Advertisment

ସରକାରୀ ମେଡ଼ିକାଲ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ; ମାତାଲ ହେଉଛନ୍ତି ନିଶାଡି, ଜମାଉଛନ୍ତି ନିଶା ବେପାର

ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍‌ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି..ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ

Govt hospital

Govt hospital

Advertisment

ଏଇଟା ମେଡ଼ିକାଲ ନାଁ ଭୂତକୋଠୀ? ଦେଖିଲେ ଆଦୌ ମନେ ହେଉନାହିଁ ଏହା ମେଡ଼ିକାଲ ପରି । ମେଡ଼ିକାଲଟି ପ୍ରାୟ ୧୦ ବର୍ଷ ହେବ ନିର୍ମାଣ ହେଲାଣି। କିନ୍ତୁ ରୋଗୀ ସେବା ଆରମ୍ଭ ହୋଇପାରୁନି। ଫଳରେ ମେଡ଼ିକାଲକୁ ନିଜର ଆଡ୍ଡାସ୍ଥଳ କରିଛନ୍ତି ଅସାମାଜିକ ଯୁବକ। ମଦ ପିଇ ମାତାଲ ହେଉଛନ୍ତି, ପୁଣି ଭଙ୍ଗା ବୋତଲ ଇଆଡେ ସିଆଡ଼େ ପିଙ୍ଗୁଛନ୍ତି।

Advertisment

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ପଳାଶୋଳ ପଂଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୦ ଲକ୍ଷ ଟଙ୍କା ବ୍ୟୟରେ ୨୦୧୦-୧୧ ମସିହାରେ ନିର୍ମାଣ ହୋଇଥିଲା । ସରକାର ତ ମେଡ଼ିକାଲ କରିଦେଲେ ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ଦେବାକୁ ପୂରାପୂରି ଭୁଲି ଗଲେ। ଯାହାର ଫଳସ୍ୱରୂପ ମେଡ଼ିକାଲ ଘରେ ଗଛଲତା ମାଡ଼ିଗଲାଣି। ଆଉ ଏହାର ଭରପୂର ଫାଇଦା ନେଇ ମଦୁଆ ଗୋଷ୍ଠୀ ଆସର ବି ଜମାଇଛନ୍ତି।

ଅଭିଯୋଗ ହେଉଛି ଯେ, ଏଠାରେ କୁଆଡ଼େ ନିଶାକାରବାର ବି ଚାଲିଛି। ଆଉ ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ। କୌଣସି ପ୍ରକାରରେ ଏହା ମେଡ଼ିକାଲ ପରି ଦିଶୁନି। ଆଉ ଦୂରର ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ସ୍ୱାସ୍ଥ୍ୟସେବାକୁ ସଜାଡ଼ିବା ଦିଗରେ ସରକାର ଅନେକ ପ୍ରକଳ୍ପ ହାତକୁ ନେଉଛନ୍ତି ଆଉ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି। ହେଲେ ସ୍ଥିତିରେ କୌଣସି ସୁଧାର ହେବାର ନା ଧରୁନି। ଯାହାର ଦୃଶ୍ୟ ଆପଣଙ୍କ ସାମ୍ନାରେ ।

Advertisment

ରିପୋର୍ଟର- ଶଶାଙ୍କ ଶେଖର ପଣ୍ଡା

Special Story Govt Hospital Narcotic Trade
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ