Advertisment

ହୋତା ସାର୍‌ଙ୍କ ୬୦ ବର୍ଷର ଲାଇବ୍ରେରୀ; ଯେଉଁ ବହି ଖୋଜିବ, ସବୁ ମିଳିବ

ଚର୍ଚ୍ଚାରେ ହୋତା ସାରଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍

Old library

Old library

Advertisment

ଘର ଭିତରେ ଆଲମାରି ରହିଛି । ଆଉ ଥାକସାରା ଧାଡି ଧାଡି ହୋଇ ବହି ଭର୍ତ୍ତି ହୋଇଛି । ବର୍ଷେ କି ଦୁଇ ବର୍ଷର ନୁହେଁ ବରଂ ବର୍ଷ ବର୍ଷ ଧରି ବହି ଗୁଡିକ ଥାକରେ ସାଉତା ହୋଇ ରହିଛି । ଆଉ ଅନେକ ଦିନ ହେବ ରହିଯିବାରୁ ବହିରେ ପ୍ରବଳ ମାତ୍ରାରେ ଧୂଳି ବି ଜମିଯାଇଛି । ତେବେ ବହି ଗୁଡିକୁ ଏମିତି ସାଇତି ରଖିଛନ୍ତି ଗଂଜାମ ସାନଖେମୁଣ୍ଡିର ଉଦୟ ନାଥ ହୋତା ।

Advertisment

ଏ ଦୃଶ୍ୟ ହେଉଛି ଉଦୟନାଥଙ୍କ ଲାଇବ୍ରେରୀ । ଯେଉଁଠି କାହିଁ କେତେ ବର୍ଷର ବହିକୁ ସାଇତାଯାଇଛି । ଇଏ ଏବେର ନୁହେଁ ବରଂ ୧୯୬୬ ମସିହାରୁ ସଂଗ୍ରହ କରାଯ।ଇଛି । ବିଭିନ୍ନ ଉପାଦେୟ ପୁସ୍ତକ, ଖବରକାଗଜର କଟିଂ ପିସ୍‌କୁ ଧଳା ପେପରରେ ଅଠା ଦ୍ୱାରା ଛପାଇ କରିଛନ୍ତି ହୋତା ସାର୍‌ କରିଛନ୍ତି ନିଜର ଏହି ସଂଗ୍ରହାଳୟ ।

୫୬ ବର୍ଷ ହେଲାଣି ଗୋଟିଏ ପରେ ଗୋଟିଏ ବହିକୁ ସଂଗ୍ରହାଳୟରେ ସାଇତି ରଖିଛନ୍ତି ହୋତା ସାର୍‌ । ଆଉ ଲକ୍ଷ୍ୟ ରଖିଛନ୍ତି ଆଜିର ଯୁବପୀଢିଙ୍କ ପାଖରେ ସବୁ ତଥ୍ୟ ପହଞ୍ଚାଇବାର । ଗାଁରେ ଲୋକଙ୍କ ଜନ୍ମ ଠାରୁ ମୃତ୍ୟୁ, ଘଟଣ ଅଘଟଣା ଠାରୁ ଆରମ୍ଭ କରି ରାଜ୍ୟ, ଦେଶ-ବିଦେଶର ଘଟଣାବଳିକୁ ନିଜ ଦୁଇ ମହଲା କୋଠାରେ ରଖିଛନ୍ତି । ଆଉ ଗାଁର ଲୋକଙ୍କୁ ଯେତେବେଳେ ଯେଉଁ ବିଷୟରେ ଜାଣିବାକୁ ଇଚ୍ଛା ହୁଏ ବାସ୍‌ ହୋତା ସାର୍‌ଙ୍କ ଘରକୁ ସମସ୍ତେ ଦୌଡି ଆସନ୍ତି ଆଉ ତଥ୍ୟ ନେଇ ଘରକୁ ଫେରନ୍ତି।

Advertisment

ଉଦୟ ନାଥ ହୋତା, ସ୍ଥାନୀୟ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ । ପେଶା ସିନା ଶିକ୍ଷକ ହେଲେ ନିଶା ତାଙ୍କର ବହି ସଂଗ୍ରହ ଆଦି । ଆଉ ନିଜର ଇଚ୍ଛା ଶକ୍ତି ବଦଳରେ କରିପାରିଛନ୍ତି ଏହି ସଂଗ୍ରହାଳୟ। ପ୍ରଥମେ ପ୍ରଥମେ ହୋତା ସାର୍‌ଙ୍କ ଏହି କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରୁଥିଲେ ହେଲେ ଆଜି ହୋତା ସାର୍‌ଙ୍କ ଲାଇବ୍ରେରୀରୁ ତଥ୍ୟ ଲାଗି ଲୋକଙ୍କର ଲାଗିଛି ଲମ୍ବା ଲାଇନ୍‌ । ଆଉ ସମସ୍ତଙ୍କ ମନରେ ଗୋଟିଏ କଥା । ଯଦି ତଥ୍ୟ ଦରକାର, ତେବେ ହୋତା ସାର୍‌ଙ୍କ ସଂଗ୍ରହାଳୟକୁ ଆସ ।

(ରିପୋର୍ଟ- ଗଞ୍ଜାମ ଏରେଣ୍ଡ୍ରାରୁ ଜଗନ୍ନାଥ ସାହୁ)

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ