Advertisment

ମୁଣ୍ତ ଉପରୁ ଉଠିଗଲା ବାପା ମା'ଙ୍କ ହାତ; କ୍ଲବ ଘରେ ଦିନ କାଟୁଛନ୍ତି ୪ ଅନାଥ

ଯକ୍ଷ୍ମାରେ ବାପା ଚାଲିଗଲେ, ମାଆ ପାଗେଳି ହୋଇ ଘର ଛାଡ଼ିଦେଲେ। ନିଆଁ ଲାଗି ସେ ଘର ବି ପୋଡ଼ିଗଲା। ଏବେ କ୍ଲବ୍‌ ଘରେ ପଥର ରଖି ରୋଷେଇ କରି ଖାଉଛନ୍ତି ୪ ଅନାଥ ଶିଶୁ। ଗାଁ ଲୋକଙ୍କ ସାହା ଭରଷାରେ ଗଣ୍ଡାଏ କେତେବେଳେ ମିଳୁଛି ତ କେତେବେଳେ ମିଳୁନି। ପାଠ ପଢିବା ପାଇଁ ଇଚ୍ଛା ଥିଲେ ବି ଅର୍ଥ ସାଜିଛି ବାଧକ

Orphans Child

Orphans Child

Advertisment

ବାପା ନାହାନ୍ତି କି ମାଆ ନାହାନ୍ତି । ଭୋକ ଉପାସରେ ରହୁଛନ୍ତି ଏଇ ୪ ଅନାଥ ପିଲା । ବୟସ ଏମାନଙ୍କର ଏତେ କମ୍‌ ଯେ, ରୋଷେଇ କରି ଖାଇବା ମଧ୍ୟ କଷ୍ଟ । ପଥର ରଖି ଚୁଲି ଲଗାଉଛନ୍ତି ପିଲା। ସେ ପୁଣି କେତେବେଳେ ଜଳୁଛି ଆଉ କେତେବେଳେ ଲିଭିଯାଉଛି । ପୁଣି ଜାଳ ସଂଗ୍ରହର ବି ଚିନ୍ତା ଏମାନଙ୍କୁ ଘାରିଛି ।

Advertisment

ଏପରି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ ନିଶ୍ଚୟ । ଘର ନାହିଁ କି ଦୁଆର ନାହିଁ, କ୍ଲବ୍‌ ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ଚାରି କୁନି ପିଲା। ମୟୁରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକର ମକୁନା ଗ୍ରାମରେ କ୍ଳବ ଘରେ ରହୁଛନ୍ତି ୪ ଅନାଥ ଛୁଆ । ବାପା ଅଜଣା ରୋଗରେ ଆଖି ବୁଜିବା ପରେ ମାଆ ବାପାଙ୍କୁ ଝୁରି ଛୁରି କେଉଁ ଆଡ଼େ ପଳାଇଛନ୍ତି ଯେ, ଆଜି ପର୍ଯ୍ୟନ୍ତ ପିଲାଙ୍କ ପାଖକୁ ଫେରିଲେ ନାହିଁ। ଆଉ ମାଆର ଫେରିବା ବାଟକୁ ଏମିତି ଚାହିଁ ବସିଛନ୍ତି ଏଇ କୁନି ପିଲା ।

ପିତା ଲେମ୍ବୁ ମୁଣ୍ଡା ଏବଂ ମାଆ ପାର୍ବତୀ ମୁଣ୍ଡାଙ୍କ ତେଲଲୁଣ ଦୁନିଆ ଖୁବ ସୁନ୍ଦର ଭାବେ କଟୁଥିଲା । ଗ୍ରାମର ବଳଦ ଗୋଠ ଚୋରାଇ ପରିବାର ଚଳାଉଥିଲେ ଲେମ୍ବୁ । କିନ୍ତୁ ରୋଗରେ ପଡ଼ି ଚାଲିଯିବା ପରେ ପୂରା ପରିବାର ଏବେ ଛାରଖାର ହୋଇଯାଇଛି । ବାପା-ମାଆ ନଥିବାରୁ ପେଟରେ ଦୁଇମୁଠା ଦାନା ପାଇଁ ଦୁଇ ଭାଇ ଦୁଇ ଭଉଣୀ ସ୍କୁଲ ଯିବା ବନ୍ଦ କରିଦେଇ ଏବେ ଗ୍ରାମର ବଳଦ ଚୋରାଉଛନ୍ତି ।

Advertisment

ବାପା-ମା ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡିଏ ନଡ଼ାଛପର ଘର ତୋଳିଥିଲେ, ତାହା ଗତ ବି ଗତ ୧୦ଦିନ ପୂର୍ବରୁ ରୋଷେଇ କରୁଥିବା ସମୟରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡିଯାଇଛି । ନିଆଁର ମାତ୍ରା ଏତେ ଜୋରରେ ଥିଲା ଯେ ଘରେ ଥିବା ସମସ୍ତ ଆସବାପତ୍ର ସହିତ ଘରଟି ସଂପୂର୍ଣ୍ଣ ପାଉଁଶ ଗଦାରେ ପରିଣତ ହୋଇଯାଇଛି ।

ଆଉ ପିଲାଙ୍କ ଏମିତି କଷ୍ଟ ଦେଖି ଗାଁରେ ଥିବା କ୍ଲବ୍‌ ଘରେ ପିଲାଙ୍କୁ ରହିବା ବ୍ୟବସ୍ଥା କରିଦେଇଛନ୍ତି ଗାଁ ଲୋକେ। ହେଲେ ଖାଇବେ କଣ ଆଉ କେତେ ଦିନ ଏଇ ଘରେ ରହିବେ ତାହା ଏମାନେ ନିଜେ ବି ଜାଣିନାହାନ୍ତି। ତେବେ ଏମାନେ ଏପରି ଭାବରେ ରହୁଥିଲେ ବି କୌଣସି ପ୍ରଶାସନିକ ଅଧିକାରୀ ୟାଙ୍କ ପାଖରେ ପହଞ୍ଚି ନାହାନ୍ତି କି ସାହାଯ୍ୟର ହାତ ବଢାଇ ନାହାନ୍ତି। ସେପଟେ ଏନେଇ ରରୁଆଁ ଜନମଙ୍ଗଳ ଅଧିକାରୀ କହିଛନ୍ତି ଖୁବଶୀଘ୍ର ପିଲାଙ୍କୁ ମିଳିବ ସରକାରୀ ସହାୟତା ।

Advertisment

ରିପୋର୍ଟର- ଦୀପକ କୁମାର ମହାନ୍ତ

Special Story Orphans Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ