Advertisment

ମଣିଷ ପ୍ରେମରେ ପାଗଳ ଘୋଡ଼ା; ଆମ୍ବୁଲାନ୍ସ ପଛରେ ଧାଇଁଲା ୫ କି.ମି

ଏମିତି ନିଜ ସାଥୀର ଦେହ ଖରାପ ହୋଇଗଲେ ସେମାନଙ୍କ ପାଖ ଛାଡ଼ି ଯିବାକୁ ଟିକିଏ ବି ଇଚ୍ଛା କରନ୍ତିନି ପଶୁ । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଭିଡ଼ିଓ ।

Horse Gallops For 5 Miles

Horse Gallops For 5 Miles

Advertisment

ପଶୁ ହେଲେ ବି ସେମାନଙ୍କ ମନରେ ରହିଛି ଅତୁଟ ଭଲପାଇବା, ସ୍ନେହ ଆଉ ଶ୍ରଦ୍ଧା। ମଣିଷ ପରି ସେମାନଙ୍କ ମନରେ ବି ରହିଥାଏ ଅନେକ ଭାବନା। ଯେମିତି ଆମ ଘରେ କାହାର ଦେହ ଖରାପ ହୋଇଗଲେ ଆମେ ଚିନ୍ତିତ ହୋଇ ପଡ଼ନ୍ତି, ଇତସ୍ତତ ହୋଇ ଦୌଡ଼ିବାରେ ଲାଗନ୍ତି। ଠିକ୍‌ ସେମିତି ପଶୁଙ୍କ କ୍ଷେତ୍ରରେ ମଧ୍ୟ ହୋଇଥାଏ।

Advertisment

ଏମିତି ନିଜ ସାଥୀର ଦେହ ଖରାପ ହୋଇଗଲେ ସେମାନଙ୍କ ପାଖ ଛାଡ଼ି ଯିବାକୁ ଟିକିଏ ବି ଇଚ୍ଛା କରନ୍ତିନି ପଶୁ । ଯାହାର ଜ୍ୱଳନ୍ତ ଉଦାହରଣ ଏହି ଭିଡ଼ିଓ । ଭିଡିଓରେ ଦେଖିବାକୁ ମିଳିଛି, କେମିତି ଆମ୍ବୁଲାନ୍ସ ପଛରେ ସାଏଁ ସାଏଁ ଧାଉଁଛି ଘୋଡ଼ା। ହୁଏତ ଏହି ଭିଡ଼ିଓରୁ ଆପଣ କିଛି ବିଝିପାରୁନଥିବେ। ଆଉ ମନରେ ପ୍ରଶ୍ନ ଆସୁଥିବ ଏ ଘୋଡା କାହିଁକି ଦଉଡ଼ୁଛି। ଆଉ ଆପଣ ଯେତେବେଳେ ଜାଣିବେ ଘୋଡ଼ା ଦଉଡିବାର କାରଣ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ।

କାରଣ ଏଇ ଆମ୍ବୁଲାନ୍ସରେ ତାର ଅସୁସ୍ଥ ଭଉଣୀଙ୍କୁ ପ୍ରାଣୀ ଚିକିତ୍ସାଳୟ ନିଆଯାଉଛି। ତେଣୁ ତାର ମନ ମାନୁନି। କିଏ, କେଉଁ ଆଡ଼େ ତାର ଭଉଣୀଙ୍କୁ ନେଇଯିବ ସେଇ ସନ୍ଦେହରେ ଏମିତି ପାଗଳଙ୍କ ପରି ଦଉଡୁଛି ଘୋଡ଼ା। ଘୋଡ଼ା ଦଉଡ଼ିବାର ଏଇ ଭିଡ଼ିଓକୁ ନିଜ ଟ୍ୱିଟର ପେଜ୍‌ରେ ସେୟାର କରିଛନ୍ତି ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା । କ୍ୟାପସନରେ ଲେଖିଛନ୍ତି – ଉଦୟପୁରର ପ୍ରାଣୀ ଚିକିତ୍ସାଳୟକୁ ନିଆଯିବାବେଳେ ଏହି ଘୋଡା ଆମ୍ବୁଲାନ୍ସରେ ଥିବା ତାର ଅସୁସ୍ଥ ଭଉଣୀ ପଛରେ ଧାଇଁ ଚାଲିଥିଲା। ସୁସ୍ଥ ନହେବା ପର୍ଯ୍ୟନ୍ତ ଡାକ୍ତରଖାନାରେ ଅସୁସ୍ଥ ଭଉଣୀକୁ ‌ସେମିତି ଜଗି ରହିଥିଲା ଭାଇ।

Advertisment

ତେବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ ହେବା ପରେ ଏପର୍ଯ୍ୟନ୍ତ ୧୭୯.୨ହଜାର ଲୋକ ଦେଖି ସାରିଲେଣି । ୟୁଜର୍ସ ମାନେ କମେଣ୍ଟ ଦେଉଛନ୍ତି କି ମଣିଷ ଅପେକ୍ଷା ପଶୁଙ୍କ ମଧ୍ୟରେ ରହିଛି ଅଧିକ ଭଲପାଇବା। ମିଳିଥିବା ସୂଚନା ଅନୁସାରେ, ଏହି ଘୋଡ଼ାଟି ପାଖାପାଖି ୫ କିମି ଦଉଡ଼ି ମେଡ଼ିକାଲରେ ପହଞ୍ଚିଥିଲା। ଭଉଣୀର ଚିକିତ୍ସା ସମାପ୍ତ ହେବା ପର୍ଯ୍ୟନ୍ତ ସେ ଜଗିରହିଥିଲା। ସେ ଯାହା ବି ହେଉ ପଶୁ ହେଲେ ମଧ୍ୟ ନିଜ ମନରେ ଥିବା ଭଲପାଇବାକୁ ସେ ପୂରା ଦୁନିଆକୁ ଦେଖାଇ ପାରିଛି ।

Special Story Horse Gallops For 5 Miles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ