Advertisment

ଦିନ ମଜୁରିଆରୁ ସଫଳ ଚାଷୀ..ଦିନେ ରୋଜଗାର କରୁଥିଲେ ୫୦ଟଙ୍କା..ଆଜି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ..ଶାଗୁଆନଠୁ ପରିବା ଯାଏଁ ଚାଷ କରୁଛନ୍ତି ଆଉ ଏଥିରୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା..

ଅଦ୍ୟତନ ହୋଇଛି
matric fail farmer scripts success

matric fail farmer scripts success

Advertisment

ମାଟ୍ରିକ୍‌ ଫେଲରୁ ସଫଳ ଚାଷୀ । ୫୦ ଟଙ୍କା ରୋଜଗାରରୁ ୫୦ ଲକ୍ଷର ଫାର୍ମ ହାଉସ୍‌ । ଫାର୍ମ ହାଉସ୍‌କୁ ଦେଖିଲେ ଆପଣ ସବୁ ବୁଝିପାରିବେ । କାରଣ ଯିଏ ଦିନେ ମାଟ୍ରିକ୍‌ ଫେଲ ହେବା ପରେ ଭୁବନେଶ୍ୱରରେ ଦିନମଜୁରୀ କାମ କରି ଦିନକୁ ୫୦ ଟଙ୍କା ରୋଜଗାର କରୁଥିଲେ । ଆଜି ସିଏ ୫୦ ଲକ୍ଷ ଫାର୍ମ ହାଉସ୍‌ର ମାଲିକ ହୋଇପାରିଛନ୍ତି । ତେଣୁ ୫୦ ଟଙ୍କାରୁ ୫୦ ଲକ୍ଷର ଫାର୍ମ ହାଉସ୍‌କୁ ନେଇ ଏବେ ସବୁଠି ଚର୍ଚ୍ଚା ଆଉ ପ୍ରଶଂସା ।

Advertisment

ଏକର ଏକର ଜମି। ଆଉ ସେଇଠି ଚାଲିଛି ଚାଷକାମ । ମୁକ୍ତାଠୁ ଆରମ୍ଭ କରି ମାଛ ,ଆମ୍ବ ,ପିଜୁଳି ସହ ବିଭିନ୍ନ ପନିପରିବା ଓ ଶାଗୁଆନ ଭଳି ଗଛ ଲଗାଇ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଢେଙ୍କାନାଳ ପର୍ଜଙ୍ଗ ବାଲିପଶି ଗାଁର ବାସୁଦେବ ପରିଡା । ଦିନେ ମାଟ୍ରିକ୍‌ରେ ଫେଲ ହେବା ପରେ କଣ କରିବେ? କେମିତି ପରିବାର ଚଳାଇବେ, ସେଇ ଚିନ୍ତାରେ ଭୁବନେଶ୍ୱର ପଳାଇ ଆସିଥିଲେ। ଆଉ ରାଜଧାନୀରେ କଠିନରୁ କଠିନ ପରିଶ୍ରମ କରି ଗାଁକୁ ଫେରିବା ପରେ ଏବେ ଚାଷ କରୁଛନ୍ତି ବାସୁଦେବ।

ପ୍ରଥମେ ବାସୁଦେବ ଜଣେ ଶ୍ରମିକ ଭାବରେ କାମ କରୁଥିଲେ । ଏହା ପରେ ରାଜମିସ୍ତ୍ରୀ ଆଉ ଏବେ ସଫଳ ଚାଷୀ । ତୁଣ୍ଡ ଝାଳକୁ ମୁଣ୍ଡରେ ମାରି ଆଜି ୫୦ ଲକ୍ଷ ଟଙ୍କାର ଫାର୍ମ ହାଉସ କରିପାରିଛନ୍ତି ବାସୁଦେବ । ଆଉ ଏହି ଫାର୍ମ ହାଉସରୁ ଭଲ ଦୁଇ ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରିବା ଏବଂ ଭାଇ ଓ ଭଉଣୀ ମାନଙ୍କର ଯତ୍ନ ନେବା ସହ ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଫୁଟାଇ ପାରିଛନ୍ତି ହସ ।

Advertisment

ବର୍ତ୍ତମାନ ବାସୁଦେବ ଦୁଇଟି ପୋଖରୀରେ ମାଛ ଚାଷ ସହିତ ଗୋଟିଏ ପୋଖରୀରେ କରିଛନ୍ତି ମୁକ୍ତା ଚାଷ । ୟୁଟ୍ୟୁବରୁ ମୁକ୍ତା ଚାଷ ସମ୍ପର୍କରେ ଜାଣିବା ପରେ ବାଲେଶ୍ଵରର ଜଣେ ସଫଳ ମୁକ୍ତା ଚାଷୀଙ୍କ ସହଯୋଗ ଓ ଉଚିତ ତାଲିମ ପାଇ ବାସୁଦେବ ଆରମ୍ଭ କରିଥିଲେ ମୁକ୍ତା ଚାଷ । ମୁକ୍ତାଙ୍କ ପାଇଁ ଖାଦ୍ୟ ଓ ଉତ୍ତମ ରକ୍ଷଣାବେକ୍ଷଣ ମଧ୍ୟ ନିଆଯାଉଛି । ତେବେ ବାସୁଦେବ ସ୍ଥାନୀୟ ଅଂଚଳର ପ୍ରଥମ ଚାଷୀ ଯିଏ ମୁକ୍ତା ଚାଷ କରୁଛନ୍ତି।

ଚାଷ ପାଇଁ ଫାର୍ମହାଉସ୍‌ରେ ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି ବାସୁଦେବ । ବୋରୱେଲଠୁ ବାଉଣ୍ଡ୍ରି ଏବଂ ସିସିଟିଭିର ବି ହୋଇଛି ବ୍ୟବସ୍ଥା । ଏମିତିକି ପ୍ରତି ସପ୍ତାହରେ ଚାଷ ସମ୍ପର୍କରେ କୃଷି ଅଧିକାରୀଙ୍କ ସହ ପରାମର୍ଶ ନେଉଛନ୍ତି ବାସୁଦେବ । ଏମିତିକି ଚାକିରି ପଛରେ ନ ଗୋଡାଇ ଚାଷ କରିବାକୁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି ବାସୁଦେବ । ସତରେ ବାସୁଦେବଙ୍କ ଇଚ୍ଛାଶକ୍ତି ପାଇଁ ଆଜି ସିଏ ଜଣେ ସଫଳ ଚାଷୀ ହେବା ସହ ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି।

Advertisment

(ରିପୋର୍ଟ- ବିଦ୍ୟାଧର ବରାଳ, କାମାକ୍ଷାନଗର)

Innovative Farming Special Story Matric Fail Farmer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ