Advertisment

ପୁଅର ବ୍ରତଘରେ ମାଆକୁ ପୂରାଇ ଦେଲେନି ଶାଶୂଘର ଲୋକ..

ବେଦୀ ଉପରେ ପୁଅର ବ୍ରତଘର ଚାଲିଛି, ପର ଦୁଆରେ ଭୋ ଭୋ ହୋଇ ମାଆ କାନ୍ଦୁଛି। ବ୍ରତଘର କାର୍ଯ୍ୟକ୍ରମରେ ସାମିଲ ହେବାକୁ ମାଆକୁ ମନା କଲେ ଶାଶୂଘର ଲୋକ..ବିକଳରେ ପରପିଣ୍ଡାରେ ଭୋ ଭୋ ହୋଇ କାନ୍ଦୁଛି ମାଆ..ଦେଖନ୍ତୁ ଏହି ଛାତିଫଟା ଦୃଶ୍ୟ..

ଅଦ୍ୟତନ ହୋଇଛି
Woman Denied Entry To In-Law's House

Woman Denied Entry To In-Law's House

Advertisment

ଏ ପିଣ୍ଡାରେ ବସିଥିବା ମହିଳା ଜଣଙ୍କୁ ଟିକିଏ ଭଲରେ ଦେଖନ୍ତୁ। ଦୁଃଖରେ କାନ୍ଦୁଛନ୍ତି, ଶାଶୂ ଘରକୁ ଯିବାକୁ କାକୁତିମୀନିତି ହେଉଛନ୍ତି। ହେଲେ ୟାଙ୍କର ଦୁଃଖ କେହି ଶୁଣୁନାହନ୍ତି। ଗୋଟିଏ ପଟେ ପୁଅର ବ୍ରତଘର ଚାଲିଛି, ଏପଟେ ମାଆ ପର ପିଣ୍ଡାରେ ବସି ଭୋ ଭୋ କାନ୍ଦୁଛି।

Advertisment

ଏମିତି ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଷ ଥାନା ଅନ୍ତର୍ଗତ ବେଲରପା ଗାଁରୁ। ନିଜ ପୁଅର ବ୍ରତଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଡ଼ି ବସିଥିବା ଜଣେ ମହିଳାଙ୍କୁ ଘର ଭିତରକୁ ପ୍ରବେଶ ଅନୁମତି ଦେଇନାହାନ୍ତି ଶାଶୂଘର ଲୋକ। ୨୦ ବର୍ଷ ତଳେ ଏହି ଗାଁର ଚିତ ରଂଜନ ତିୱାରିଙ୍କ ବିବାହ ଅସୁରେଶ୍ୱର ଅଞ୍ଚଳର ଅପରାଜିତା ତିୱାରିଙ୍କ ସହିତ ହୋଇଥିଲା। ତେବେ ବିବାହ ପରେ ସ୍ୱାମୀ-ସ୍ତ୍ରୀ ଙ୍କ ଭିତରେ କଳିଝଗଡ଼ା ହେଉଥିଲା ।

ଉଭୟଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ବି ଅଛନ୍ତି। ତେବେ ଗତ ସେପ୍ଟେମ୍ବର ୬ ତାରିଖରେ ଅପରାଜିତା ନିଜ ବାପାଙ୍କ ଘରକୁ ଚାଲି ଯାଇଥିଲେ। ଏବେ ପୁଅର ବ୍ରତ ଘର କାର୍ଯ୍ୟରେ ଯୋଗ ଦେବା ପାଇଁ ଅପରାଜିତା ନିଜ ସ୍ୱାମୀଙ୍କ ଘରକୁ ଆସିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଅପରାଜିତାଙ୍କୁ ଘରେ ପୁରାଇ ଦେଇ ନଥିଲେ। ଯାହାକୁ ବିରୋଧ କରି ଅପରାଜିତା ଶାଶୂଘର ଦୁଆର ମୁହଁରେ ବସି ରହିଥିଲେ। ଏହାସହ ସ୍ୱାମୀଙ୍କ ପରକ୍ରୀୟା ପ୍ରୀତି ରହିଥିବା ଅଭିଯୋଗ ଆଣିଛନ୍ତି ଅପରାଜିତା ।

Advertisment

ଅପରାଜିତା ତାଙ୍କ ଯାଆ, ନଣନ୍ଦ, ଶାଶୁ, ଝିଅ ଓ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ଏମିତିକି ସ୍ୱାମୀଙ୍କୁ ପରକୀୟ ପ୍ରୀତି ରହିଥିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅପରାଜିତା। ଅନ୍ୟ ପକ୍ଷରେ ଅପରାଜିତାଙ୍କ ସ୍ୱାମୀ ଚିତରଞ୍ଜନ କହିଛନ୍ତି ମାମଲା କୋର୍ଟ ରେ ବିଚାରାଧୀନ ରହିଛି ।

ରିପୋର୍ଟର- ମନୋଜ ସ୍ୱାଇଁ

Special Story Woman Denied Entry To In-Law's House
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ