Advertisment

ବାଘ ପାଇଁ ଗାଁରେ ପଡ଼ିଛି ତାଟିକବାଟ ! ଡରି ଡରି ବଞ୍ଚୁଛନ୍ତି ଲୋକେ

ବାରମ୍ବାର ଗୃହପାଳିତ ପଶୁଙ୍କୁ ମାରି ଖାଉଥିବାରୁ ଚିନ୍ତାରେ ଗାଁ ଲୋକ।

ଅଦ୍ୟତନ ହୋଇଛି
Special story

Special story

Advertisment

ଗାଁରେ ବୁଲୁଛି କଲରାପତରିଆ ବାଘ । ଅଧ ରାତିରେ ଗାଁରେ ପଶୁଛି...ଯାହାକୁ ଦେଖୁଛି ତାକୁ ଘୋଷାଡ଼ି ଆଣି ଖାଉଛି । କେତେବେଳେ ବଳଦ ତ କେତେବେଳେ ମେଣ୍ଢାକୁ ଟାଣି ନେଉଛି ବାଘ । ଆଉ ବାଘ ବୁଲୁଛି ବୋଲି ଭୟରେ ଥରହର ଲୋକ । କାରଣ ମଣିଷ ଉପରେ ମଧ୍ୟ କୌଣସି ସମୟରେ ଆକ୍ରମଣ କରିପାରେ ଚିନ୍ତା କରି ଭୟରେ ପଦାକୁ ଆସୁନାହାନ୍ତି ଲୋକ। ଏମିତିକି ସଂଧ୍ୟା ପୂର୍ବରୁ ଗାଁରେ ପଡୁଛି ତାଟିକବାଟ । ନୂଆପଡ଼ା କୋମନା ବ୍ଲକ୍‌ରରେ ଏଭଳି ଘଟଣା ଘଟିଛି ।

Advertisment

ବାଘ ଗାଁକୁ ଆସୁଥିବାର ଖବର ପାଇବା ପରେ ଏବେ ସମସ୍ତେ ଡରି ଡରି ବଂଚୁଛନ୍ତି। କେତେବେଳେ କାହା ଘରେ ଯଦି ବାଘ ପଶିଲା ତେବେ କଥା ସରିଲା । ଗାଁ ଲୋକଙ୍କ କହିବା ଅନୁସାରେ ଗତ ୧୬ ତାରଖର ଗାଁ ଭିତରକୁ ପଶିଆସିଥିଲା ବାଘ। ଖାଲି ଆସିଥିଲା ତାହା ନୁହେଁ ବରଂ ଗୋଟିଏ ବଳଦକୁ ମାରିଥିଲା । ଠିକ୍‌ ତା’ପରଦିନ ପୁଣି ଗୋଟିଏ ମେଣ୍ଢାକୁ ମାରି ନେଇ ଯାଇଥିଲା । ବାରମ୍ବାର ଏମିତି ଗୃହପାଳିତ ପଶୁଙ୍କୁ ମାରି ଖାଉଥିବାରୁ ଚିନ୍ତାରେ ଗାଁ ଲୋକ।

ସେପଟେ ବାଘ ଖବର ପାଇବା ପରେ ରାତିରେ ଗାଁ ଭିତରେ ଲୋକଙ୍କୁ ସଚେତନ କରୁଛି ବନବିଭାଗ। ଖାଲି ସଚେତନ କରୁଛି ତାହା ନୁହେଁ ବରଂ ରାତିରେ ଘରୁ ନବାହାରିବା ପାଇଁ ପରାମର୍ଶ ବି ଦିଆଯାଉଛି । ଏହାସହ ଲୋକଙ୍କୁ ଏବେ ଜଙ୍ଗଲ ଯିବାକୁ ମନା କରାଯାଇଥିବା ବେଳେ ଗାଈଗୋରୁଙ୍କ ପ୍ରତି ଦୃଷ୍ଟି ଦେବାକୁ ଲୋକଙ୍କୁ ଅନୁରୋଧ କରୁଛି ବନବିଭାଗ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ନୁହେଁ ବରଂ ପୂର୍ବରୁ ବି ଏଇ ଇଲାକାରେ ବାଘ ଦେଖାଦେଇଛି । ହେଲେ ବାଘ ଘଉଡାଇବାକୁ ସେମିତି କୌଣସି ବଡ଼ ପଦକ୍ଷେପ ବନବିଭାଗ ନେଉନାହିଁ ବରଂ କେବଳ କ୍ୟାମେରା ଲଗାଇ ଚୁପ୍‌ ବସିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ତେବେ ବାଘକୁ ଧରିବାକୁ ଜୋରଦାର ପ୍ରୟାସ କରୁଛି ବନବିଭାଗ ।

(ରିପୋର୍ଟ -ମାୟାଧର ସରାଫ, ନୂଆପଡା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ