Advertisment

'ଶ୍ରାଦ୍ଧ ଦେବାକୁ ଆସିଲେ, ତଣ୍ଟିଆ ଖାଇ ଗଲେ'

ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ?

Baruni Snana

Baruni Snana

Advertisment

ଏ ସରକାରକୁ ଧର୍ମ ସହିବନି ଇଲେକ୍ସନ ହେବ, ବାଜା ବାଜିବ, ହେଲେ ପିଣ୍ଡ ଦେଲା ବେଳକୁ କରୋନା ଖାଇବ? ଏ ଦୃଶ୍ୟକୁ ଆପଣ ଟିକିଏ ଭଲରେ ଦେଖନ୍ତୁ। ପୁଣ୍ୟତୋୟା ବୈତରଣୀକୁ ବାରୁଣୀ ଅମାବାସ୍ୟା ପାଇଁ ପିଣ୍ଡ ଦେବାକୁ ଆସିଥିଲେ। ହେଲେ ଏ ପୋଲିସର ନାଲିଆଖି ଆଉ ବିଧା ଗୋଇଣ୍ଠା ଖାଇ ଘରକୁ ଫେରିଲେ। ଦେଖୁନାହାନ୍ତି କେମିତି ବୈତରଣୀ କୂଳରେ ପୋଲିସ ପାଂଚଣ ଧରି ଦେଖାଉଛି ନାଲିଆଖି।

Advertisment

ମଙ୍ଗଳବାର ପଡ଼ିଥିବାରୁ ଗତକାଲି ବାରୁଣୀ ଯୋଗ ଥିବା କୁହାଯାଉଥିଲା। ୨ ବର୍ଷ ହେଲାଣି କରୋନା ପାଇଁ ପିଣ୍ଡ ଦେବା ଉପରେ ରୋକ ଲଗାଇଥିଲା ପ୍ରଶାସନ। ହେଲେ ଏସନ କରୋନା କଟକଣା ନଥିବାରୁ ପିତୃପୁରୁଷଙ୍କୁ ପିଣ୍ଡ ଦେବାକୁ ଅପେକ୍ଷା କରିଥିଲେ ଶହଶହ ଶ୍ରଦ୍ଧାଳୁ। କିନ୍ତୁ ଏଥର ବି ବାରୁଣୀ ସ୍ନାନକୁ ବନ୍ଦ କରିବା ସହ ୧୪୪ ଧାରା ଲଗାଇଥିଲା ପ୍ରଶାସନ। ହେଲେ ୨ ବର୍ଷ ହେଲାଣି ପିଣ୍ଡ ନଦେଇ ଏଥର ପିଣ୍ଡ ଦେବାକୁ ଚାତକ ପରି ଚାହିଁବସିଥିବା ଶ୍ରଦ୍ଧାଳୁଙ୍କୁ ଶକ୍ତ ଧକ୍କା ଦେଇଛି ପ୍ରଶାସନ।

୨ ବର୍ଷ କରୋନା ପାଇଁ ଏବଂ ଚଳିତ ଥର ଦେବୀଗଡ଼ାରେ ଡ୍ୟାମ ନିର୍ମାଣ କାରଣରୁ ସ୍ନାନ ଓ ପିଣ୍ଡଦାନ ଉପରେ ରୋକ୍‌ ଲଗାଯାଇଥିବାରୁ ଶ୍ରଦ୍ଧାଳୁ ଓ ପୁରୋହିତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଯାଇ ଥିବା ସହ ଆମେ ଧର୍ମକୁ ମାନିବୁ ଆଇନକୁ ନୁହେଁ ବୋଲି ରୋକ୍‌ଠୋକ କହିଛନ୍ତି ଶ୍ରଦ୍ଧାଳୁ। ସେବାୟତ କହିଛନ୍ତି ଯେ, ପ୍ରଶାସନ ଆମ ଜୀବିକା ମାରୁଥିବା ବେଳେ ଚାହିଁଥିଲେ ସୁରକ୍ଷା ସହ ସ୍ନାନ ଓ ପିଣ୍ଡ ଦାନ କରିପାରିଥାନ୍ତା ।

Advertisment

ତେବେ ପ୍ରଶାସନର ବାରଣ ସତ୍ୱେ ବି ବୈତରଣୀ କୂଳରେ କିଛି ଶ୍ରଦ୍ଧାଳୁ ପିଣ୍ଡଦାନ କରିବା ସହ ସ୍ନାନ କରିଥିବା ଦେଖିବାକୁ ମିଳିଛି। ହେଲେ ପୋଲିସର ଏପରି ହୀନ କାର୍ଯ୍ୟକୁ ସବୁଆଡ଼େ ନିନ୍ଦା କରାଯାଉଛି।

ରିପୋର୍ଟର- ସଞ୍ଜୀବ ନାୟକ

Special Story Prohibiting Baruni Snana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ