Advertisment

"ଦିନେ ନିଜର ଥିଲି, ଆଜି ପର ହେଇଗଲି"

ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ କୁଆଡ଼େ କୁଆଡ଼େ ନବୁଲାଇଛି। ଆଉ ଏବେ ବୁଢା ହୋଇଗଲି ବୋଲି ମତେ ମରଣ ମୁହଁରେ ଏମିତି ଛାଡ଼ି ଦେଇ ପଳାଇବୁ?

ଅଦ୍ୟତନ ହୋଇଛି
Old Camel

Old Camel

Advertisment

ସ୍ୱାର୍ଥ ସରିଗଲେ କେହି କାହାକୁ ପଚାରନ୍ତି ନାହିଁ ବୋଲି ଜାଣିଥିଲୁ । ତାହା ଏଠି ସତ ପ୍ରମାଣ କରିଛି ଏହି ମଣିଷ ଜାତି । ରେ ମଣିଷ, ମୁଁ ତୋର କି କ୍ଷତି କରିଥିଲି? ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ କୁଆଡ଼େ କୁଆଡ଼େ ନବୁଲାଇଛି। ତୁ ଯେତେବେଳେ ଯାହା ଦେଇଛୁ ତା’କୁ ଆନନ୍ଦରେ ମୁଁ ଖାଇଛି, କେବେ ଅଭିଯୋଗ କରିନି।

Advertisment

କାରଣ ଭଗବାନ ମତେ କହିବାର ଶକ୍ତି ଦେଇନାହାନ୍ତି। ବୟସ ଥିବା ବେଳେ ବହୁତ ଖଟିଛି। ଆଉ ଏବେ ବୁଢା ହୋଇଗଲି ବୋଲି ମତେ ମରଣ ମୁହଁରେ ଏମିତି ଛାଡ଼ି ଦେଇ ପଳାଇବୁ? ପାଟି ସିନା ଫିଟୁନି, ହେଲେ ନିଜର ଆଖି ଦୁଇଟିରେ ମଣିଷକୁ ଏମିତି କିଛି ପ୍ରଶ୍ନ କରୁଛି ଏହି ଓଟଟି। ଆପମମାନେ ବି ଏ ଏ ଦୃଶ୍ୟକୁ ଭଲରେ ଦେଖନ୍ତୁ । କେମିକି ଚଇତି ମାସ ଖରାରେ ମରଣ ସହ ଲଢେଇ କରୁଛି ଏହି ଓଟଟି। ଆଉ ଇଏ ତ ଲଢେଇ କରି କରି ମରିଗଲା।

ହୁଏତ ଏହି ଦୃଶ୍ୟ ଆପଣଙ୍କୁ ବ୍ୟଥିତ କରିପାରେ ହେଲେ ମଣିଷ କେତେ ସ୍ୱାର୍ଥପର? ତାହାର ଜ୍ୱଳନ୍ତ ଉଦାହରଣ ଏହିଠାରେ ଦେଖିବାକୁ ମିଳିଛି। କଟକ ଆଠଗଡ଼ରୁ ସାମ୍ନାକୁ ଆସିଥିବା ଏହି ଚିତ୍ର ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି। କାରଣ ବୁଢା ଓଟକୁ ଏହି ପଡ଼ିଆରେ ତା ମାଲିକ ଏକା ଛାଡ଼ି ଦେଇ ପଳାଇଛି। ଆଉ ଭୋକ ଉପାସରେ ପଡ଼ି ମାଲିକର ଆହାଃ ପଦକୁ ସତେ ଯେମିତି ଅପେକ୍ଷା କରିଛି ଏହି ଓଟ।

Advertisment

ସ୍ଥାନୀୟ ମଞ୍ଚେଶ୍ୱର ଖେଳ ପଡ଼ିଆରେ ଏମିତି ପଡ଼ିରହିଛି ଓଟ। ନା ତାର କଥା ବଝିବାକୁ କିଏ ଆସୁଛି ନା ମାଲିକର କୌଣସି ପତ୍ତା ମିଳୁଛି। ବାସ୍‌ ଧୋକାବାଜ୍‌ ମଣିଷକୁ ବୟସର ଅପରାହ୍ନରେ ବୋଧହୁଏ ଚିହ୍ନିପାରିଛି ଏହି ଓଟ । ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ ହେଲେ ମଣିଷ କେତେ ସ୍ୱାର୍ଥପର ହୋଇପାରେ ଆପଣ ଥରେ ଚିନ୍ତା କରନ୍ତୁ ।

ରିପୋର୍ଟର- ଆଠଗଡ଼ରୁ ନୀଲକଣ୍ଠ ଦୋରା

Special Story Old Camel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ