Advertisment

ଏନଏଚ କଡରେ ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର : ବିପଦଜନକ ସ୍ଥିତିରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା

ସକାଳ ହେଲେ କୁନି କୁନି ପିଲା ଭବିଷ୍ୟତ ଗଢ଼ିବାକୁ ଏଠାକୁ ଆସୁଛନ୍ତି। ହେଲେ ଏ ଅଙ୍ଗନୱାଡ଼ି କେନ୍ଦ୍ର ସୁରକ୍ଷିତ ନୁହେଁ। ନିଇତି ଏହାର ଆଖପାଖରେ ଘଟୁଛି ବଡ଼ ବଡ଼ ଦୁର୍ଘଟଣା। ଯେହାକୁ ନେଇ ଭୟଭିତ ପିଲା, ଚିନ୍ତାରେ ଅଭିଭାବକ...

Special story

Special story

Advertisment

ବାଜିରେ ଲାଗିଛି କୁନି ପିଲାଙ୍କ ଜୀବନ। ନିଇତି ରାସ୍ତା ପାର ହେଉଛନ୍ତି ଅଙ୍ଗନବାଡିକୁ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ। ଏନଏଚ-୪୯ ଓ ଏନଏଚ-୨୦କୁ ସଂଯୋଗ କରୁଥିବା ବାଇପାସ ରାସ୍ତା କଡରେ ଥିବା କେନ୍ଦୁଝର ପୌରପଳିକା ସଠୀଘର ସାହି ଅଙ୍ଗନବାଡି କେନ୍ଦ୍ରକୁ ପ୍ରତିଦିନ ସକାଳୁ କୁନି ପିଲାମାନେ ଭବିଷ୍ୟତ ଗଢ଼ିବାକୁ ଆସୁଛନ୍ତି। ହେଲେ ସେହି ରାସ୍ତାରେ ହଜାର ହଜାର ଆଇରନ ଟ୍ରକ ଓ ବଡ ବଡ ଟ୍ରଲର ଯିବା ଆସିବା କରୁଥିବାରୁ ଅସୁରକ୍ଷିତ ପିଲାମାନେ।

Advertisment

ବିପଦଜନକ ସ୍ଥିତିରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା । ରାସ୍ତାଟି ଗଡାଣିଆ ହୋଇଥିବାରୁ ଅନେକ ସମୟରେ ଗାଡିର ବ୍ରେକ ଫେଲ ହୋଇ ଘର ଉପରକୁ ମାଡି ଯାଉଥିବା ଅନେକ ନଜିର ରହିଛି । କିଛି ଦିନ ପୂର୍ବରୁ ତଅଙ୍ଗନୱାଡି କେନ୍ଦ୍ର ପଛ ପଟେ ଏକ ଲୁହା ପ୍ଲେଟ ବୋଝେଇ ଟ୍ରକ ଓଲଟି ଥିଲା । ଅଙ୍ଗନୱାଡି କେନ୍ଦ୍ର ପାଖ ରାସ୍ତାରେ ଅନେକ ଗାଡି ଯିବା ଆସିବା କରୁଥିବାରୁ ଧୂଳି ଧୂଆଁ ପିଲାଙ୍କ ଖାଦ୍ୟରେ ମିଶୁଛି । ଅନେକ ସମସ୍ୟାରେ ଘାଣ୍ଟି ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନ୍ତାନର କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି।

ସଠୀଘର ସାହି ଅଙ୍ଗନବାଡି କେନ୍ଦ୍ରକୁ ଦେଖିଲେ ଜଣାପଡେ, ସତେ ଯେମିତି ଏଠାକାର କୁନି ପିଲାଙ୍କ ଜୀବନ ପ୍ରତି ଥିବା ବିପଦକୁ ଆଖି ବୁଜି ଦେଇଛି ପ୍ରଶାସନ। ତେବେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ କହିଛନ୍ତି ଆମ ଜାଣତରେ ଏହା ଅଛି। ଖୁବ ଶୀଘ୍ର ଏ ଅଙ୍ଗନବାଡି କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ।

Advertisment

ଗୋଟେ ପଟେ ପିଲାଙ୍କ ଜୀବନ ବିପଦରେ ଥିବା ବେଳେ ସବୁ ଜାଣି ନ ଜାଣିବାର ଅଭିନୟ କରୁଛି ପ୍ରଶାସନ। ଭବବାନ କରନ୍ତୁ ଏଠି ସେମିତି କିଛି ଦୁର୍ଘଟଣା ନ ଘଟୁ।

କେନ୍ଦୁଝରରୁ ପ୍ରଣୟ କୁମାର ପାଣିଙ୍କ ରିପୋର୍ଟ

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ