Advertisment

ଦିବ୍ୟାଙ୍ଗ ପ୍ରେମିକଙ୍କ ହାତ ଧରିଲେ ଚାନ୍ଦିନୀ : ନିରୋଳା ପ୍ରେମ ପାଇଁ ଅଢ଼େଇ ଲକ୍ଷ ଉପହାର ଦେଲେ ସରକାର

ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଏବେ ପୁଣି ସେମାନେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

ଅଦ୍ୟତନ ହୋଇଛି
Special story

Special story

Advertisment

ପ୍ରେମ ପାଇଁ ମିଳିଲା ଉପହାର । ଦିଲିପ ଓ ଚାନ୍ଦିନୀଙ୍କ ଦୁଃଖ ଶୁଣିଛି ଜିଲ୍ଲା ପ୍ରଶାସନ । ଉଭୟଙ୍କ ପ୍ରେମ କାହାଣୀ ଅଜାଣତରେ ଗୋଟିଏ ମିସ୍ କଲରୁ ଆରମ୍ଭ ହୋଇ ତେଲ ଲୁଣ ସଂସାର ଭିତରେ ବାନ୍ଧି ହୋଇ ସାରିଛି । ଜନ୍ମରୁ ଦୃଷ୍ଟି ବାଧିତ ଯୁବକ ଦିଲ୍ଲୀପଙ୍କୁ ବିବାହ କରିଛନ୍ତି ଚାନ୍ଦିନୀ । ଘଟଣାକୁ ଏହାରରି ଭିତରେ ୮ ମାସ ବିତିଗଲାଣି । ହେଲେ ଏବେ ଉଭୟଙ୍କୁ ସରକାର ସାହାଯ୍ୟର ହାତ ବଢ଼ାଇଛନ୍ତି ।

Advertisment

ଆଜି ଉଭୟଙ୍କୁ ଖୁସି ଖବର ମିଳିଛି । ଆଉ ଏ ଖୁସି ଖବର ଦେଇଛନ୍ତି ଖୋଦ୍ ସରକାର। ଖାଲି ଖୁସି ଖବର ନୁହେଁ, ହାତରେ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଧରାଇ ଦେଇଛନ୍ତି । ଜଣେ ଦୃଷ୍ଟିବାଧିତ ଯୁବକଙ୍କୁ ନିଜର ଜୀବନ ସାଥି ରୂପେ ବାଛି ଚାନ୍ଦିନୀ ସମାଜକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି, ଆଉ ତାହାରି ଉପହାର ସ୍ୱରୂପ ସରକାରଙ୍କ ତରଫରୁ ଏଭଳି ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ନିକଟରେ ପାଟଣାଗଡ ଠାରେ ଚାଳିଥିବା ଯୁଗ୍ମ ଶୁଣାଣି ଶିବିରରେ ଜିଲ୍ଲାପାଳ ଉଭୟଙ୍କୁ ୨.୫ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଦୁଃଖଧନ୍ଦା କରି ପରିବାର ଚଳାଉଥିବା ଦିଲ୍ଲୀପ ସରକାରୀ ଆର୍ଥିକ ପ୍ରୋତ୍ସାହନ ପାଇ ଆଗକୁ ଆହୁରି ରୋଜଗାର କ୍ଷମ ହେବେ ବୋଲି ଆଶା ବାନ୍ଧିଛନ୍ତି ।

Advertisment

ତେବେ ମଧୁର ସମ୍ପର୍କ ଟଙ୍କା ପଇସାରେ ନ ଥାଏ। ହୃଦୟ ନିର୍ମଳ ଥିଲେ ଶାଗ ପଖାଳରେ ବି ଜୀବନ ସରସ ସୁନ୍ଦର ହୋଇଯାଏ। ଦିଲ୍ଲୀପ ଜଣେ ଦୃଷ୍ଟିବାଧିତ ଯୁବକ ବୋଲି ଜାଣିବା ପରେ ବି ଚାନ୍ଦିନୀ ବାଗ୍ ତାଙ୍କ ହାତ ଛାଡ଼ି ନ ଥିଲେ, ବରଂ ତାଙ୍କ ପ୍ରେମକୁ ଚରିତାର୍ଥ କରିବା ପାଇଁ ବରଣମାଳା ପିନ୍ଧାଇଥିଲେ। ଆଉ ଆଜି ୮ ମାସ ପରେ ସରକାର ତାଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏ ଅର୍ଥ ତାଙ୍କ ଘର ଗଢ଼ିବାକୁ ସହାୟ ହେବ ବୋଲି କୁହାଯାଉଛି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ