Advertisment

ପୁଅ ହେବ ତ ଏମିତି; ବାପାଙ୍କ ସ୍ମୃତିରେ ତିଆରି କଲେ ପାର୍କ

ପୁଅ ହେବ ତ ଏମିତି। ଗାଁ ଲୋକଙ୍କ ପାଇଁ ପାର୍କ କରିବାକୁ ସ୍ୱପ୍ନ ଦେଖିଥିଲେ ବାପା। କିନ୍ତୁ ଅକାଳରେ ଜୀବନ ଚାଲିଯିବା ପରେ ବାପାଙ୍କ ସ୍ୱପ୍ନକୁ ପୂରଣ କଲେ ପୁଅ। ନିଜ ହାତରୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗାଁରେ ତିଆରି କରିଦେଲେ ସୁନ୍ଦର ପାର୍କ। ଏବେ ପିଲାଠୁ ବୁଢା ସମସ୍ତେ ଏଇ ପାର୍କରେ ବସି ନେଉଛନ୍ତି ମଜା ।

Man Fulfils Father’s Last Wish

Man Fulfils Father’s Last Wish

Advertisment

ଆକାଶ ମାର୍ଗରୁ ସୁନ୍ଦର ଦିଶୁଛି ପାର୍କ । ପିଲାମାନେ ଦୋଳି ଖେଳୁଛନ୍ତି, ବଡ଼ମାନେ ମର୍ଣ୍ଣିଂ ୱାର୍କରେ ବ୍ୟସ୍ତ ଅଛନ୍ତି । ଆଉ ପାର୍କର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି ସୁନ୍ଦର ସୁନ୍ଦର ଫୁଲଗଛ । ଆଉ ପାର୍କ ତିଆରି ପଛର କାହାଣୀ ଜାଣିଲେ ଆପଣ ବି କହିବେ ପୁଅ ହେବ ତ ଏମିତି ।

Advertisment

ରପାର୍କରେ ତିଆରି ହୋଇଛି ଏକ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ପଛରେ ଲୁଚି ରହିଛି ଏକ କାହାଣୀ । ଆଉ ସେଇ କାହାଣୀ ହେଉଛି ବାପାଙ୍କ ସ୍ୱପ୍ନର । ବାପାଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପରେ ପାର୍କର ଶୁଭ ଉଦଘାଟନ କରାଯାଇଛି । କିନ୍ତୁ ଦୁଃଖର କଥା ବାପାଙ୍କ ସ୍ୱପ୍ନ ପୂରଣ ହେଲେ ବେଳକୁ ବାପା କିନ୍ତୁ ଏ ଦୁନିଆରେ ନାହାନ୍ତି । ଆଉ ବାପାଙ୍କ ସ୍ମୃତି ଓ ସ୍ୱପ୍ନ ପାଇଁ ତିଆରି ହୋଇଛି ଏହି ପାର୍କ ।

ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ସରଖିଆ ଗାଁରେ ନିର୍ମାଣ ହୋଇଛି ଏହି ପାର୍କ। ବାପା ଜୟନ୍ତ ମିଶ୍ର ବଞ୍ଚି ଥିବା ସମୟରେ ତାଙ୍କ ପୈତୃକ ଜାଗାରେ ଏକ ଗ୍ରାମୀଣ ଉଦ୍ୟାନ କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଆଜିକୁ ଠିକ ବର୍ଷ ତଳେ ହଠାତ ତାଙ୍କର ଅକାଳ ବିୟୋଗ ଘଟିଥିଲା । ଆଉ ବାପାଙ୍କ ସେହି ସ୍ୱପ୍ନ ଆଉ ସ୍ମୃତିକୁ ବଞ୍ଚାଇ ରଖିବାକୁ ତାଙ୍କର ଏକମାତ୍ର ପୁଅ ସଞ୍ଜିବ ମିଶ୍ର ପାର୍କ ତିଆରି କରି ଦେଖାଇଛନ୍ତି । ଆଉ ପାର୍କ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସଞ୍ଜିବ।

Advertisment

ଜୟନ୍ତ ମିଶ୍ର ବ୍ୟାଙ୍କରେ ଚାକିରି କରିଥିଲେ। ହେଲେ ଗାଁ ଲୋକଙ୍କ ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ । ଆଉ ସେଇ ସ୍ୱପ୍ନକୁ ସାକାର କରିବାକୁ ଯାଇ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କ ତିଆରି କରିଛନ୍ତି ପୁଅ। ପାର୍କରେ ପିଲାଙ୍କ ପାଇଁ ଅନେକ ପ୍ରକାର ଦୋଳି ଲାଗିଥିବା ବେଳେ ସେଲଫି ପଏଣ୍ଟ ବି ରହିଛି। ଯାହା ଯୁବ ପୀଢିଙ୍କୁ ବେଶ୍‌ ଆକର୍ଷିତ କରୁଛି।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନୀତା ଏଠାକୁ ଆସି ସେଲଫି ନେବା ସହ ଅତ୍ୟାଧୁନିକ ପାର୍କର ମଜା ଉଠାଉଛନ୍ତି। ଆଗକୁ ଏହି ଗ୍ରାମୀଣ ଉଦ୍ୟାନର ଆହୁରି ସୌନ୍ଦର୍ଯ୍ୟ କରଣ କରାଯିବା ସହିତ ପିଲାଙ୍କ ଅବସର ବିନୋଦନ ପାଇଁ ନୁଆ ନୁଆ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୁଅ ସଞ୍ଜିବ। ତେବେ ବାପାଙ୍କ ସ୍ମୃତିକୁ ସାଇତି ରଖିବାକୁ ପୁଅ ସଞ୍ଜିବ ମିଶ୍ରଙ୍କ ଏଭଳି ପଦକ୍ଷେପ ଆଜିର ଯୁବ ସମାଜ ପାଇଁ ନିଶ୍ଚୟ ପ୍ରେରଣା ଦେବ ।

Advertisment

ରିପୋର୍ଟର- ରାଜଶ୍ରୀ ଶତପଥୀ

Special Story Man Fulfils Father’s Last Wish Builds Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ