକେ ଖୁବ ପ୍ରଶଂସା କରିବା ସହ ଫଟୋକୁ ମଧ୍ୟ ସେୟାର କରୁଛନ୍ତି।

Advertisment

ପରିବହନ ବିଭାଗର ସେୟାର କରିଥିବା Memesରେ ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ଏକ ବାଇକରେ ଯାଉଥିବାର ଦୃଶ୍ୟ ରହିଛି। ଫିଲ୍ମର ଏହି ସିନରେ ଉଭୟ ଅଭିନେତା ହେଲମେଟ ପିନ୍ଧିନଥିଲେ। କିନ୍ତୁ ପରିବହନ ବିଭାଗ ସେମାନଙ୍କୁ ହେଲମେଟ ପିନ୍ଧାଇଛି। ଏହା ସହ RRRର ଅର୍ଥ- Responsible Road Ride ବୋଲି କହିଛି।

ବିଭାଗ କହିଛି ଯେ, RRR ଆପଣଙ୍କୁ ସୁରକ୍ଷିତ ଭାବେ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇବ। ଆପଣ ଡ୍ରାଇଭର ହୁଅନ୍ତୁ ଅବା ପଛରେ ବସିଥିବା ଯାତ୍ରୀ, ସର୍ବଦା ହେଲମେଟ ପିନ୍ଧନ୍ତୁ।' ତେବେ ଏବେ ନୁହେଁ ବରଂ ପୁଷ୍ପା ଫିଲ୍ମକୁ ନେଇ ମଧ୍ୟ ପରିବହନ ବିଭାଗ ଟ୍ୱିଟ୍‌ କରି ଲୋକଙ୍କୁ ସଚେତନ କରିଥିଲା। ଆଉ ଏବେ ପୁଣି ଆରଆରଆର ମୁଭିକୁ ନେଇ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି।

Advertisment
Special Story RRR Movie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ