Monkey Give Birth
ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ମାଙ୍କଡ଼, ପେଟରୁ ମୃତ ଶିଶୁକୁ ବାହାର କରି ଗର୍ଭ ଯନ୍ତ୍ରଣା ଦୂର କଲେ ପୋଲିସ କର୍ମଚାରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହାର ଭିଡ଼ିଓ । ଏକ ନାଳ ପାଖରେ ମାଙ୍କଡ଼ଟି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଛି । ଆଉ ସେତିକି ବେଳେ ଏଇ ପୋଲିସ କର୍ମଚାରୀ ଜଣକ ତା ପାଖକୁ ଯାଉଛନ୍ତି, ଆଉ ତାର ଯନ୍ତ୍ରଣାକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି।
ଯନ୍ତ୍ରଣା ଏତେ ଅଧିକ ଥିଲା ଯେ, ପୋଲିସ କର୍ମଚାରୀ ତା ପାଖକୁ ଯେତେବେଳେ ଗଲେ ସେତେବେଳେ ସିଏ ପୂରା ଧୀର ସ୍ଥିର ହୋଇ ବସିରହିଥିଲା। ପୋଲିସ କର୍ମଚାରୀ ଜଣକ ଏକ ବାଣୀ ଅଖା ସାହାଯ୍ୟରେ ତାର ପିଲାକୁ ଜନ୍ମ କରାଇଥିଲେ। ଆଉ ମହତ କାମରେ ପୋଲିସ କର୍ମଚାରୀଙ୍କୁ ଜଣେ ସାଧାରଣ ଲୋକ ସାହାଯ୍ୟ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।
ଉତ୍ତରପ୍ରଦେଶର ଏହି ପୋଲିସ କର୍ମଚାରୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା। ଘଟଣାଟି ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ସାମ୍ନାକୁ ଆସିଛି। ଫତେହପୁର ପୁଲିସ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ଘଟଣାର ଭିଡିଓ ପୋଷ୍ଟ କରିଛି। ଆଉ ଏହି ଭିଡ଼ିଓରେ ଆପଣ ଦେଖିପାରିରେ କେମିତି ପ୍ରଥମେ ପୋଲିସ ମାଙ୍କଡ଼ ପାଖକୁ ଯାଉଛି, ପରେ ପେଟରୁ ଛୁଆକୁ ଜନ୍ମ କରାଉଛନ୍ତି। ତେବେ ଏପରି ମହତ କାମ କରିଥିବା ପୋଲିସ ଅଧିକାରୀ ଜଣକ ହେଉଛନ୍ତି ବିନୋଦ।
ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ସବୁଆଡ଼େ ଏହି ପୋଲିସ କର୍ମଚାରୀଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି। ଫତେହପୁର ପୁଲିସ ସେୟାର କରିଥିବା ଭିଡିଓ ଅନୁଯାୟୀ, ଫତେହପୁରର ଖାଗାରେ ଏକ ମାଙ୍କଡ଼ର ଗର୍ଭରେ ମୃତ ଶିଶୁ ଅଟକି ଯାଇଥିଲା। ଏହି କାରଣରୁ ମାଙ୍କଡ଼ ବହୁତ ଯନ୍ତ୍ରଣା ଭୋଗୁଥିଲା। ଡ୍ରେନ୍ ପାଖରେ ବସି ମାଙ୍କଡ଼ ଯନ୍ତ୍ରଣା ଭୋଗୁଥିବା ଦେଖିବା ପରେ ଫତେହପୁରର ଖଗା ପୁଲିସ ଷ୍ଟେସନରେ କନଷ୍ଟେବଳ ଭାବରେ ପୋଷ୍ଟ ହୋଇଥିବା ବିନୋଦ କୁମାର ନିଜେ ମୃତ ସନ୍ତାନକୁ ମାଙ୍କଡ଼ର ଗର୍ଭରୁ ବାହାର କରି ମାଙ୍କଡ଼କୁ ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ତାର ଜୀବନ ରକ୍ଷା କରିଥିଲେ। ସେ ଯାହା ବି ହେଉ, ଏହି ଭିଡ଼ିଓ ଦେଖିଲେ ଆପଣ ବି ଏ ପୋଲିସ କର୍ମଚାରୀଙ୍କୁ ପ୍ରଶଂସା ନକରି ରହିପରିବେନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650388979.jpg)