Advertisment

ନଇକୁ ଧରିବାକୁ ଯାଇଥିଲେ ମାଛ, ବଂଶି କଣ୍ଟାରେ ଲାଗିଲା କୃଷ୍ଣମୂର୍ତ୍ତି

ନଇକୁ ଧରିବାକୁ ଯାଇଥିଲେ ମାଛ। ହେଲେ ମାଛ ପଡ଼ିବା ବଦଳରେ ପଡ଼ିଲା ୨ ହାତର କୃଷ୍ଣ ମୂର୍ତ୍ତି। ଖବର ଜଣାପଡ଼ିବା ପରେ ଗାଁରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ..ଦେଖନ୍ତୁ ସେହି ଦୃଶ୍ୟ

ଅଦ୍ୟତନ ହୋଇଛି
Sculpture Of Lord Krishna

Sculpture Of Lord Krishna

Advertisment

ମାଛ ଧରିବାକୁ ନଈକୁ ଯାଇଥିଲେ, ପାଇଲେ କୃଷ୍ଣ ମୂର୍ତ୍ତି। ବଂଶି କଂଟାରେ ମାଛ ଧରିବେ କଣ ବରଂ ଦେଢ ଫୁଟିଆ କୃଷ୍ଣ ମୂର୍ତ୍ତି ନେଇ ଘରକୁ ଫେରିଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଶ୍ରୀବନ୍ତପୁର ଅଞ୍ଚଳରେ। ଉଦ୍ଧାର ହୋଇଥିବା ପ୍ରତିମୂର୍ତ୍ତୀର ଉଚ୍ଚତା ପାଖାପାଖି ଦେଢ଼ ଫୁଟ ହେବ।

Advertisment

ସୂଚନା ଅନୁସାରେ, ଶ୍ରୀବନ୍ତପୁର ଅଞ୍ଚଳର ଜଣେ ବ୍ୟକ୍ତି ଖରସ୍ରୋତା ନଦୀରେ କଣ୍ଟା ପକାଇ ମାଛ ଧରୁଥିବା ସମୟରେ କଣ୍ଟାରେ ଏକ ଓଜନିଆ ଜିନିଷ ଲାଗିଥିଲା। ତେବେ ବଡ଼ ମାଛ କଣ୍ଟାରେ ଲାଗିଥିବା ଅନୁମାନ କରି ସେ ପାଣିରେ ବୁଡି ଦେଖିବାରୁ ଏହା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତିମୂର୍ତ୍ତି ବୋଲି ଜଣାପଡିଥିଲା। ପରେ ପାଣିରୁ ଏଇ ମୂର୍ତ୍ତିକୁ ଉଦ୍ଧାର କରାଯାଇଥିଲା।

ଏହା ଏକ ମୁଗୁନି ପଥର ମୂର୍ତ୍ତି ହୋଇଥିବା ବେଳେ ଏହାର ଉଚ୍ଚତା ପାଖାପାଖି ଦେଢ଼ ଫୁଟ ହେବ। ମୂର୍ତ୍ତିଟିକୁ ଉଦ୍ଧାର କରାଯିବା ପରେ ତାହାକୁ ଶ୍ରୀବନ୍ତପୁର ଗ୍ରାମର ଠାକୁର ଘରେ ରଖାଯାଇଛି। ତେବେ ଭଗବାନ ଶ୍ରୀକୃଷ୍ଣଙ୍କର ଏତେ ସୁନ୍ଦର ପ୍ରତିମୂର୍ତ୍ତି ନଦୀ ଗର୍ଭକୁ କିପରି ଆସିଲା, ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment

ରିପୋର୍ଟର- ଜନ୍ମେଜୟ ଦାସ

Special Story Sculpture Of Lord Krishna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ