Advertisment

ମେଡିକାଲ ଆସୁନାହାଁନ୍ତି ଡାକ୍ତର, ଫାର୍ମାସିଷ୍ଟ କରୁଛନ୍ତି ଚିକିତ୍ସା

ମେଡିକାଲ କୋଠାକୁ ସୁନ୍ଦର କରି ଦେଲେ ହେବ ନାହିଁ। ଡାକ୍ତରଙ୍କଠାରୁ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବା ଦରକାର। ଯଦି ଏତକ ନ ମିଳେ ସେ ମେଡିକାଲରେ ଗଣା ହେବ କେମିତି? ପାରଳାଖେମୁଣ୍ଡି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି

Special story

Special story

Advertisment

ଆସୁ ନାହାଁନ୍ତି ଡାକ୍ତର । ଫାର୍ମାସିଷ୍ଟଙ୍କ ଭରଷାରେ ଚାଲିଛି ମେଡିକାଲ। ବିଶ୍ଵାସ ହେଉନଥିଲେ ବି ଏ କଥାଟି ସତ। ଏହା କୌଣସି ଦୁର୍ଗମ ଅଞ୍ଚଳର କାହାଣୀ ନୁହେଁ। ଗଜପତି ଜିଲ୍ଲା ପ୍ରଶାସନର ନାକତଳେ ଥିବା ପାରଳାଖେମୁଣ୍ଡି ସହରାଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଭଣ୍ଡାରୀ ସାହି ସହରାଞ୍ଚଳ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଡାକ୍ତର ଜଣକ ଆସୁ ନଥିବାରୁ ରୋଗୀଙ୍କ ଭରସା ପାଲଟିଛନ୍ତି ଫାର୍ମାସିଷ୍ଟ ।

Advertisment

ପାରଳାଖେମୁଣ୍ଡି ପୌର ପରିଷଦ ଅଧିନରେ ଭଣ୍ଡାରୀ ସାହି ମେଡିକାଲ ଥିବା ବେଳେ ଦୀର୍ଘ ୧୨ ବର୍ଷ ଏଠାରେ କେହି ଡାକ୍ତର ନଥିଲେ । ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେବା ପରେ ମଧ୍ୟ ବର୍ଷେ ହେବ ଏଠାରେ କେହି ଡାକ୍ତର ନଥିଲେ । ୨୦୧୯ ମସିହାରୁ ଜଣେ ଡାକ୍ତରଙ୍କୁ ମେଡିକାଲରେ ନିଯୁକ୍ତ ମିଳିଛି । ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ମାସେ ହେବ ସେ ଛୁଟିରେ ଅଛନ୍ତି ।

ଭଣ୍ଡାରୀ ସାହି ସହରାଞ୍ଚଳ ମେଡିକାଲ ଉପରେ ୯ଟି ୱାର୍ଡର ଲୋକେ ନିର୍ଭର କରୁଛନ୍ତି । ସପ୍ତାହରେ ଥରେ ଜଣେ ବିଶେଷଜ୍ଞ ଡାକ୍ତର ଆସି ଏଠାରେ ରୋଗୀଙ୍କ ଚିକିତ୍ସା କରିବା ନିୟମ ଥିବା ବେଳେ କେହି କେବେ ଆସୁନଥିବା ଅଭିଯୋଗ ହେଇଛି । ସହରାଞ୍ଚଳର ଏହି ପୁରାତନ ମେଡିକାଲରେ ଜଣେ ଫାର୍ମାସିଷ୍ଟ, ଜଣେ ଏଏନଏମ ଏବଂ ଜଣେ ନର୍ସ ରହିଛନ୍ତି। ସେମାନେ ହିଁ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଖୁବ ଶୀଘ୍ର ଛୁଟିରେ ଥିବା ଡାକ୍ତରଙ୍କ ବଦଳରେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି।

Advertisment

ମେଡିକାଲକୁ ସୁନ୍ଦର କରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ହେଲେ ବାସ୍ତବ ଚିତ୍ର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ଯଦି ଜିଲ୍ଲା ସଦର ମହକୁମାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥାକୁ ଏଇଆ, ତେବେ ଦୁର୍ଗମ ଅଞ୍ଚଳର ଲୋକେ କିଭଳି ସ୍ୱାସ୍ଥ୍ୟ ସେବା ପାଉଥିବେ ତାହା ସହଜେ ଅନୁମେୟ ।

ଗଜପତିରୁ ଆଦର୍ଶ ଦାସଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ