ଏମିତି ବି ଥାଆନ୍ତି ମାଆ; ଝିଅର ଅଙ୍ଗଦାନ କରି ବଞ୍ଚାଇଲେ ଦୁଇ ଦୁଇଟି ଜୀବନ

ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।

Brian dead girl

ନିଜ ୧୫ ବର୍ଷର ଅଲିଅଳି ଗେହ୍ଲା ଝିଅକୁ ହରାଇବାର ଦୁଃଖ ଓ ପ୍ରତିକୂଳ ପରିସ୍ଥିତିରେ ବି ଅନ୍ୟ ଆଖିରେ ଖୁସି ଦେଖିବାକୁ ନିଆଯାଇପାରେ ମହତ ନିଷ୍ପତ୍ତି । ଯାହା ଦେଖିବାକୁ ମିଳିଛି ବ୍ରହ୍ମପୁରରେ ଜଣେ ମହିଳା ଡାକ୍ତର ସୁନୀତା ବେହେରାଙ୍କ କ୍ଷେତ୍ରରେ । ୩ ଦିନ ତଳେ ତାଙ୍କ ଝିଅ ବ୍ରେନ୍ ଟ୍ୟୁମର୍‌ରେ ପୀଡ଼ିତ ବୋଲି ଜାଣିବାକୁ ପାଇଥିଲେ । ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ଝିଅର ଅଙ୍ଗଦାନ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁନୀତା।

ଯେଉଁ ଭଗବାନ ଉପହାର ଦେଇଥିଲେ, ସେଇ ଠକିଦେଲେ । ବୃତ୍ତିରେ ଡାକ୍ତର ହୋଇ ବି ନିଜ ୧୫ ବର୍ଷର ଅଲିଅଳି ଝିଅକୁ ବ୍ରେନ୍ ଟ୍ୟୁମରରୁ ବଞ୍ଚାଇ ନପାରିବା ଦୁଃଖରେ ଫାଟି ଯାଉଛି ଛାତି, ଭାଙ୍ଗି ଯାଉଛି ମନ । ହେଲେ ତାରି ପାଇଁ ଆଉ ଦୁଇ ଅଜଣା-ଅପରିଚିତଙ୍କ ଜୀବନ ରକ୍ଷା ଖୁସିରେ ସେ ଆତ୍ମହରା ହୋଇପଡ଼ିଛନ୍ତି ।

ପୁରୀ ସ୍ୱର୍ଗଦ୍ୱାରରେ ଝିଅର ଶେଷକୃତ୍ୟ ସମୟରେ କୋହଭରା କଣ୍ଠରେ ନିଜ ଝିଅର ଗୁଣ ବଖାଣୁଛନ୍ତି ସୁନୀତା । ଦଶମ ଶ୍ରେଣୀରେ ପଢୁଥିବା ତାଙ୍କ ୧୫ ବର୍ଷର ଝିଅ ସିଦ୍ଧି ସମୃଦ୍ଧି ବ୍ରେନ୍ ଟ୍ୟୁମରରେ ପୀଡ଼ିତ ବୋଲି ହଠାତ ୩ ଦିନ ତଳେ ଜାଣିବାକୁ ପାଇଥିଲେ ସେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାର ୨ ଦିନ ଭିତରେ ଝିଅକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ ଡାକ୍ତର । ତେବେ ଏ ଦାରୁଣ ଦୁଃଖ ସମୟରେ ବି ଭାଙ୍ଗି ନଯାଇ ଝିଅର ଅଙ୍ଗ ଦାନ କରି ଅନ୍ୟ କାହା ଆଖିରେ ଖୁସି ଦେଖିବାକୁ ନିଷ୍ପତ୍ତି ନେଇଥିଲେ ବାପା-ମାଆ ।

 

ସୋମବାର ସାରେ ସିଦ୍ଧି ସମୃଦ୍ଧିଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ହିଁ ତାଙ୍କ ଅଙ୍ଗଦାନ ପାଇଁ ଘୋଷଣା କରିଥିଲେ ପରିବାର ଲୋକେ । ଏପଟେ ପରିବାରର ଏହି ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା ସିଦ୍ଧି ସମୃଦ୍ଧିଙ୍କ ଅଙ୍ଗ ଦାନ ପ୍ରକ୍ରିୟା । ଆଜି ସକାଳେ ତାଙ୍କ ଦୁଇଟି କୀଡ଼ନୀ ମଧ୍ୟରୁ ଗୋଟିଏ କଟକ ବଡ଼ ମେଡିକାଲ ଓ ଅନ୍ୟଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି । ଫଳରେ ଜଗତସିଂହପୁର ଅଞ୍ଚଳରେ ଜଣେ ୩୪ ବର୍ଷୀୟ ମହିଳା ଅନାମିକା ସାହୁ ଓ ରାଜଧାନୀର ଅଶୋକ ନାୟକ ନାମକ ୬୫ ବର୍ଷୀୟ ବ୍ୟକ୍ତି ନୂଆ ଜୀବନ ପାଇଛନ୍ତି ।

ଏଣେ ସିଦ୍ଧି ସମୃଦ୍ଧିଙ୍କ ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ବି କେବଳ କିଡନୀ ବ୍ୟତୀତ ତାଙ୍କର ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସଂଗ୍ରହ କରାଯାଇ ପାରିନଥିଲା । ଓଡ଼ିଶାରେ ଏପର୍ଯ୍ୟନ୍ତ ଏଥିପାଇଁ ଆବଶ୍ୟକୀୟ ମେଡିକାଲ ଜ୍ଞାନକୌଶଳ ଓ ଭିତ୍ତିଭୂମିର ଥିବାରୁ ଏହା ସମ୍ଭବ ହୋଇପାରିନଥିବା କହିଛନ୍ତି ବରିଷ୍ଠ ଚିକିତ୍ସକ ତଡାକ୍ତର ନିଶିଥ ମହାନ୍ତି । ଓଡ଼ିଶାରେ ୧୫ ବର୍ଷ ବୟସରେ କିଡନୀ ଦାନ କ୍ଷେତ୍ରରେ ଏହା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି ।

ରିପୋର୍ଟର- ପ୍ରଦୀପ ମହାନ୍ତି, ପ୍ରଭାତ ବିଷୋୟୀ, କପିଳେନ୍ଦ୍ର ପ୍ରଧାନ